ବଜ୍ରପାତରେ ୨ ଭାଇ ମୃତ

ଭଣ୍ଡାରିପୋଖରୀ, ୧୨।୮(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ରଣଜିତ ପଞ୍ଚାୟତର ଅପୂଜା ମହାଦେବ ପୀଠ ନିକଟ ଚାଷ ଜମିରେ କାମ କରୁଥିବା ବେଳେ ରବିବାର ଅପରାହ୍ନରେ ବଜ୍ରପାତ ହେବାରୁ ଦୁଇଭାଇଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ଘର ଯାଜପୁର ଜିଲା ବେହେରାପାଟଣା ଗ୍ରାମରେ। ଏହି ଦୁଇ ଭାଇ ବିଲକୁ କାମ କରିବାକୁ ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ କରିବାରୁ ପରିବାର ଲୋକେ ରାତିରେ ବିଲ ପାଖକୁ ଯାଇ ଖୋଜାଖୋଜି କରି ମୃତଦେହ ପାଇଥିଲେ। ଏ ନେଇ ଗଁାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଗ୍ରାମବାସୀଙ୍କଠାରୁ ଖବର ପାଇ ପୋଲିସ ଗଁାକୁ ଯାଇ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।


All Right Reserved By Dharitri.Com

ଆବାସ ଯୋଜନାରେ ଦୁର୍ନୀତି ଘଟଣା: ୩ ଦିନରେ ରିପୋର୍ଟ ଦେବ ନୂତନ କମିଟି

ଅନୁଗୋଳ ଅଫିସ, ୬।୯ – ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତର ଦୁଇଟି ଗଁାରେ ଇନ୍ଦିରା ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ବୁଧବାର ବିଡିଓଙ୍କ ନିକଟରେ...

ଦୁର୍ଘଟଣାରେ ବର୍ତ୍ତିଲେ ଯାତ୍ରୀ

ଗୋପାଳପୁର,୧୭।୬-୧୬ନଂ. ଜାତୀୟ ରାଜପଥ କନିଷି ହାଟ ନିକଟରେ ସୋମବାର ଏକ ହାଇୱା ଧକ୍କାରେ ଅଟୋ ଚାଳକ ସମେତ ୪ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତିି।...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗାଇଚରାଳିଙ୍କ ମୃତ୍ୟୁ

କେସିଙ୍ଗା, ୨୫।୫: କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ସୁକୁନାଭଟା ଗ୍ରାମରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶନିବାର ସକାଳେ ଜଣେ ଗାଇଚରାଳିଙ୍କ ମୃତ୍ୟୁ ଘଟିଛି।...

ଚାଉଳ ନ ପାଇ ତାତିଲେ ହିତାଧିକାରୀ

କପ୍ତିପଦା,୨୪ା୯(ଡି.ଏନ୍‌.ଏ.)- ରାସନକାର୍ଡ ସହ ଆଧାର ଲିଙ୍କ୍‌ରେ ବିଳମ୍ବ ଯୋଗୁ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଲାବଣ୍ୟଦେଇପୁର ପଞ୍ଚାୟତର ଶତାଧିକ ଗ୍ରାମବାସୀ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ...

ଲାଲ କରିଡର ମାଟିରୁ ଲାଲ ଟମାଟୋର ସ୍ବାଦ: ୩ ଜିଲାର ଚାଷୀଙ୍କୁ ସମୃଦ୍ଧିର ବାଟ ବତାଇଛି ସୋଢ଼ ପଞ୍ଚାୟତ

ଦେବଗଡ଼, ୨୨।୧୦: ପାହାଡ଼ ପର୍ବତ ଘେରା ଦେବଗଡ଼ ଜିଲାର ଉପାନ୍ତ ତିଳେଇବଣି ବ୍ଲକ ସୋଡ଼ ଗ୍ରାମପଞ୍ଚାୟତ। ଦିନେ ଏହି ପଞ୍ଚାୟତ ମାଓବାଦୀମାନଙ୍କ ମୁଖ୍ୟ ଆଡ୍ଡାସ୍ଥଳ ଥିଲା।...

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ସହ ଜରିମାନା

ବ୍ରହ୍ମପୁର ଅଫିସ,୨୮ା୮- ନାବାଳିକାଙ୍କୁ ବଳାତ୍କାର ମାମଲାର ମଙ୍ଗଳବାର ଶୁଣାଣି କରି ଅତିରିକ୍ତ ଜିଲା ଦୌରା ଜଜ -୨ ତଥା ସ୍ବତନ୍ତ୍ର ପୋକ୍‌ସୋ ବିଚାରପତି ଜଗଦୀଶ ପ୍ରସାଦ...

ଡାକ୍ତର, କର୍ମଚାରୀଙ୍କ ନାଁରେ ମାମଲା

ବ୍ରହ୍ମପୁର ଅଫିସ,୨୭ା୪- ବ୍ରହ୍ମପୁର  ନୂଆ ବସଷ୍ଟାଣ୍ଡ ରୋଡରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ରୋଗୀଙ୍କୁ ମାଡ଼ ମରାଯିବା ସହ ତାଙ୍କ ସୁନାଚେନ ଛଡ଼ାଇ ନିଆଯାଇଥିବା...

ବିଦ୍ୟାଳୟରେ ବାଘ ଆତଙ୍କ, ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ, ୧୦।୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରିଗୁଡା ପଞ୍ଚାୟତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ପରିସରରେ ବାଘ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଭୋରରେ ବିଦ୍ୟାଳୟର କୁକ୍‌ କମ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *