Posted inUncategorized

କଣ୍ଟିଲୋରେ ଝୁଲଣ ଯାତ୍ରା ଆରମ୍ଭ : ସଂକୀର୍ତ୍ତନ କରି ଠାକୁରଙ୍କୁ ଝୁଲାଇଲେ ଭକ୍ତ

ଖଣ୍ଡପଡ଼ା,୧୨ା୮(ସ୍ବ.ପ୍ର.) : ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋସ୍ଥିତ ଶ୍ରୀ ନୀଳମାଧବ ଜୀଉ ପୀଠ, ରାଧାମୋହନ ଜୀଉ ମଠ, ଠାକୁର ଅଭିରାମ ପରମହଂସ ଦେବଙ୍କ ଶାନ୍ତି ଆନନ୍ଦାଶ୍ରମ, ସିଧାମୂଳାସ୍ଥିତ ଶ୍ରୀ ଜଗନ୍ନାଥ ଜୀଉଙ୍କ ମନ୍ଦିର, ଖଣ୍ଡପଡ଼ା ଶ୍ରୀ ଜଗନ୍ନାଥ ଜୀଉ ଓ ଖଳିସାହି ଗୋପାଳ ଜୀଉ ମନ୍ଦିରରେ ରବିବାରଠାରୁ ଝୁଲଣ ଯାତ୍ରା ଆରମ୍ଭ ହୋଇଯାଇଛି। ଏହି ଅବସରରେ ନୀଳମାଧବ ଜୀଉ ଓ ସିଧାମୂଳାସ୍ଥିତ ଜଗନ୍ନାଥ ମନ୍ଦିରରେ ଭୋର ୫ଟାରେ ସ୍ନାନ ଅବକାଶ, ୭ଟାରେ ବଲ୍ଲଭ, ସାଢ଼େ ୧୧ଟାରେ ସକାଳ ଧୂପ ଓ ଦ୍ୱିପ୍ରହର ଧୂପ ସମ୍ପନ୍ନ ପରେ ଠାକୁରଙ୍କ ପହଡ଼ ଅନୁଷ୍ଠିତ ହୋଇଥିଲା। ରାତି ସାଢେ ୮ଟାରେ ଏକାଦଶୀ ଓ ମହାଦୀପ ଉଠିବା କାର୍ଯ୍ୟକ୍ରମ ପରେ ୯ଟାରେ ଧୂପ ହୋଇଥିଲା। ସାଢ଼େ ୯ଟାରେ ମଦନମୋହନଙ୍କ ସହ ଲକ୍ଷ୍ମୀ, ସରସ୍ବତୀଙ୍କୁ ମୁକ୍ତି ମଣ୍ଡପକୁ ବିଜେ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା।ପରେ ଶ୍ରୀଜୀଉମାନେ ଝୁଲଣ ବେଦୀରେ ବିଜେ ହୋଇଥିଲେ।ସନ୍ଧ୍ୟାରେ ମଦନମୋହନଙ୍କୁ ଝୁଲଣ କୁଞ୍ଜରେ(ଦୋଳିରେ)ବିଜେପୂର୍ବକ ନାମ ସଂକୀର୍ତ୍ତନ କରି ଭକ୍ତମାନେ ଶ୍ରୀ ଜୀଉଙ୍କୁ ଝୁଲାଇ ଥିଲେ। ସ୍ଥାନୀୟ ରାଧାମୋହନ ଜୀଉଙ୍କ ମଠରେ କଣ୍ଟିଲୋ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଝୁଲଣ ସଙ୍ଗୀତ ଗାନ କରାଯାଇଥିଲା। ଝୁଲଣ କାର୍ଯ୍ୟକ୍ରମ ବୁଧବାର ପର୍ଯ୍ୟନ୍ତ ୪ ଦିନ ଅନୁଷ୍ଠିତ ହେବ।


All Right Reserved By Dharitri.Com

Posted inUncategorized View All

ଅହମଦାବାଦରୁ ଆଗ୍ରା ହୋଇ ଦିଲ୍ଲୀ ଯିବେ ଟ୍ରମ୍ପ ଦମ୍ପତି

ନୂଆଦିଲ୍ଲୀ,୨୦।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ବେଳକୁ ବେଳ ଉତ୍ସାହ...

୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ପୁରୀ ଅଫିସ,୧୬।୧୦: ବେଆଇନ ଗଞ୍ଜେଇ କାରବାର ନେଇ ପୁରୀ ଅବକାରୀ ବିଭାଗ ପକ୍ଷରୁ ପିପିଲି ଅଞ୍ଚଳରେ ଚଢ଼ାଉ କରାଯାଇ ବୁଧବାର ଜଣଙ୍କୁ ଗିରଫ କରାଯାଇଛି। ସେ...

ଏପ୍ରିଲ୍‌ ୫ରୁ ଆର୍ମି ନିଯୁକ୍ତି ମେଳା

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଏପ୍ରିଲ ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍‌ଠାରେ ବିଶାଳ ଆର୍ମି ନିଯୁକ୍ତି ମେଳା ଆୟୋଜିତ ହେବ। ଏଥିରେ ମୋଟ ୧୦ ଜିଲା...

ରୋହିଙ୍ଗ୍ୟାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ପ୍ରସ୍ତାବ: ଜାତିସଙ୍ଘରେ ୧୩୪ ଦେଶ କଲେ ସମର୍ଥନ

ଜେନେଭା,୨୮।୧୨: ମ୍ୟାନ୍‌ମାର୍‌ରେ ରୋହିଙ୍ଗ୍ୟା ମୁସଲମାନ୍‌ଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଜାତିସଂଘରେ ବିରୋଧ କରାଯାଇଛି। ଏନେଇ ଜାତିସଙ୍ଘର ୧୯୩ ଦେଶ ମଧ୍ୟରୁ ଏହି ପ୍ରସ୍ତାବକୁ ୧୩୪ ଦେଶଙ୍କ...

ଥଇଥାନ ପରେ ଉଚ୍ଛେଦ କରାଯାଉ

ବାଲେଶ୍ୱର ଅଫିସ,୨୪।୨- ବାଲେଶ୍ୱର ସହର ଫାଣ୍ଡିଛକସ୍ଥିତ ଓଭରବ୍ରିଜ୍‌ ତଳେ ଦୋକାନ କରିଥିବା ବ୍ୟବସାୟୀମାନଙ୍କୁ ୧୫ଦିନ ମଧ୍ୟରେ ଉଚ୍ଛେଦ ପାଇଁ ବ୍ରିଟ୍‌ ପକ୍ଷରୁ ନୋଟିସ୍‌ ଦିଆଯାଇଛି। ଏହାର...

ଏମିତି ଦେଶ, ଯେଉଁଠି ସନ୍ତାନ ଜନ୍ମ ଦେଲେ ମିଳେ ଲକ୍ଷାଧିକ ଟଙ୍କା

ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ସନ୍ତାନ ଜନ୍ମ ଦେଲେ ମାତାପିତାଙ୍କୁ ପୁରସ୍କାର ସ୍ବରୂପ ମିଳିଥାଏ ଲକ୍ଷାଧିକ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ...

ରାଜନୈତିକ ଶତ୍ରୁତାରୁ ହତ୍ୟା ଉଦ୍ୟମ: ବିଜୁଯୁବ ବାହିନୀ ସଦସ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ; ବମ୍‌କେଇରେ ଉତ୍ତେଜନା, ପୋଲିସ ମୁତୟନ

ଦିଗପହଣ୍ଡି,୪ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମ୍‌କେଇ ଗାଁରେ ମଙ୍ଗଳବାର ରାଜନୈତିକ ଶତ୍ରୁତାରୁ ବିଜୁ ଯୁବବାହିନୀର ସଦସ୍ୟ ନିରାକାର ପ୍ରଧାନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା କେ.ନୂଆଗଁା ଥାନାରେ...

Leave a comment

Your email address will not be published. Required fields are marked *