Posted inଜାତୀୟ

୪ ରାଜ୍ୟରେ ବନ୍ୟା ନେଲାଣି ୧୬୦ ଜୀବନ

ଥିରୁଭାନନ୍ଥପୁରମ୍‌ / ବେଙ୍ଗାଲୁରୁ,୧୨ା୮(ପି.ଟି.): ଲାଗାଣ ବର୍ଷାଜନିତ ବନ୍ୟା ପରିସ୍ଥିତି ଭୟଙ୍କର ହୋଇପଡ଼ିଛି। କେରଳ, କର୍ନାଟକ, ମହାରାଷ୍ଟ୍ର, ଗୁଜରାଟରେ ସ୍ଥିତି ଗମ୍ଭୀର ରହିଥିବାବେଳେ ମୃତ୍ୟୁସଂଖ୍ୟା ୧୪୦ ଟପିଛି। କେରଳରେ ଅଗଷ୍ଟ ୮ରୁ ଅଦ୍ୟାବଧି ଏହି ବନ୍ୟାରେ ୬୪ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ରାଜ୍ୟର ପ୍ରାୟ ୨ ଲକ୍ଷ ୨୭ ହଜାର ଲୋକ ବିଭିନ୍ନ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ରବିବାର ସକାଳେ ବରିଷ୍ଠ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି। ବର୍ଷା କମିଥିଲେ ହେଁ ଭୂସ୍ଖଳନର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବା ଲାଗି ପ୍ରଶାସନ ପକ୍ଷରୁ କୁହାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କନ୍ନୁର, କାସରାଗଡ଼ ଓ ଓ୍ବାୟନାଡ଼ ଜିଲାରେ ରେଡ୍‌ଆଲର୍ଟ ଜାରି କରାଯାଇଛି। ବିଭିନ୍ନ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ଚିନ୍ତାର କାରଣ ନୁହେଁ ବୋଲି ବିଜୟନ୍‌ ପ୍ରକାଶ କରିଛନ୍ତି। ଓ୍ବାୟନାଡ଼ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଅପରାହ୍ନରେ ଦୁଇଦିନିଆ କେରଳ ଗସ୍ତରେ ଆସି କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ସହ ସ୍ଥିତି ସମୀକ୍ଷା ଆରମ୍ଭ କରିଛନ୍ତି। ନିଜ ନିର୍ବାଚନମଣ୍ଡଳୀ ଓ୍ବାୟନାଡ଼ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ ବିଭିନ୍ନ ରିଲିଫ କ୍ୟାମ୍ପ ଯିବାର କାର୍ଯ୍ୟକ୍ରମ ରହିଛି। କୋଟ୍ଟାକାଲ୍‌, ନିଲମ୍ବୁର, ମମ୍‌ବାଦ୍‌, ଇଡ୍ଡାଭାନାପାର ରିଲିଫ କ୍ୟାମ୍ପ ବୁଲିଦେଖିବା ପରେ ମାଲାପୁରମ୍‌ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ସୋମବାର ସେ ଓ୍ବାୟନାଡ଼ର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦୁଇଦିନ ବନ୍ଦ ରହିବା ପରେ ରବିବାର ଅପରାହ୍ନରେ କୋଚି ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି। ତେବେ କେତେକ ରେଳସେବା ବନ୍ଦ ରହିଛି। ନୌସେନା, ତଟରକ୍ଷୀ ବାହିନୀ, ଏନ୍‌ଡିଆର୍‌ଏଫ୍‌, ସ୍ଥାନୀୟ ପୋଲିସ, ସ୍ବେଚ୍ଛାସେବୀମାନେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ପ୍ରକାଶ।
ସେହିଭଳି କର୍ନାଟକରେ ଗତ ୪ ଦିନ ଭିତରେ ରାଜ୍ୟରେ ବନ୍ୟା ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି ପାଇଥିବାବେଳେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଦେଖିଛନ୍ତି। ଏକ ସ୍ବତନ୍ତ୍ର ବିମାନରେ ଶାହ ଆସି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ବେଳାଗାଭି ଅଞ୍ଚଳର ସ୍ଥିତି ସମୀକ୍ଷା କରିଥିଲେ। ତାଙ୍କ ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀ, ସୁରେଶ ଅଙ୍ଗଦି, ଏମ୍‌ପି ପ୍ରଭାକର କୋରେ, ବିଧାୟକ ଉମେଶ କାଟ୍ଟୀ ଥିଲେ। ରାଜ୍ୟର ୧୭ ଜିଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ବେଲଗାଭିକୁ ଛାଡ଼ି ବାଗଲ୍‌କେଟେ, ଗଡ଼କ୍‌, ଉତ୍ତର କନ୍ନଡ଼ ରାଇଚୁର, ୟାଦିଗିର୍‌, ଦକ୍ଷିଣ କନ୍ନଡ଼, ଉଡ଼ୁପି, ଚିକ୍କାମାଗାଲୁରୁ, କୋଡ଼ାଗୁ ଜିଲା କ୍ଷତିଗ୍ରସ୍ତ ହୋଇଥିବା ପ୍ରକାଶ। ଗୁଜରାଟରେ ମଧ୍ୟ ସ୍ଥିତି ଜଟିଳ ରହିଛି। ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଥିବାବେଳେ ମୃତ୍ୟୁସଂଖ୍ୟା ରାଜ୍ୟରେ ୩୨ରେ ପହଞ୍ଚିଛି। ସୌରାଷ୍ଟ୍ର ଓ କଚ୍ଛରେ ବର୍ଷାର ତାଣ୍ଡବ ଜାରିରହିଛି। ସମୁଦ୍ରକୁ ଯାଇଥିବା ୨୦ ମତ୍ସ୍ୟଜୀବୀଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ଭାରତୀୟ ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ଲାଗି ସତର୍କ ସୂଚନା ଜାରି କରିଥିବାରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ମହାରାଷ୍ଟ୍ରରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୪୦ରେ ପହଞ୍ଚିଥିବାବେଳେ ପରିସ୍ଥିତି ଉଗ୍ରରୂପ ଧାରଣ କରିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ରବିବାର ଆକାଶ ମାର୍ଗରୁ କୋହ୍ଲାପୁର, ସାଙ୍ଗଲି ଆଦି ଅଞ୍ଚଳ ବୁଲିଦେଖିଛନ୍ତି।


