ସରକାରଙ୍କୁ କ୍ରଶର ମାଲିକ ସଂଘର ଚେତାବନୀ

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଖୋର୍ଦ୍ଧା ଖଣି-ଖାଦାନ ବେପାରରେ ଅପରାଧୀଙ୍କ ସମ୍ପୃକ୍ତିକୁ ନେଇ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ (ସ୍ପେଶାଲ ଟାସ୍କ ଫୋର୍ସ) ଟିମ ଖୋଳତାଡ ଚଳାଇଛି। ବେଆଇନ ଖନନକାରୀ ଅଭିଯୁକ୍ତଙ୍କୁ ଏସ୍‌ଟିଏଫ ଗିରଫ କରୁଛି। କ୍ରଶର ମାଲିକମାନଙ୍କୁ ସରକାର ‘ଓ୍ବାଇ’ ଫର୍ମ ଯୋଗାଇ ଦେଉନାହାନ୍ତି। ଫଳରେ ଅନେକ ପଥର ଖାଦାନ ନିଲାମଧାରୀ ଗୋଟିଏ ଏକର ଖୋଳିବାକୁ ଓ୍ବାଇ ଫର୍ମ ଜରିଆରେ ଅନୁମତି ଆଣି ବେଆଇନ ଭାବେ ୫ ଏକରରୁ ଊର୍ଦ୍ଧ୍ୱ ଖୋଳୁଛନ୍ତି। ଉଚିତ ଟଙ୍କା ଦେଇ ଖାଦାନରୁ କଞ୍ଚାମାଲ ଉଠାଉଥିଲେ ମଧ୍ୟ ଓ୍ବାଇ ଫର୍ମ ଅଭାବରୁ ଅନେକ କ୍ରଶରକୁ ବେଆଇନ ଘୋଷଣା କରାଯାଉଛି। ଗଞ୍ଜାମରେ ଏଭଳି ୧୫ରୁ ଊର୍ଦ୍ଧ୍ୱ କ୍ରଶର ମାଲିକ ଗିରଫ ହୋଇଛନ୍ତି। ଏଣୁ ବିପଦ ଆଶଙ୍କାରେ ଭୟଭୀତ ହୋଇ ଜୁଲାଇ ୨୭ରୁ ଖୋର୍ଦ୍ଧାର ଅନେକ କ୍ରଶର ବନ୍ଦ ହୋଇଯାଇଛି ବୋଲି ନିଖିଳ ଓଡ଼ିଶା ପଥର ମାଲିକ ଫେଡେରେଶନ କହିଛି। ସରକାର କଞ୍ଚାମାଲ ଯୋଗାଇବାରେ ଅବହେଳା କଲେ ୧୯୯୯ ପରି ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସଂଘର ସଭାପତି ରାମଜାନ ଖାନ ଚେତାବନୀ ଦେଇଛନ୍ତି। ଏ ନେଇ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଖାନ କହିଛନ୍ତି, ପଥରର ଖନନ କାର୍ଯ୍ୟରେ ଅପରାଧୀଙ୍କ ସମ୍ପୃକ୍ତି ଘଟଣାରେ ଏସ୍‌ଟିଏଫର ତଦନ୍ତକୁ ସଂଘ ସ୍ବାଗତ କରୁଛି। ସାଧାରଣ ଲୋକର ଘରକାମ ଠାରୁ ଆରମ୍ଭ କରି ସରକାରଙ୍କର ଇନ୍ଦିରା ଆବାସ, ବିଜୁ ପକ୍କା ଘର, ମୋ କୁଡିଆ, ରୋଡ, ବିଲ୍ଡିଂ, ବ୍ରିଜ କାର୍ଯ୍ୟ ପାଇଁ ପଥର ଓ ଚିପସ ଆବଶ୍ୟକ। ଏଥିପାଇଁ କ୍ରଶର ଶିଳ୍ପ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ସରକାର ଏହି ବ୍ୟବସାୟକୁ ଚଳାଇବା ନେଇ ସୁବନ୍ଦୋବସ୍ତ ଆଇନ ଆଣୁନାହାନ୍ତି। ରାଜ୍ୟର ହଜାର ହଜାର ବେକାର ଯୁବକ ଏବଂ ଲକ୍ଷାଧିକ ଶ୍ରମିକ କ୍ରଶର ଶିଳ୍ପରେ କାମ କରି ଜୀବିକା ନିର୍ବାହ କରିପାରିବେ। ରାଜ୍ୟରେ ୨୨୦୦ କ୍ରଶର ଥିବାବେଳେ କେବଳ ଖୋର୍ଦ୍ଧାରେ ୪ ଶହ କ୍ରଶର ରହିଛି। ଖୋର୍ଦ୍ଧା ଜିଲାରେ ୪୦ ପ୍ରତିଶତ କ୍ରଶର ଶିଳ୍ପ ଜଗନ୍ନାଥଙ୍କ ଜମି ଉପରେ ଗଢି ଉଠିଛି। ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଏହି ଜମିର ଭଡାକୁ ବଢାଇବା ପରେ ବ୍ୟବସାୟୀ ଭଡା ଦେଇ ପାରୁ ନ ଥିବାରୁ କ୍ରଶର ଚଳାଇବା ଅସମ୍ଭବ ହେଉଛି। ଏହାକୁ ସରକାର କମ କରି ସହଯୋଗର ହାତ ବଢାଇଲେ କ୍ରଶର ଶିଳ୍ପ ସୁଚାରୁ ରୂପେ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ

ପୁରୀ ଅଫିସ,୧୪ା୧୦ : ସୋମବାରଠାରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ। ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ କରିବେ ହବିଷିଆଳି। ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନାରେ...

