Posted inଜାତୀୟ

କଶ୍ମୀର ସେଓକୁ ଝୁରୁଛନ୍ତି ଲାଲୁ

ରାଞ୍ଚି,୧୨।୮: ଜେଲ୍‌ରେ ବନ୍ଦୀ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବର୍ତ୍ତମାନ ନିଜ ପସନ୍ଦର କଶ୍ମୀର ସେଓକୁ ଝୁରୁଥିବା ଜଣାପଡ଼ିଛି। କାରଣ କଶ୍ମୀର ସେଓ ବହୁ ମିଠା ସହ ଭରପୂର ସ୍ବାଦ ରହିଥିବାରୁ ଲାଲୁଙ୍କୁ ଅନ୍ୟ ସେଓ ପସନ୍ଦ ଆସି ନ ଥାଏ। ତେବେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପୂର୍ବରୁ ଘାଟିରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ ସ୍ଥାନୀୟ ଲୋକେ ଘରୁ ବାହାରିପାରୁ ନ ଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଅନ୍ୟ ରାଜ୍ୟକୁ କଶ୍ମୀର ସେଓ ରତ୍ପାନୀ ହେବା କମ୍‌ ହୋଇଯିବାରୁ ରାଞ୍ଚିରେ ପର୍ଯ୍ୟାପ୍ତ ପରିମାଣର ସେଓ ମିଳିପାରୁନାହିଁ। ଏଥିଯୋଗୁ ଲାଲୁ ନିଜ ପସନ୍ଦର ସେଓକୁ ଝୁରୁଥିବା ନେଇ ତାଙ୍କ ନିକଟତର ବନ୍ଧୁଙ୍କଠାରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଲାଲୁ ଯାଦବ ବର୍ତ୍ତମାନ ରାଞ୍ଚିର ରିମ୍ସ ହସ୍ପିଟାଲରେ ନିଜର ଚିକିତ୍ସା କରାଉଛନ୍ତି। ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ୨ଟି ସେଓ, ଗୋଟିଏ ଆମ୍ବ, ୪ଟି ଅଣ୍ଡା, ବାଦାମ ଓ ଅଖରୋଟ ଖାଇବାକୁ ପରାମର୍ଶ ଦେଇଛନ୍ତି।


All Right Reserved By Dharitri.Com

ମୋଦିଙ୍କ ବିମାନ ପାକିସ୍ତାନ ଆକାଶରେ ଉଡିବାକୁ ମିଳିବ ଅନୁମତି

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବତନ୍ତ୍ର ବିମାନ କିରଗିଜସ୍ତାନ ଯାତ୍ରା କରିବା ସମୟରେ ପାକିସ୍ତାନ ଆକାଶ ପତକୁ ବ୍ୟବହାର କରିପାରିବ ବୋଲି ସୂଚନା ମିଳିଛି। ଏ...

ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର, ୩୧।୫: ଜାମ୍ମୁ-କାଶ୍ମୀର ସୋପିଆନରେ ଶୁକ୍ରବାର ଏନକାଉଣ୍ଟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଦ୍ରାଗତ ସୁଗାନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ...

ସ୍ମାର୍ଟ ଓ୍ବାଚ୍‌ ରଖିବ କର୍ମଚାରୀଙ୍କ କାମ ଉପରେ ନଜର

ନୋଏଡ଼ା,୩।୧୦: କର୍ମଚାରୀଙ୍କ କାମ ଉପରେ ନଜର ରଖିବା ପାଇଁ ନୋଏଡ଼ାରେ ଏବେ ସ୍ମାର୍ଟଓ୍ବାଚ୍‌ ଦିଆଯିବ। ଏହା କର୍ମଚାରୀଙ୍କ ସ୍ଥିତି ସମ୍ପର୍କରେ ଅଧିକାରୀଙ୍କୁ ସହଜରେ ସୂଚନା ଦେଇପାରିବ।...

୫୨ ବର୍ଷୀୟ ରିକ୍ସାବାଲାଙ୍କ ପ୍ରେମରେ ପଡିଥିଲେ ୩ ହଜାର ଯୁବତୀ

ବରେଲି,୩।୯: ଉତ୍ତର ପ୍ରଦେଶ ବରେଲିର ଇଜ୍ଜତ ନଗର ଥାନା ଅଞ୍ଚଳରୁ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। ବରେଲିର ନୁରୁଲ ହାସନ...

ବଦଳିପାରେ ମଧ୍ୟ ପ୍ରଦେଶ ରାଜନୈତିକ ପାଣିପାଗ, ନୂଆ ଦଳ ଗଠନ କରିପାରନ୍ତି ସିନ୍ଧିଆ

ଭୋପାଳ, ୨୮।୧୧: ମଧ୍ୟ ପ୍ରଦେଶରେ ନୂଆ ରାଜନୈତିକ ସମୀକରଣ ହେବାକୁ ଯାଉଛି। କଂଗ୍ରେସର ବରିଷ୍ଠ ନେତା ଜ୍ୟୋର୍ତିଆଦିତ୍ୟ ସିନ୍ଧିିଆ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି।...

ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଉପରେ ନାଭାଲ ଏଲ୍‌ସିଏର ସଫଳ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ,୧୧।୧: ପ୍ରଥମଥର ପାଇଁ ନାଭାଲ ଲାଇଟ୍‌ କମବାଟ ଏୟାରକ୍ରାପ୍ଟ(ଏଲ୍‌ସିଏ) ଶନିବାର ବିମାନବାହକ ଜାହଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଉପରେ ସଫଳତାର ସହ ଲ୍ୟାଣ୍ଡ କରିଛି। ପ୍ରଥମ କରି...

ଇରାନରେ ବିଶାଳ ତୈଳକ୍ଷେତ୍ର ଆବିଷ୍କୃତ

ତେହରାନ,୧୧ା୧୧(ଏଏଫ୍‌ପି): ଇରାନରେ ଏକ ବିଶାଳ ତୈଳକ୍ଷେତ୍ର ଆବିଷ୍କୃତ ହୋଇଛି। ଏହି ଆବିଷ୍କାର ସମ୍ପର୍କରେ ଇରାନ ରାଷ୍ଟ୍ରପତି ହାସନ ରୌହାନି ରବିବାର ଘୋଷଣା କରିଛନ୍ତି। ସେ କହିଛନ୍ତି,...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ୪ ବ୍ୟବସାୟୀଙ୍କ ଘରେ ଏନ୍‌ଆଇଏ ଚଢ଼ାଉ

ଶ୍ରୀନଗର,୨୮।୭: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଜମ୍ମୁ-କଶ୍ମୀରର ରବିବାର ୪ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇଛି। ଏନ୍‌ଆଇଏ ପକ୍ଷରୁ ଉତ୍ତର କଶ୍ମୀରର ବାରମୁଳା ଜିଲାରେ ଏହି...

Leave a comment

Your email address will not be published. Required fields are marked *