ଠେଙ୍ଗାରେ ପିଟି ଯୁବକଙ୍କୁ ହତ୍ୟା

ଆସିକା,୧୭।୫(ଡି.ଏନ୍‌.ଏ.)- ଆସିକା ଥାନା ସିଦ୍ଧନଈ ପଞ୍ଚାୟତ ବଣବାଲି ଗ୍ରାମରେ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ସେହି ଗ୍ରାମର ଗଗନ ନାଇକ(୨୪)। ଗଗନ ନିଜ ଗ୍ରାମଠାରୁ ଅଧାକିଲୋମିଟର ଦୂରରେ ଥିବା ଝରଣା ନାଳକୁ ମାଛ ଧରିବାକୁ ଯାଇଥିବାବେଳେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀ ଜଣକ ତାଙ୍କୁ ଠେଙ୍ଗାରେ ପିଟି ନାଳ ପାଣିକୁ ପୋପାଡି ଦେଇଥିଲେ। ପରିବାର ଲୋକେ ଖବର ପାଇ ନାଳରୁ ତାଙ୍କୁ ଉଦ୍ଧାର କଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆସିକା ପୋଲିସ ବଣବାଲି ଗ୍ରାମରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲକୁ ଆଣିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୋଗରେ ଗଗନର ଜଣେ ସମ୍ପର୍କୀୟ ଭାଇଙ୍କୁ ପୋଲିସ ଅଟକ ରଖିଛି। ପାରିବାରିକ କାରଣକୁ ନେଇ ରହିଥିବା ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଖବର ଲେଖାହେବା ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ପୋଲିସ କହିଛି।


All Right Reserved By Dharitri.Com

ମଦ ବେପାରୀଙ୍କୁ ଧରି ପୋଲିସ ଜିମା ଦେଲେ ମହିଳା

ବେଗୁନିଆପଡା,୧ା୪(ଡି.ଏନ.ଏ.)- ବେଗୁନିଆପଡ଼ା ଫାଣ୍ଡି ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳ ଗ୍ରାମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦେଶୀ ମଦ ଜବତ କରି ମଦ ବେପାରୀଙ୍କୁ ପୋଲିସ ଜିମା...

କରୋନା ଯନ୍ତ୍ରଣା: ଗଞ୍ଜାମରେ ଅଳିଆ ଗଦାରୁ ଖାଦ୍ୟ ସାଉଁଟୁଛନ୍ତି ଗୋରୁପଲ

ବ୍ରହ୍ମପୁର ଅଫିସ,୨୨।୪- କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଲକଡାଉନ (ତାଲା ବନ୍ଦ ) ସ୍ଥିତି ଜାରି ରହିଛି। ଏଥିଯୋଗୁ ମଣିଷଠାରୁ ଆରମ୍ଭ କରି...

ଗଞ୍ଜାମରେ ସୁସ୍ଥ ହେଲେଣି ୩୦୨ ଆକ୍ରାନ୍ତ: ଆଉ ୮୯ କରୋନା ଆକ୍ଟିଭ

ଛତ୍ରପୁର, ୨୮।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ବର୍ତ୍ତମାନ ସୁଦ୍ଧା ୩୯୪ ଜଣଙ୍କଠାରେ କରୋନା ପଜିଟିଭ୍‌ ମିଳିଛି। ଏଥିରୁ ୩୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ସେହିଭଳି...

କୁକୁଡ଼ାଖଣ୍ଡିରେ କରୋନା ଭୟ: ଗୁଣ୍ଠବନ୍ଧ ଗାଁ ସିଲ୍‌, ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବ ବ୍ଲକ ପ୍ରଶାସନ

ବ୍ରହ୍ମପୁର ଅଫିସ,୧୭ା୫: ଗଞ୍ଜାମ ଜିଲାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ କୁକୁଡ଼ାଖଣ୍ଡି ବ୍ଲକ ଅଧିନସ୍ଥ ଦକ୍ଷିଣପୁର ପଞ୍ଚାୟତର ଗୁଣ୍ଠବନ୍ଧକୁ ରବିବାର ସିଲ୍‌...

ଅସୁରକ୍ଷିତ ହୋଇପଡୁଛି ରାଜଧାନୀ: ବାର୍‌ରେ ପଶି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାତିର ରାଜଧାନୀ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। ନିକଟରେ କେତେଜଣ ଦୁର୍ବୃତ୍ତ ବାର୍‌ରେ ପଶି ଆତଙ୍କ ଖେଳାଇବା ସହ ରାସ୍ତାରେ ବାର୍‌ ଡ୍ୟାନ୍ସରଙ୍କୁ...

ବର୍ଷା ବିତ୍ପାତ : ସ୍କୁଲ ଛୁଟି ; ବିଳମ୍ବ ନିଷ୍ପତ୍ତି ଯୋଗୁ ହଇରାଣ

ବ୍ରହ୍ମପୁର ଅଫିସ୍‌,୨୬ା୯-ଓଡ଼ିଶା ଉପକୂଳରେ ସୃଷ୍ଟ ପୂର୍ଣ୍ଣିବଳୟ ପ୍ରଭାବରେ ଗତ ୩ ଦିନ ହେଲା ବର୍ଷା ଲାଗି ରହିଛି । ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗଞ୍ଜାମ...

ମଦ ଦୋକାନ ସ୍ଥାନାନ୍ତର ଦାବିରେ ପୁଣି ମହିଳାଙ୍କ ଧାରଣା

ବେଗୁନିଆପଡ଼ା,୬।୯(ଡି.ଏନ.ଏ.)-ବେଗୁନିଆପଡ଼ା ବଜାରରେ ଖୋଲିଥିବା ଠିପି ବନ୍ଦ ମଦ ଦୋକାନ ସ୍ଥାନାନ୍ତରଣ ଦାବିରେ ଶୁକ୍ରବାର ଦୋକାନ ଆଗରେ ମହିଳାମାନେ ପୁନର୍ବାର ଧାରଣା ଦେଇଛନ୍ତି। ଏହି ମଦ ଦୋକାନ...

ବେଆଇନ ମଦ ଭାଟିରେ ଚଢାଉ: ୩ ମହିଳାଙ୍କ ସମେତ ୨୫ ଗିରଫ

ଆସିକା,୧ା୪(ଡି.ଏନ୍‌.ଏ.)- ଆସିକା ଥାନା ପାକଲାପଲ୍ଲୀ ଓ ସନ୍ତୋଷୀ ମନ୍ଦିର ସଂଲଗ୍ନ ଏରୋଗୋଲାବସା ଏବଂ ବାଲିସିରାଠାରେ ଚାଲିଥିବା ବେଆଇନ୍‌ ରନ୍ଧାମଦ ଭାଟି ଉପରେ ବୁଧବାର ଆସିକା ପୋଲିସ...

Leave a comment

Your email address will not be published. Required fields are marked *