ଆବାସ ହିତାଧିକାରୀଙ୍କ ଅନୁଦାନ ହଡପ : ସମ୍ପୂର୍ଣ୍ଣ ହୋଇପାରୁନି ଗୃହ, ରାସ୍ତାକଡରେ ପରିବାର

ନୂଆଗାଁ,୧୨ା୮ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗୁମୀ ପଞ୍ଚାୟତ ମଣିଆକୋଟ ଗ୍ରାମର ଜଣେ ହିତାଧିକାରୀଙ୍କ ଆବାସ ଅନୁଦାନ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଏଣେ ଗୃହ ନିର୍ମାଣ ଶେଷ ହୋଇ ନ ଥିବାରୁ ହିତାଧିକାରୀଙ୍କ ପରିବାର ରାସ୍ତାକଡରେ ଜୀବନ ବିତାଉଛନ୍ତି।
ମଣିଆକୋଟ ଗ୍ରାମର କଷ୍ଟିଆ ଜାନିଙ୍କ ବାସଗୃହ ନ ଥିବାରୁ ୨୦୧୭-୧୮ ମସିହାରେ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ବ୍ଲକ ତରଫରୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଗୃହ ନିର୍ମାଣ ପାଇଁ କଷ୍ଟିଆ ଅସମର୍ଥ ବିଚାର କରି ଠିକାଦାର ମାଧ୍ୟମରେ କରାଇବା ପାଇଁ କିଛି ସରକାରୀ କର୍ମଚାରୀ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାର ସେହି ଗ୍ରାମର ବାମୁଣି ପ୍ରଧାନ, ଚନ୍ଦ୍ରମଣୀ ଜାନିଙ୍କ ସମେତ କଷ୍ଟିଆଙ୍କ ଗୃହ ନିର୍ମାଣ ଦାୟିତ୍ୱ ନେଇଥିଲେ। ସର୍ତ୍ତ ମୁତାବକ ଠିକାଦାର ଗୃହ ନିର୍ମାଣର ସମ୍ପୂର୍ଣ୍ଣ ଖର୍ଚ୍ଚ ନିଜେ ବହନ କରିବେ ଓ ସରକାରଙ୍କ ଅନୁଦାନ ମିଳିବା ପରେ ହିତାଧିକାରୀଙ୍କଠାରୁ ନେବେ। ତେଣୁ ଗୃହ ନିର୍ମାଣ ପୂର୍ବରୁ ହିତାଧିକାରୀମାନେ ରହୁଥିବା ଚାଳଘର ଭାଙ୍ଗି ପରିବାର ସହିତ ବାହାରେ ପଡିରହିଲେ। କିନ୍ତୁ ନିର୍ମାଣ ଆରମ୍ଭ ହେବାର ଏକବର୍ଷ ବିତିଯାଇଥିଲେ ମଧ୍ୟ କଷ୍ଟିଆଙ୍କ ଘର ପ୍ଲିନ୍ଥ ଲେବୁଲରେ ଅଟକି ରହିଥିବାବେଳେ ବାମୁଣି ଓ ଚନ୍ଦ୍ରମଣିଙ୍କର ଛାତ ପତନରେ ଅଟକି ରହିଛି । ଚାଳଘର ଭାଙ୍ଗିବା ଦିନଠାରୁ କଷ୍ଟିଆ ସ୍ତ୍ରୀ, ପୁଅ, ବୋହୂ, ୪ ବର୍ଷର ନାତି ଓ ୬ ମାସର ନାତୁଣୀକୁ ଧରି ରାସ୍ତାକଡରେ ରହୁଛନ୍ତି। ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ, ଗୃହ ନିର୍ମାଣ ଅଧାକରି ଠିକାଦାର ଅନୁଦାନ ହଡପ କରିଛନ୍ତି। ସରକାରୀ ନିୟମ ଅନୁସାରେ ବିଲ୍‌ ପାସ କରିବା ପୂର୍ବରୁ ପଞ୍ଚାୟତ ଅଧିକାରୀ, ଯନ୍ତ୍ରୀ କାର୍ଯ୍ୟ ତଦାରଖ କରିବା କଥା। କିନ୍ତୁ ସେମାନେ ସେହି ସ୍ଥାନକୁ ଯାଇ ନ ଥିବା କହିଛନ୍ତି କଷ୍ଟିଆଙ୍କ ପୁଅ ସୁଶାନ୍ତ ଜାନି । କୌଣସି ଅଧିକାରୀ ନ ଦେଖି ଠିକାଦାରଙ୍କ କଥାରେ କିଭଳି ବିଲ୍‌ କରାଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ନୂଆଗାଁ ବିଡିଓ ସିରିୟାଲ ଏସ୍‌ ପଟେଲଙ୍କୁ ପଚାରିବାରୁ ସେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କୁ ପଚାରି ବୁଝିବା ସହ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।


All Right Reserved By

ଡାଉନ୍‌ଷ୍ଟ୍ରିମ ଶିଳ୍ପ ପ୍ରତି ଅନାଗ୍ରହ ବୁଡ଼ିବାକୁ ବସିଛି କଳିଙ୍ଗନଗର ଶିଳ୍ପ ସ୍ଥାନୀୟ ନେତୃତ୍ୱ, ସରକାରଙ୍କ ଅସହଯୋଗ ଦାୟୀ

ଯାଜପୁର ଅଫିସ,୩ା୯- କୃଷି ପରେ ଦେଶର କର୍ମ ନିଯୁକ୍ତି କ୍ଷେତ୍ରରେ ବଡବଡ ଶିଳ୍ପ ସମେତ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବଡ଼ ଭାଗିଦାରୀ...

ଲଗାଣବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ୍‌ : ୧୦ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ମୁନିଗୁଡ଼ା,୬।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲାରେ ଗତ ଦୁଇଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ମୁନିଗୁଡ଼ା ବ୍ଲକ ଇଚ୍ଛାପୁର ପଞ୍ଚାୟତର ଭାନପୁର ଗ୍ରାମ ନିକଟରେ...

ସହାୟିକାଙ୍କ ଘରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ତେନ୍ତୁଳିଖୁଣ୍ଟି, ୧୯।୫(ଡି.ଏନ.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଗୌଡଦେଓପାଲି ପଞ୍ଚାୟତର ଭୌଗଳିକ ସ୍ଥିତି ଓ ଜନସଂଖ୍ୟାକୁ ଆଧାର କରି ଅଙ୍ଗନଓ୍ବାଡି କେନ୍ଦ୍ର କରାଯାଇ ନଥିବା ଅଭିଯୋଗ...

କାପୁଡ଼ିଆ ସମାଜ ପାଳିଲା ରକ୍ଷାବନ୍ଧନ ଉତ୍ସବ: ଶୋଭାଯାତ୍ରାରେ ଦୁଲୁକିଲା ସହର

ଭୁବନ, ୧୫।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ କାପୁଡ଼ିଆ ସମାଜ ପକ୍ଷରୁ ଗୁରୁବାର ଧୂମ୍‌ଧାମରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସଙ୍ଗଠନର କୋଠଘରେ ଆରାଧ୍ୟ ଦେବତା...

ନବରଙ୍ଗପୁର ଜିଲାର ୪ ନିର୍ବାଚନମଣ୍ଡଳୀ:ବିଜେଡିକୁ ୩, ଭାଜପାକୁ ଗୋଟିଏ

ନବରଙ୍ଗପୁର,୨୪-୫(ବି.ପ୍ର):୨୦୧୯ ସାଧାରଣ ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି। ରାଜନୀତି ବିଶେଷଜ୍ଞଙ୍କ ଅଙ୍କକଷା କେଉଁଠି ଠିକ ହୋଇଛି ତ ଆଉ କେଉଁଠି ଭୁଲ ହୋଇଛି ା...

ଡକାୟତି ଯୋଜନା ପଣ୍ଡ କଲା ବ୍ରଜରାଜନଗର ପୋଲିସ: ୩ ଅଭିଯୁକ୍ତ ଗିରଫ, ୪ ଫେରାର

ଝାରସୁଗୁଡା ଅଫିସ/ଲଖନପୁର, ୨୭।୯(ଡି.ଏନ.ଏ.)-ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଦିନକୁୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଅସାମାଜିକ ବ୍ୟକ୍ତିମାନେ ପୋଲିସକୁ ଚ୍ୟାଲେଞ୍ଜ କରି...

ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଅବହେଳା ଅଭିଯୋଗ: ଖରାରେ ଛିଡ଼ା ହେବାରୁ ଅଭିଭାବକ-କର୍ତ୍ତୃପକ୍ଷ ମୁହାଁମୁହିିଁ

ବ୍ରହ୍ମପୁର ଅଫିସ,୨୦ା୫-ଗୋପାଳପୁର ରୋଡ ତଥା ଡୁରା ନିକଟସ୍ଥ ବ୍ରହ୍ମପୁର ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ବିଏସ୍‌ଇଟି)ରେ ରବିବାର ଉତ୍ତେଜନା ଦେଖାଦେଇଛି। ବିଏସ୍‌ଇଟିରେ ଓୟୁଏଟି ପରୀକ୍ଷା ପାଇଁ...

ଅନ୍ଧବିଶ୍ୱାସ: ବଜ୍ରପାତରେ ମୃତ ବୃଦ୍ଧଙ୍କୁ ଗୋବରରେ ପୋତି ଦେଲେ ପରିବାର ଲୋକେ

ପାଟଣା,୯।୧୦(ସ୍ବ.ପ୍ର.) :କେନ୍ଦୁଝର ଜିଲା ପାଟଣା ଥାନା ମାଛଗଡ ପଞ୍ଚାୟତ ଅନ୍ତର୍ଗତ ଦୁଧିନାଳି ଗ୍ରାମରେ ବଜ୍ରପାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଜଙ୍ଗରାଇ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *