ଆସିକା ଲୋକ ସଭା ଆସନ :ଭୋଟ ଗଣତି ପାଇଁ ପ୍ରାର୍ଥୀ ପ୍ରତିନିଧିଙ୍କୁ ନେଇ ବୈଠକ

ଛତ୍ରପୁର,୧୮ା୫(ଡି.ଏନ୍‌.ଏ.) -ଆସିକା ଲୋକସଭା ପାଇଁ ହୋଇଥିବା ଭୋଟର ଗଣତି ଚଳିତ ମାସ ୨୩ ତାରିଖରେ ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସିକା ଲୋକ ସଭା ଆସନ ପାଇଁ ରିଟର୍ନିଂ ଅଫିସର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଛନ୍ତି। ଏହି ଲୋକ ସଭା ଆସନ ଅଧୀନରେ ଖଲ୍ଲିକୋଟ, କବିସୂର୍ଯ୍ୟନଗର, ହିଞ୍ଜିଳିି, ପୋଲସରା, ସାନଖେମୁଣ୍ଡି, ଆସିକା ଓ ସୋରଡା ନିର୍ବାଚନମଣ୍ଡଳୀ ରହିଛି। ଏନେଇ ଶୁକ୍ରବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଆସିକା ଲୋକସଭା ଆସନ ପାଇଁ ଥିବା ପ୍ରାର୍ଥୀ ଓ ତାଙ୍କ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଭୋଟ ଗଣତି କିଭିଳି ଶୃଙ୍ଖଳିତ ଭାବେ ହୋଇପାରିବ ଏବଂ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ ସେନେଇ ଜିଲାପାଳ ତଥା ରିଟର୍ନିଂ ଅଫିସର କୁଲାଙ୍ଗେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ୨୩ ତାରିଖ ପୂର୍ବାହ୍ନ ୮ଟା ବେଳେ ଛତ୍ରପୁରସ୍ଥିତ ଜିଲାପାଳଙ୍କ କୋର୍ଟ ହଲ୍‌ରେ ଆସିକା ଲୋକସଭା ଆସନ ପାଇଁ ହୋଇଥିବା ପୋଷ୍ଟାଲ ବାଲଟ୍‌ର ଗଣତି ହେବ। ଉକ୍ତଦିନ ପୂର୍ବାହ୍ନ ୮ଟା ୩୦ ରୁ ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର କେନ୍ଦ୍ରରେ ଇଭିଏମ୍‌ର ଭୋଟ ଗଣତି ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି। ଆସିକା ଲୋକସଭା ଆସନ ଅଧିନ ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ୭ ଟେବୁଲ୍‌ରେ ଇଭିଏମ୍‌ରେ ହୋଇଥିବା ଭୋଟର ଗଣତି ହେବ। ଆସିକା ଲୋକ ସଭା ଆସନ ପାଇଁ ଭୋଟ ଗଣତି ପାଇଁ ପ୍ରତି ପ୍ରାର୍ଥୀଙ୍କର ୬୭ ଜଣ ଏଜେଣ୍ଟ ରହିବେ। ଏହି ବୈଠକରେ ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁ, ଜିଲା ନିର୍ବାଚନ ଅଧିକାରୀ ବିଜୟାନନ୍ଦ ସେଠୀ, ବିଜେଡି ପ୍ରାର୍ଥୀଙ୍କ ପ୍ରତିନିଧି ପ୍ରଶାନ୍ତ ପଣ୍ଡାଙ୍କ ସମେତ ବିଭିନ୍ନ ପ୍ରାର୍ଥୀଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ।


All Right Reserved By Dharitri.Com

ଅପହୃତା ନାବାଳିକା ଉଦ୍ଧାର, ନାଚ ମାଷ୍ଟର ଗିରଫ

ଭଞ୍ଜନଗର,୬।୧୨(ଡି.ଏନ୍‌.ଏ.)- ବେଲଗୁଣ୍ଠା ଫାଣ୍ଡି ପୋଲିସ ଜଣେ ଅପହୃତା ନାବାଳିକାଙ୍କୁ ଶୁକ୍ରବାର ଉଦ୍ଧାର କରିବା ସହ ଅପହରଣ କରିଥିବା ନାଚ ମାଷ୍ଟରଙ୍କୁ ଗିରଫ କରିଛି। ନଂ୪୪୪।୧୯ରେ ମାମଲା...

ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୭ା୬(ଡି.ଏନ.ଏ.)- ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ ସହ କାତିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏତଲାକୁ ଭିତ୍ତିକରି ପୋଲିସ ତଦନ୍ତ...

ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଖଲ୍ଲିକୋଟ,୨୨।୭(ଡି.ଏନ.ଏ.)-ଖଲ୍ଲିକୋଟ ଥାନା ମଥୁରା ଓ ଭରସା ଗ୍ରାମ ମଧ୍ୟ ଭାଗରେ ଥିବା ଏକ ବ୍ରିଜ ତଳୁ ସୋମବାର ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ବ୍ରିଜ...

ଉପଖଣ୍ଡ ଭଲିବଲ୍‌ ଟୁର୍ନାମେଣ୍ଟ: ସିଟି କଲେଜ ଚାମ୍ପିୟନ

ବ୍ରହ୍ମପୁର ଅଫିସ୍‌,୧୪ା୧୨-ବ୍ରହ୍ମପୁର ଉପଖଣ୍ଡ ଭଲିବଲ୍‌ ଟୁର୍ନାମେଣ୍ଟ ଶୁକ୍ରବାର ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଉଦ୍‌ଯାପିତ ହୋଇଯାଇଛି। ଟୁର୍ନାମେଣ୍ଟର ଫାଇନାଲ୍‌ ମ୍ୟାଚ୍‌ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସ ଏବଂ ସିଟି କଲେଜ...

ଛାତ୍ରୀଛାତ୍ରଙ୍କୁ ଚାରା ବାଣ୍ଟିଲେ ଜିଲାପାଳ

ଛତ୍ରପୁର,୨୨ା୬(ଡି.ଏନ.ଏ)-ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ ଶୁକ୍ରବାର ଗଞ୍ଜାମ ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଆୟୋଜିତ ହୋଇଥିଲା। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଥିରେ ଯୋଗଦେଇ ସ୍କୁଲକୁ ଆସିଥିବା...

କୃଷି ସଙ୍କଟ ପାଇଁ ସରକାରୀ ନୀତି ଦାୟୀ

ବ୍ରହ୍ମପୁର ଅଫିସ୍‌,୩୧ା୭- ଅଖିଳ ଭାରତ କିଶାନ୍‌ ମଜଦୁର ସଭା (ଏଆଇକେଏମ୍‌ଏସ୍‌)ର ଦୁଇଦିନିଆ ସର୍ବଭାରତୀୟ ସାଧାରଣ ପରିଷଦ ଅଧିବେଶନ ମଙ୍ଗଳବାରଠାରୁ ପ୍ରକାଶମ୍‌ ହଲ୍‌ରେ ଆରମ୍ଭ ହୋଇଛି। ସଂଗଠନର...

ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ନେଲେ ବିଧାୟକ ଶ୍ରୀକାନ୍ତ ସାହୁ

ଛତ୍ରପୁର,୧୩।୮(ଡି.ଏନ୍‌.ଏ .): ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁରସ୍ଥିତ ଜିଲା ଗ୍ରାମ୍ୟ...

ପ୍ରତିଶ୍ରୁତି ରଖିଲାନି ପ୍ରଶାସନ, ପୁଣି ଆନ୍ଦୋଳନ କରିବେ ଆଉଟ୍‌ସୋର୍ସିଂ କର୍ମଚାରୀ

ବ୍ରହ୍ମପୁର ଅଫିସ୍‌,୨୨ା୬-ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଆଉଟ୍‌ସୋସିର୍ଂ କର୍ମଚାରୀମାନେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଶାସନ...

Leave a comment

Your email address will not be published. Required fields are marked *