ଆଣ୍ଠୁଗଣ୍ଠି ରୋଗ ଉପଶମ କରେ ମେଥି ଶାଗ

ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଯେମିତିକି, ଆର୍ଥ୍ରାଇଟ୍ସ, ଏସୋପ୍ଟିକ୍‌ ନେକ୍ରୋସିସ୍‌, ଗଣ୍ଠି ସଂକ୍ରମଣ, ଟ୍ୟୁମର୍‌, ଆଷ୍ଟିଓକୋଡ୍ରାଇଟ୍ସ ଇତ୍ୟାଦି। ଅନେକ ସମୟରେ ଏହି ଯନ୍ତ୍ରଣାରୁ ରକ୍ଷାପାଇବାକୁ ଔଷଧ ସେବନ କରିବାକୁ ପଡ଼ିଥାଏ ଏଥିରେ ଉପଶମ ନ ହେଲେ ଅସ୍ତ୍ରୋପଚାର ଶେଷ ରାସ୍ତା ଥାଏ। ତେବେ ଜାଣି ଆଚମ୍ବିତ ହେବେ, ଏଭଳି ମାରାମତ୍କ ଯନ୍ତ୍ରଣାର ଉପଶମ ଔଷଧ ଉପାୟ ଘର ଭିତରେ ରହିଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ମେଥି ଶାଗ ଗଣ୍ଠି ଯନ୍ତ୍ରଣାରୁ ଲାଘବ ଦେବାରେ ବେଶ୍‌ ସହାୟକ ହୋଇଥାଏ। ମେଥି ଶାଗରେ ପ୍ରୋଟିନ୍‌, ଫାଇବର୍‌ ଏବଂ ଆଇରନ୍‌ ପ୍ରଚୁର ମାତ୍ରାରେ ମିଳିଥାଏ। ଏଥିରେ ଥିବା ଆଣ୍ଟି ଇନ୍‌ଫ୍ଲାମେଟରୀ ଗୁଣ ଶରୀରର ବିଭିନ୍ନ ଯନ୍ତ୍ରଣା  ଦୂର କରିଥାଏ। ମେଥି ଶାଗରେ ଆଣ୍ଟିି ଅକ୍ସିଡାଣ୍ଟ୍‌ ଭରପୂର୍‌ ଥାଏ। ଏହାଛଡ଼ା ମେଥି ଦାନାରେ ପେଟ୍ରୋଲିୟମ୍‌ ଇଥର ଏକ୍ସଟ୍ରାକ୍ଟ ନାମକ ଯୌଗିକ ରହିଥାଏ, ଯେଉଁଥିରେ ମୁଖ୍ୟ ରୂପରେ ଲିନୋଲିକ୍‌ ଏସିଡ୍‌ ଏବଂ ଲିନୋଲେନିକ୍‌ ଏସିଡ୍‌ ସାମିଲ ଥାଏ। ଏହାର ସେବନ ଦ୍ୱାରା ଆଣ୍ଠୁଗଣ୍ଠି ଏବଂ ମେରୁଦଣ୍ଡରେ ହେଉଥିବା ଅସହନୀୟ ଯନ୍ତ୍ରଣାରୁ ଉପଶମ ମିଳିଥାଏ।


All Right Reserved By Dharitri.Com

ଥାଇରଏଡ୍‌ ସମସ୍ୟା ଥିଲେ ଖାଆନ୍ତୁ ଏସବୁ

ଅଧିକାଂଶ ଲୋକଙ୍କଠାରେ ବର୍ତ୍ତମାନ ଥାଇରଏଡ୍‌ ସମସ୍ୟା ଦେଖାଦେଉଛି। ମାନସିକ ଦୁଃଶ୍ଚିନ୍ତା, ଖାଦ୍ୟରେ ଆୟୋଡିନ୍‌ ମାତ୍ରା କମ୍‌ କିମ୍ବା ଅଧିକ ହେଲେ ଏହି ସମସ୍ୟା ଦେଖାଦେଇଥାଏ। ଏହା...

ଜାଣନ୍ତୁ ହେପାଇଟାଇଟିସ୍‌ ରୋଗର ଲକ୍ଷଣ, ନିରାକରଣ

ଜୁଲାଇ ୨୮କୁ ବିଶ୍ୱ ହେପାଟାଇଟିସ୍‌ ଦିବସ ଭାବେ ପାଳନ କରାଯାଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ହେପାଟାଇଟିସ୍‌ ଏମିତି ଏକ ସଂକ୍ରାମକ ରୋଗ ଯାହା ଲିଭର...

ମନକୁ ଖୁସି ରଖିବା ପାଇଁ ପ୍ରତିଦିନ ଏଥିରୁ ଗୋଟିଏ…

ପ୍ରତିଦିନ ଲାଲ୍‌ ଲଙ୍କା ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ କ୍ୟାପ୍ସେସିନ୍‌ ନାମକ ରାସାୟନିକ ପଦାର୍ଥ ରହିଥାଏ। ଏହା ସ୍ନାୟୁତନ୍ତ୍ରକୁ ସୁରକ୍ଷିତ ରଖିଥାଏ। ଏହା...

ଗେଡା ଲୋକଙ୍କୁ ଡାଇବେଟିସ୍‌ ହେବା ଆଶଙ୍କା ଅଧିକ

ଡାଇବେଟିସ୍‌ ଏବେ ଚିକିତ୍ସକମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଛି। କାରଣ ଭାରତରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ରିସର୍ଚ୍ଚ ମେଡିକାଲ...

ବର୍ଷାଦିନରେ କେଶର ଯତ୍ନ

ବର୍ଷାଦିନରେ ବଢ଼ୁଥିବା କେଶ ସମସ୍ୟା ଚିନ୍ତାର କାରଣ ହୋଇପାରେ। ଏଥିଲାଗି ଆପଣଙ୍କୁ କେତୋଟି ଉପାୟ ଦିଆଯାଉଛି ଯାହାକୁ ଆପଣାଇ ହେବେ ଟେନସନ୍‌ ଫ୍ରି । ଜାଣନ୍ତୁ...

ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଡାଇବେଟିସ୍‌ ଆଶଙ୍କା କମ୍‌…

ଜନ୍ମ ପରେ ନବଜାତକଙ୍କୁ ସ୍ତନ୍ୟପାନ କରାଉଥିବା ମହିଳା ଡାଇବେଟିସ୍‌ରୁ ଦୂରେଇ ରୁହନ୍ତି। ସେମାନଙ୍କ କ୍ଷେତ୍ରରେ ଡାଇବେଟିସ୍‌ ଆଶଙ୍କା ହ୍ରାସ ପାଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ...

ଜାଣନ୍ତୁ ନଡ଼ିଆତେଲର ଉପକାରୀ ଗୁଣ ସମ୍ପର୍କରେ

ନଡ଼ିଆ ଖାଇବାକୁ ଯେତିକି ଭଲ ଲାଗିଥାଏ ତା’ର ତେଲ ମଧ୍ୟ ସେତିକି ସ୍ବାସ୍ଥ୍ୟ ଉପକାରୀ। ଏହାକୁ ନିୟମିତ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିବା ଫଳରେ ହାର୍ଟଠାରୁ...

ସୁସ୍ଥ ରହିବା ପାଇଁ ଘରେ ଲଗାନ୍ତୁ ଗଛ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଅନେକ ଲୋକ ଘର ଚାରିପଟେ ବିଭିନ୍ନ ପ୍ରକାର ଗଛ ଲଗାଇ ଥାଆନ୍ତି। ଏହାଦ୍ୱାରା କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇ...

Leave a comment

Your email address will not be published. Required fields are marked *