ରକ୍ତ ସଞ୍ଚାଳନକୁ ସକ୍ରିୟ କରେ ଶିଡ଼ି ଚଢ଼ିବା

ଶିଡ଼ି ଚଢ଼ିବାକୁ ଅନେକ କୁଣ୍ଠାବୋଧ କରିଥାଆନ୍ତି। ଆଜିକାଲିର ହାଇଟେକ୍‌ ଯୁଗରେ ଉପର ମହଲାକୁ ଯିବା ଆସିବା ପାଇଁ ଏବେ ତ ଲିଫ୍ଟର ବ୍ୟବସ୍ଥା ରହିଛି, ଯାହାକୁ ଅନେକେ ଆପଣେଇଥାଆନ୍ତି। କିନ୍ତୁ ଶିଡ଼ି ଚଢ଼ିବା ଦ୍ୱାରା ଆମର ଅନେକ ଉପକାର ହୋଇଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ପ୍ରକ୍ରିୟା ଆହୁରି ସକ୍ରିୟ ହୋଇଥାଏ। ଖାସ୍‌ କଥା ହେଲା ପ୍ରତିଦିନ ଶିଡ଼ି ଚଢ଼ିଲେ ଆମ ଶରୀରକୁ ପ୍ରଚୁର ପରିମାଣରେ ଅମ୍ଳଜାନ ମିଳେ। ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ ନିୟମିତ ଶିଡ଼ି ଚଢ଼ିଲେ ତାହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ। ଶିଡ଼ି ଚଢ଼ିବା ଫଳରେ ଆମ ଶରୀର ମାଂସପେଶୀ ଉପରେ ସୁପ୍ରଭାବ ପଡେ। କାରଣ ଏହାଦ୍ୱାରା ମାଂସପେଶୀଗୁଡିକ ଆହୁରି ସଚଳ ହୋଇଥାଆନ୍ତି। ଓଜନ କମେଇବାର ଏହା ଏକ ସହଜ ଉପାୟ। ଅଜୀର୍ଣ୍ଣ ସମସ୍ୟାକୁ ଦୂର କରିବାରେ ଏହା କେତେକାଂଶରେ ସାହାଯ୍ୟ କରିଥାଏ। କିନ୍ତୁ ଗୋଟିଏ କଥା-ଯଦି ଆପଣଙ୍କର ଆଣ୍ଠୁଗଣ୍ଠି ସମସ୍ୟା ରହିଛି ତେବେ ଅଧିକାଂଶ ସମୟ ଶିଡ଼ିରେ ଯିବା ଆସିବା କରନ୍ତୁ ନାହିଁ।


All Right Reserved By Dharitri.Com

ମାନସିକ ସ୍ବାସ୍ଥ୍ୟ ଓ ପରିବେଶ

ପରିବେଶ ପ୍ରଦୂଷିତ ହେଲେ ତାହାର ପ୍ରଭାବ ଆମ ଜୀବନଶୈଳୀ ଉପରେ ପଡ଼ିଥାଏ। ଏଥିପାଇଁ ଆମେ ଶ୍ୱାସଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଉ। ହେଲେ ଏହାଦ୍ୱାରା ଆମର ମାନସିକ...

ଡେଙ୍ଗୁ ଭଲ କରେ ଅମୃତଭଣ୍ଡା ପତ୍ର ଜୁସ୍‌

ବର୍ଷାଋତୁରେ ଡେଙ୍ଗୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ତଥା ଭୟ ରହିଥାଏ। ଏପରିକି ବେଳେବେଳେ ଡେଙ୍ଗୁ ଜୀବନ ମଧ୍ୟ ନେଇଯାଇଥାଏ। ତେବେ ଏହି ମାରାତ୍ମକ ରୋଗରୁ ମୁକ୍ତି...

ତାୱା ଫ୍ରାଏଡ୍‌ ଖଇଙ୍ଗା

ସୁଆଦିଆ ଖାଦ୍ୟ ଖାଇବାକୁ ସମସ୍ତେ ଇଚ୍ଛା ରଖିଥାନ୍ତି। ସେଥିପାଇଁ ଯେଉଁ ହୋଟେଲ ବା ରେଷ୍ଟୁରାଣ୍ଟରେ ସୁସ୍ବାଦୁ ଖାଦ୍ୟ ମିଳେ ସେଠାରେ ଗ୍ରାହକଙ୍କ ବେଶ୍‌ ଭିଡ଼ ଜମେ।...

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ଦିନକୁ ଏଥିରୁ ଖାଆନ୍ତୁ ଚାମଚେ…

ପ୍ରତିଦିନ ଶରୀର ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚେ ଗୁଆଘିଅ ସାମିଲ କଲେ ବେଶ୍‌ ସୁଫଳ...

ଉପକାରୀ ମହୁ

ମହୁରେ ଅନେକ ଉପକାରୀ ଗୁଣ ଭରି ରହିଛି। ଯଦି ଆପଣ କଫଜନିତ ସମସ୍ୟା ସହ ଜଡ଼ିତ ତେବେ ମହୁ ଖାଇଲେ ଏଥିରୁ ଉପଶମ ମିିଳିଥାଏ। ସକାଳୁ...

ମଧୁମେହରୁ ମୁକ୍ତିଦିଏ ବେସନ ରୁଟି

ଆଜିକାଲି ମଧୁମେହ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଗଣିତ ହେଲାଣି। ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ। ତେବେ ଏହି ରୋଗୀଙ୍କୁ...

ହାର୍ଟ ଆଟାକ୍‌ ଆଶଙ୍କା ଦୂର କରେ ଏହି ପାଣି…

ପ୍ରତିଦିନ ସକାଳେ ଅଭ୍ୟାସ କରି ଅଧଗ୍ଲାସେ ହଳଦୀ ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଫାଳେ ଲେମ୍ବୁ, ଗୋଟେ ଚାମଚର ଏକ ଚତୁର୍ଥାଂଶ ହଳଦୀ, ଗୋଟେ...

ଏସବୁ ରୋଗରୁ ମୁକ୍ତି ଲାଗି ଖାଦ୍ୟରେ ସାମିଲ କରନ୍ତୁ ମାଛ

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି କହିଛନ୍ତି, ପ୍ରତିଦିନ ଖାଦ୍ୟରେ ମାଛ ସାମିଲ କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ଅନେକ ପୌଷ୍ଟିକ ତତ୍ତ୍ୱ...

Leave a comment

Your email address will not be published. Required fields are marked *