Posted inଭଦ୍ରକ

ଭାସିଗଲା ଭୁଟୁଭୁଟି : ଉଦ୍ଧାର କଲା ଓଡ୍ରାଫ୍‌ ଟିମ୍‌

ଆରଡ଼ି,୧୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡ଼ି ନିକଟସ୍ଥ ମୁଆଁ ଘାଟରେ କାଉଡ଼ିଆମାନେ ଭର୍ତ୍ତି ହୋଇ ଏକ ଭୁଟୁଭୁଟିରେ ଯାଉଥିବା ବେଳେ ପ୍ରାୟ ଦେଢ କିମି ପର୍ଯ୍ୟନ୍ତ ଭାସି ଯାଇଥିଲେ। ସୂଚନାନୁସାରେ ଶେଷ ସୋମବାରରେ କେନ୍ଦ୍ରାପଡ଼ା ଜିଲାରୁ ମୁଆଁ ଘାଟଦେଇ କାଉଡ଼ିଆ ଶହଶହ ସଂଖ୍ୟାରେ ଆରଡ଼ିକୁ ଆସି ବାବାମଣିଙ୍କ ପାଖରେ ଜଳଲାଗି କରିଥିଲେ। ସୋମବାର ସକାଳେ ୫୦ ରୁ ୬୦ ଜଣ କାଉଡ଼ିଆଙ୍କୁ ନେଇ ଯାଉଥିବା ଏହି ଭୁଟୁଭୁଟିଟି ନଈ ମଝିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଫଳରେ ଭୁଟୁଭୁଟିଟି ଭାସିଯାଇଥିଲା। କୋଳାହଳ ନ କରି ଚୁପ୍‌ ହୋଇ ବସିବାକୁ ଭୁଟୁଭୁଟି ଚାଳକ କାଉଡ଼ିଆମାନଙ୍କୁ ପରାମର୍ଶ ଦେଇଥିଲେ। ଶେଷରେ ଓଡ୍ରାଫ୍‌ ଟିମ୍‌ ଅନ୍ୟ ଏକ ଭୁଟୁଭୁଟି ସାହାଯ୍ୟରେ ସମସ୍ତ କାଉଡ଼ିଆଙ୍କୁ ଉଦ୍ଧାର କରିଥିଲା।


All Right Reserved By Dharitri.Com

ଓଳଗରେ ବାଡ଼ି, ଖଣ୍ଡା ପୂଜା

ଆରଡ଼ି, ୭।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବଡ଼ଓଳଗ ଓ ସାନଓଳଗରେ ବିଲ୍ବବରଣଠାରୁ ଚାଲିଛି ମା’ ଦୁର୍ଗାଙ୍କ ପୂଜା। ସୋମବାର ମହାନବମୀରେ ମା’ଙ୍କ ପାଖରେ...

ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ

ଭଦ୍ରକ ଅଫିସ, ୨୦ା୧୧- ଭଦ୍ରକ ଅତିରିକ୍ତ ଜିଲା ତଥା ଦୌରା ଜଜ୍‌ ପ୍ରଣତି ସାହା ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଶରତ ମଳିକଙ୍କୁ...

ନୟନଯୋରିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା : ବଳାତ୍କାର ପରେ ହତ୍ୟା ଅଭିଯୋଗ

ପଦ୍ମପୁର/ତିହିଡ଼ି, ୩୧।୮ (ଡି.ଏନ.ଏ.) : ଭଦ୍ରକ ଜିଲା ନାୟକାଣିଡିହୀ ଥାନା ବାଲିମେଦ ପଞ୍ଚାୟତ ଅଧୀନ ପାଇକସାହି ନିକଟସ୍ଥ ନୟନଯୋରିରୁ ଶୁକ୍ରବାର ସକାଳେ ଜଣେ ଅଚିହ୍ନା ଯୁବତୀଙ୍କ...

ଶ୍ରାବଣ ଶେଷ ସୋମବାର : ଶୈବ ପୀଠରେ ଭକ୍ତଙ୍କ ଭିଡ଼

ଭଦ୍ରକ ଅଫିସ,୧୨ା୮: ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ଭଦ୍ରକ ଜିଲାର ଶୈବ ପୀଠଗୁଡ଼ିକରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି l ଜିଲାର ବିଭିନ୍ନ...

ଗଁ। ଲୋକେ ପ୍ରତିବର୍ଷ ବାନ୍ଧୁଛନ୍ତି ବନ୍ଧ

ଚାନ୍ଦବାଲି,୨୩।୧୧(ଡି.ଏନ.ଏ.)- ପ୍ରଶାସନ ପକ୍ଷରୁ ହୋଇପାରୁନି ସ୍ଥାୟୀ ପ୍ରତିକାର। ନିଜ ଜମିକୁ ଜୁଆର ପ୍ରଭାବରୁ ରକ୍ଷା କରିବା ପାଇଁ ଚାଷୀମାନେ ପ୍ରତିବର୍ଷ ମାଟିବନ୍ଧ ତିଆରି କରୁଛନ୍ତି। ବର୍ଷାଦିନେ...

ପୋଡ଼ି ହୋଇ ବାପାପୁଅ ଗୁରୁତର

ଧାମନଗର, ୧୯।୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ଶ୍ୟାମଚାନ୍ଦ ପାଟଣା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ବାପପୁଅ ଗୁରୁତର ହୋଇଛନ୍ତି। ସେମାନେ ହେଲେ...

ନିର୍ମାଣାଧୀନ କୋଠାରୁ ମିଳିଲା ଝୁଲନ୍ତା ମୃତଦେହ

ଭଦ୍ରକ ଅଫିସ, ୨୨।୯- ଭଦ୍ରକ ଜିଲା ବନ୍ତ ଛକ ନିକଟ ଏକ ନିର୍ମାଣାଧୀନ କୋଠାର ୩ ମହଲାରୁ ରବିବାର ଅପରାହ୍ନରେ ଜଣେ ଅଚିହ୍ନା ଯୁବକଙ୍କ ଝୁଲନ୍ତା...

ଟାଟା ଏସି ଗାଡି ଚାଳକ ଜରିମାନା ଦେଲେ ୩୮ ହଜାର ୫ଶହ

ଭଦ୍ରକ ଅଫିସ,୭।୯: ଭଦ୍ରକ ଚରମ୍ପାରେ ନୂଆ ମୋଟର ଯାନ ନିୟମ ନେଇ ଶନିବାର ମଧ୍ୟାହ୍ନରେ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଓଭରବ୍ରିଜ୍‌ ନିକଟରେ...

Leave a comment

Your email address will not be published. Required fields are marked *