କଲେଜି ମସଲା

ଆବଶ୍ୟକ ସାମଗ୍ରୀ :

ମଟନ କଲିଜା- ୫୦୦ଗ୍ରାମ
ପିଆଜ- ୩ଟା(ପେଷ୍ଟ)
ଟମାଟୋ- ୨ଟା(ପେଷ୍ଟ)
ଲଙ୍କା, ଜିରା, ଧନିଆ ଗୁଣ୍ଡ- ୧ ଚାମଚ ଲେଖାଏ, ହଳଦୀ ଗୁଣ୍ଡ- ୧/୨ ଚାମଚ
ତେଲ- ୫୦ଗ୍ରାମ, ଲୁଣ- ସ୍ବାଦନୁଯାୟୀ
ଗୁଜୁରାତି- ୪ଟା, ଡାଳଚିନି- ୨ଟା
ତେଜପତ୍ର- ୨ଟା, ଗୋଳମରିଚ- ୪ଟା
ଲବଙ୍ଗ- ୪ଟା, କଞ୍ଚାଲଙ୍କା- ୪ଟା
ଅଦା ରସୁଣ ପେଷ୍ଟ- ୫୦ଗ୍ରାମ
ଗରମ ମସଲା- ୨ ଚାମଚ
କଟା ଅଦା- ୧/୨ ଚାମଚ
ଦହି- ୧/୨ କପ୍‌, କିଛି ଧନିଆ ପତ୍ର

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ପ୍ରେସର କୁକର୍‌ରେ ତେଲ ଗରମ କରନ୍ତୁ। ସେଥିରେ ସବୁ ଶୁଖିଲା ମସଲା ପକାନ୍ତୁ। ୧ମିନିଟ୍‌ ଭାଜିଲା ପରେ ସେଥିରେ ପିଆଜ ପେଷ୍ଟ ପକାନ୍ତୁ। ପିଆଜ ଗୋଲ୍‌ଡେନ୍‌ ହେବା ପରେ କଲିଜା(ପୂର୍ବରୁ ଧୁଆଯାଇଥିବ) ପକାଇ ୫ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ସବୁ ପାଉଡର ମସଲା ସହ ଅଦା ରସୁଣ ପେଷ୍ଟ ଓ ଅଳ୍ପ ପାଣି ପକାଇ ୫ମିନିଟ୍‌ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ପରେ ସେଥିରେ ଟମାଟୋ ପେଷ୍ଟ ପକାଇ ଡ୍ରାଏ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଡ୍ରାଏ ହୋଇଗଲେ ସେଥିରେ ଦହି ପକାଇ ଫ୍ରାଏ କରନ୍ତୁ। କଲିଜା ଫ୍ରାଏ ହୋଇଗଲେ ସେଥିରେ ଲୁଣ ପକାଇ ୫୦ମି.ଲି. ପାଣି ଦେଇ ପ୍ରେସର ବନ୍ଦ କରିଦିଅନ୍ତୁ। ଗୋଟିଏ ସିଟି ପରେ ପ୍ରେସର ଖୋଲି ବହଳିଆ ଗ୍ରେଭି ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ। ଏହାପରେ ଧନିଆ ପତ୍ର, କଞ୍ଚା ଲଙ୍କା, ଅଦା କଟା ପକାଇ ମିକ୍ସ କରନ୍ତୁ। ଏବେ ଆପଣଙ୍କର କଲେଜି ମସଲା ପ୍ରସ୍ତୁତ। ଏହାକୁ ଏକ ପାତ୍ରରେ ବାହାର କରି ସେଥିରେ ଗୋଟିଏ କଞ୍ଚା ଲଙ୍କା ଓ କଟା ଅଦା ପକାଇ ପରଷନ୍ତୁ।

ରିପୋର୍ଟ: ଅସମାପିକା ସାହୁ, ଭୁବନେଶ୍ୱର


All Right Reserved By Dharitri.Com

ହାତରେ ଖାଇଲେ ବଢ଼େ ଖାଦ୍ୟର ସ୍ବାଦ

ବର୍ତ୍ତମାନର ଆଧୁନିକ ଯୁଗରେ ଅଧିକାଶ ଲୋକେ ହାତ ପରିବର୍ତ୍ତେ ଚାମଚରେ ଖାଇବାକୁ ପସନ୍ଦ କରୁଛନ୍ତି। ମାତ୍ର ଚାମଚରେ ନ ଖାଇ ହାତରେ ଖାଇବା ଦ୍ୱାରା ଖାଦ୍ୟର...

ଉପକାରୀ ଧନିଆ

ଧନିଆରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ପ୍ରଚୁର ପରିମାଣରେ ଭିଟାମିନ୍‌ ‘ଏ’ ଏବଂ ଫସ୍‌ଫରସ୍‌ ଭରି ରହିଛି। ନିୟମିତ...

ନବଜାତ ଶିଶୁର ଯତ୍ନ ସମ୍ପର୍କରେ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

ପ୍ରଥମ ନବଜାତ ଶିଶୁକୁ ନେଇ ଅଭିଭାବକ ବେଶି ଚିନ୍ତିତ ହୋଇପଡ଼ନ୍ତି। କାରଣ ସେମାନଙ୍କ ଯତ୍ନ ନେବା ପାଇଁ ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ।...

ଶରୀର ପାଇଁ ବେଶ୍‌ ଉପକାରୀ ସଢା କଦଳୀ

କଦଳୀ ସାମାନ୍ୟ ସଢ଼ି ଆସିଲେ ତାକୁ ଲୋକେ ଫିଙ୍ଗିଦିଅନ୍ତି। କିନ୍ତୁ ଜାଣନ୍ତି ଏହି ସଢ଼ା କଦଳୀ ଶରୀର ପାଇଁ ବେଶ୍‌ ଉପକାରୀ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ...

ଚର୍ମକୁଞ୍ଚନରୁ ଦୂରେଇ ରଖି ବାର୍ଦ୍ଧକ୍ୟରୁ ଯବାନ କରାଏ ଏହି ଫଳ

ଫଳ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବା ବେଳେ ଶରୀରକୁ ଶକ୍ତି ଯୋଗାଇଥାଏ। ମାତ୍ର କିଛି ଫଳର ଏପରି ଗୁଣ ରହିଛି, ଯାହା ବାର୍ଦ୍ଧକ୍ୟରୁ ଯୌବନ ରଖିବାରେ...

ଶରୀର ପାଇଁ କ୍ଷତିକାରକ ଥର୍ମୋକୋଲ ଓ ପ୍ଲାଷ୍ଟିକ କପ୍‌

କିଛିବର୍ଷ ପୂର୍ବରୁ ଲୋକମାନେ ମାଟି ବା କାଚ ପାତ୍ରରେ ଚା’ ପିଉଥିଲେ। ହେଲେ ଆଧୁନିକ ଯୁଗରେ ମାଟି ବା କାଚ ପାତ୍ରର ସ୍ଥାନ ନେଇଛି ଥର୍ମୋକୋଲ...

ହ୍ରାସ ପାଉଛି ଆମ ଶରୀରର ସାଧାରଣ ତାପମାତ୍ରା

”ସାଧାରଣତଃ ଶିଶୁମାନଙ୍କ ଶରୀରର ହାରାହାରି ତାପମାତ୍ରା ଅଧିକ। ଅନ୍ୟପକ୍ଷରେ, ପୁରୁଷମାନଙ୍କର ନାରୀମାନଙ୍କ ତୁଳନାରେ କମ୍‌ । ପୁନଶ୍ଚ ଏହା କେତେକ ଜୀବରସ ବା ହରମୋନ୍‌ ପ୍ରତି...

ସମୁଦ୍ର ପତ୍ତନଠାରୁ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍‌

ଓ୍ବାଶିଂଟନ,୧।୬: କରୋନା ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ଦେଶରେ ନାନା ପ୍ରକାର ଗବେଷଣା ଜାରି ରହିଛି। ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ...

Leave a comment

Your email address will not be published. Required fields are marked *