୨୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ, ମହିଳା ଗିରଫ

ଭୁବନେଶ୍ୱର,୧୨ା୮(ବ୍ୟୁରୋ): କେତେକ ସ୍ବୟଂ ସହାୟକ ଗୋଷ୍ଠୀ ଓ ମହିଳାଙ୍କଠାରୁ ୨୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣେ ମହିଳାଙ୍କୁ ରବିବାର ଗିରଫ କରିଛି। ସେ ହେଲେ ସାଲିଆ ସାହି ନୀଳକଣ୍ଠ ବସ୍ତି ଅଞ୍ଚଳରେ ରହୁଥିବା କନ୍ଧମାଳ ଜିଲାର ଅଞ୍ଜନା ମହାକୁଡ। ଅଞ୍ଜନା ମଧ୍ୟ ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଅଛନ୍ତି। ସ୍ବାମୀ ଓ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା କହି ୬ଜଣଙ୍କଠାରୁ ଉକ୍ତ ଟଙ୍କା ନେଇ ତାହାକୁ ଆଉ ପରିଶୋଧ କରି ନ ଥିଲେ। ଏପରି କି ଫୋନ୍‌ ନମ୍ବର ବଦଳାଇ ଆଉ ଧରାଛୁଆଁ ଦେଇ ନ ଥିଲେ। ଚନ୍ଦ୍ରଶେଖରପୁର ଥାନା ଏମ୍‌ଆଇଜି କଲୋନୀରେ ରହୁଥିବା ସାବିତ୍ରୀ ସାମନ୍ତରାୟଙ୍କଠାରୁ ଅଞ୍ଜନା ୩ ଲକ୍ଷ ଟଙ୍କା ଧାର ନେଇ ଆଉ ଫେରାଇ ନ ଥିଲେ। ଶନିବାର ଟଙ୍କା ଦେଇଥିବା ମହିଳାମାନେ ଏକାଠି ହେବା ସହ ସାବିତ୍ରୀ ସାମନ୍ତରାୟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୩୬୨/୧୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗିରଫ ଅଞ୍ଜନାଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇଦିଆଯାଇଛି।


All Right Reserved By Dharitri.Com

ଗଞ୍ଜେଇ ଜବତ: ୬ ଗିରଫ, ୩ ଫେରାର

ଜୟପୁର, ୨୫।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ଉପଖଣ୍ଡ ପୋଲିସ, ଜୟପୁର ଟାଉନ, ସଦର ଏବଂ ବୈପାରିଗୁଡ଼ା ଥାନା ପକ୍ଷରୁ ଶନିବାର ପୃଥକ ପୃଥକ ଭାବେ ବିଭିନ୍ନ...

ଟ୍ରେନ୍‌ରେ ବାଣ ନେଲେ ୩ବର୍ଷ ଜେଲ : ଦୀପାବଳି ପାଇଁ ଯାଞ୍ଚ, ଯାତ୍ରୀଙ୍କୁ ସଚେତନ କଲା ରେଲ୍‌ଓ୍ବେ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ଆସନ୍ତା ରବିବାର ଦୀପାବଳି। ଏଥିପାଇଁ ବାଣ ଓ ବିସ୍ଫୋରକ ଟ୍ରେନ୍‌ ଯୋଗେ ବେଆଇନ ଭାବେ ପରିବହନ କରାଯିବାର ଆଶଙ୍କା ରହିଛି। ଏଥିଯୋଗୁ ସମ୍ଭାବ୍ୟ ବିସ୍ଫୋରଣଜନିତ...

ଜିଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷିତ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ସବୁ ଜିଲାର ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି। ମୟୂରଭଞ୍ଜ ଜିଲା କମିଟି ଅଧ୍ୟକ୍ଷ ଭାବେ ପଞ୍ଚାୟତିରାଜ ମନ୍ତ୍ରୀ...

ନୀତି ଆୟୋଗ ର଼୍ୟାଙ୍କିଙ୍ଗ ଉପରେ ଗୁରୁତ୍ୱ ପାଇଁ ପ୍ରସ୍ତାବ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ସ୍ବାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ ବିକାଶକୁ ନେଇ ରାଜ୍ୟଗୁଡିକର ର଼୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଉଛି। ଯେଉଁ ବିଷୟବସ୍ତୁକୁ ଆଧାର କରି ର଼୍ୟାଙ୍କିଙ୍ଗ ପ୍ରସ୍ତୁତ...

ଅନୁଗୋଳରେ ମୋବାଇଲ ଅବକାରୀ ବିଭାଗର ଚଢ଼ାଉ: ୯ଶହ ଲିଟର ଦେଶୀ ମହୁଲି ଜବତ, ୨ ଗିରଫ

ଅନୁଗୋଳ ଅଫିସ,୨୨।୫: ଅନୁଗୋଳ ମୋବାଇଲ ଅବକାରୀ ବିଭାଗ ବୁଧବାର ଚଢ଼ାଉ କରି ୯ଶହ ଲିଟର ଦେଶୀ ମହୁଲି ଜବତ କରିଛି। ଜରାସିଂହାରୁ ଚୋରାରେ ଏହି ଦେଶୀ...

ବର୍ଷା ଜନିତ ସମସ୍ୟାର ମୁକାବିଲା ପାଇଁ ବିଏମ୍‌ସିର ତତ୍ପରତା: ସମ୍ବେଦନଶୀଳ ଅଞ୍ଚଳ ତଦାରଖ କଲେ ଅଧିକାରୀ

ଭୁବନେଶ୍ୱର, ୫।୭(ବ୍ୟୁରୋ)- ମୌସୁମୀ ବର୍ଷା ଜାରି ରହିଥିବାବେଳେ ରାଜଧାନୀବାସୀ ଯେପରି ଜଳ ନିଷ୍କାସନ ଜନିତ ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ...

ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ଧାରଣା: ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ଦାବି

ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜଧାନୀବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ଏହାର ପ୍ରତିବାଦରେ ବୁଧବାର ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଜିଲା ପକ୍ଷରୁ ଜିଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ...

ଜନସଂଖ୍ୟା ସ୍ଥିରିକରଣ ପକ୍ଷ ପାଳନ: ବାହାରିଲା ସଚେତନତା ରଥ

ରଘୁନାଥପୁର, ୧୧। ୭ (ଡି.ଏନ.ଏ.)- ଜାତୀୟ ସ୍ବାସ୍ଥ୍ୟମିଶନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜୁଲାଇ ୧୧ରୁ ୨୪...

Leave a comment

Your email address will not be published. Required fields are marked *