ଶ୍ରୀଲିଙ୍ଗରାଜ ମନ୍ଦିର: କାମରେ ଲାଗୁନି ପାଦ ଚଲା ପଥ

ପୁରୁଣା ଭୁବନେଶ୍ୱର,୨୦।୧(ଡି.ଏନ.ଏ.): ରାଜ୍ୟ ପର୍ଯ୍ୟଟନ ବିଭାଗର ତରବରିଆ ଏବଂ ଖାମଖିଆଲ କାର୍ଯ୍ୟ ନେଇ ବହୁ ଯୋଜନା ସଫଳ ରୂପାୟନ ହେଉ ନ ଥିବା ଅଭିଯୋଗ ହେଉଛି।...

୮ ଶ୍ରେଣୀ ପାଇଁ ଲାଗୁ ହେବ ପାସ୍‌ ଫେଲ୍‌ ବ୍ୟବସ୍ଥା

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ବ୍ୟବସ୍ଥା ଆସିବାକୁ ଯାଉଛି। ୨୦୦୯ ପୂର୍ବରୁ ଛାତ୍ରୀଛାତ୍ରମାନେ ବାର୍ଷିକ ପରୀକ୍ଷା ଦେଇ...

ରାଷ୍ଟ୍ରପତିଙ୍କ ଗସ୍ତ ଚୂଡ଼ାନ୍ତ:୮ରେ ପାଇକ ସ୍ମାରକୀର ହେବ ଶିଳନ୍ୟାସ

ଖୋର୍ଦ୍ଧା ଅଫିସ,୨୭-୧୧:ଖୋର୍ଦ୍ଧାର ବରୁଣେଇ ପାହାଡ ପାଦଦେଶରେ ନିର୍ମାଣ ହେବାକୁ ଥିବା ପାଇକ ସ୍ମାରକୀର ଶିଳାନ୍ୟାସ ଡିସେମ୍ବର ୮ରେ ଅନୁଷ୍ଠିତ ହେବ। ଏହି ଶିଳାନ୍ୟାସ ଭାରତର ରାଷ୍ଟ୍ରପତି...

ଦିଲ୍ଲୀ ବିମାନବନ୍ଦରରେ ପ୍ରଦୂଷଣ : ୪ ଏୟାର ଇଣ୍ଡିଆ ବିମାନ ବାତିଲ୍‌, ୧୨ଟିର ପଥ ପରିବର୍ତ୍ତନ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ଦିଲ୍ଲୀ ବିମାନବନ୍ଦରରେ ପ୍ରଦୂଷଣଜନିତ ଖରାପ ପାଗ ଯୋଗୁ ଏୟାର ଇଣ୍ଡିଆ ରବିବାର ୪ଟି ବିମାନ ବାତିଲ୍‌ କରିଦେଇଛି। (ଏଆଇ୪୬୭/୪୬୮) ଦିଲ୍ଲୀ-ବିଜୟଓ୍ବାଡ଼ା-ଦିଲ୍ଲୀ, (ଏଆଇ୪୭୩/୪୭୪) ଦିଲ୍ଲୀ-ଭୁବନେଶ୍ୱର-ଦିଲ୍ଲୀ,...

‘କୃଷି କ୍ଷେତ୍ରକୁ ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଯୋଗାନ୍ତୁ’

ଭୁବନେଶ୍ୱର, ୨୩ା୧(ବ୍ୟୁରୋ): ଓଡ଼ିଶାରେ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାରୁ ଚାଷକାର୍ଯ୍ୟ ନିମନ୍ତେ ଋଣର ଜରୁରୀ ଆବଶ୍ୟକତା ରହିଛି। ସମ୍ପ୍ରତି ଚାଷ...

ବିନା ହେଲ୍‌ମେଟ୍‌ରେ ବାଇକ୍‌ ରାଲି ଘଟଣା: ନୋଟିସ ପୂର୍ବରୁ ଦେଲେ ଜରିମାନା ୪୦ ବିଜେଡି କର୍ମୀ

ଭୁବନେଶ୍ୱର, ୭।୧(ବ୍ୟୁରୋ):ବିନା ହେଲ୍‌ମେଟ୍‌ରେ ରାଜଧାନୀରେ ବାଇକ୍‌ ରାଲି କରିଥିବା ଆଉ ୪୦ଜଣ ବିଜେଡି କର୍ମୀ ଜରିମାନା ଦେଇଛନ୍ତି। ସୋମବାର ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ...

୪ର୍ଥ ଦିନରେ ଲକ୍ଷ୍ମୀ ପୂଜାଉତ୍ସବ: ବଢୁଛି ଭିଡ଼, ଜମୁଛି ପୂଜା

ଢେଙ୍କାନାଳ ଅଫିସ, ୧୮।୧୦- କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ଐତିହ୍ୟ, ପରମ୍ପରା ଏବଂ କିମ୍ବଦନ୍ତୀକୁ ଆଧାର କରି ହେଉଥିବା ଏହି ପୂଜା...

Leave a comment

Your email address will not be published. Required fields are marked *