All Right Reserved By Dharitri.Com

ଗୁରୁଦାସପୁର ବାଣ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ

ଗୁରୁଦାସପୁର,୪।୯: ପଞ୍ଜାବର ଗୁରୁଦାସପୁରରେ ଥିବା ଏକ ବାଣ କାରଖାନାରେ ବୁଧବାର ଏକ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ଏଥିରେ ଅତିକମରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ...

ଭାଜପାର ଓପନିଂ ବ୍ୟାଟିଂରେ ଚଉକା ଛକା: କଂଗ୍ରେସ ପଛରେ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ଓପନିଂ ବ୍ୟାଟିରେ ଭାଜପା ଚଉକା ଛକା ବର୍ଷା କରୁଥିବା...

ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦ା୬(ପି.ଟି.): ଗୁଜରାଟରେ ଦୁଇଟି ରାଜ୍ୟ ସଭା ଆସନ ଲାଗି ଅଲଗା ଉପନିର୍ବାଚନ କରିବା ନିମନ୍ତେ ନିର୍ବାଚନ କମିଶନ (ଇସି) ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟ କଂଗ୍ରେସ ପକ୍ଷରୁ...

ଯୌତୁକ ପାଇଁ ଶିବାଙ୍ଗୀ ଫେରାଇ ଦେଇଥିଲେ ବରଯାତ୍ରୀ: ଏବେ ବିବାହ ପାଇଁ ଯୁବକଙ୍କ ଲମ୍ବା ଲାଇନ୍‌

ଗ୍ବାଲିୟର,୨୧।୪: କିଛି ମାସ ତଳେ ଯୌତୁକ ପାଇଁ ମଧ୍ୟପ୍ରଦେଶ ଗ୍ବାଲିୟରର ଶିବାଙ୍ଗୀ ତାଙ୍କ ଘରକୁ ଆସିଥିବା ବରଯାତ୍ରୀଙ୍କୁ ଫେରାଇ ଦେଇଥିଲେ। ଏହା ପରେ ଶିବାଙ୍ଗୀ ନିଜ...

ମଧ୍ୟାହ୍ନ ଭୋଜନ ଖାଇ ୬୦ ଛାତ୍ରୀଛାତ୍ର ଅସୁସ୍ଥ

ବେଙ୍ଗାଲୁରୁ,୬।୧୧: କର୍ନାଟକରେ ଏକ ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୬୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ବୁଧବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଚିତ୍ରଦୁର୍ଗାଠାରେ...

ଜାପାନୀ ଜ୍ୱର ନେଲାଣି ୪୧ ଶିଶୁଙ୍କ ଜୀବନ

ପାଟନା, ୧୩।୬: ବିହାରରେ ଏବେ ଜାପାନୀ ଜ୍ବର ବା ଏନ୍ସେଫାଲାଇଟିସ ଜ୍ବର ୪୧ ଜଣଙ୍କ ଶିଶୁଙ୍କ ଜୀବନ ଗଲାଣ। ଏବେ ଏହି ଜ୍ୱରରେ ପୀଡିତ ହୋଇ...

ଘୂର୍ଣ୍ଣିବାତ୍ୟା ‘ମାହା’ର ପ୍ରଭାବ: ଗୁଜରାଟରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ,୩।୧୧: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ‘ମାହା’ର ପ୍ରଭାବରେ ଭାରତର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି କେନ୍ଦ୍ରୀୟ ପାଣିପାଗ...

ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍‌ କଲେ ଯୋଗୀ ସରକାର

ଲକ୍ଷ୍ନୌ,୧୬।୧୦: ଉତ୍ତରପ୍ରଦେଶରେ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍‌। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଛୁଟିକୁ ନଭେମ୍ବର ୩୦ପର୍ଯ୍ୟନ୍ତ ବାତିଲ୍‌ କରିଦେଇଛନ୍ତି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *