ଗୁଳିମାଡରେ ଆହତ ଭିକାରୀଙ୍କ ମୃତ୍ୟୁ

ଖଲ୍ଲିକୋଟ,୧୭।୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ଥାନା କେଶପୁର ବଜାର ହନୁମାନ ମନ୍ଦିର ନିକଟରେ ଗୁରୁବାର ରାତିରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ରାମଚନ୍ଦ୍ରପୁର ଗ୍ରାମର ଭିକାରୀ ତରେଇ ଆହତ ହୋଇଥିଲେ। ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି। ଭିକାରୀ କେଶପୁର ବଜାରରୁ ଘରକୁ ଫେରୁଥିବାବେଳେ ହନୁମାନ ମନ୍ଦିର ନିକଟରେ ୨ଟି ବାଇକରେ ଦୁର୍ବୃତ୍ତମାନେ ଆସି ତାଙ୍କ ପଛପଟୁ ଗୁଳିମାଡ କରିଥିଲେ। ଗୋଟିଏ ଗୁଳି ତାଙ୍କ ପିଟିରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।


All Right Reserved By

ପେନାରା ଘାଟିରେ ସଂଯୋଗୀକରଣ ରାସ୍ତା ଦବିଲା

ଦାରିଙ୍ଗବାଡି,୨୦।୫(ଡି.ଏନ.ଏ.)-ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ପେନାରା ଘାଟିରେ ଏକ ବ୍ରିଜ ନିକଟରେ ସଂଯୋଗୀକରଣ ରାସ୍ତା ଦବି ଯାଇଛି। ଫଳରେ ଉକ୍ତ ରାସ୍ତା ଯାତ୍ରୀଙ୍କ ପାଇଁ ଅସୁରକ୍ଷିତ...

ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବାଲିଗୁଡ଼ା ବିଧାୟକ

କ.ନୂଆଗଁ।,୨୭।୫(ଡି.ଏନ୍‌.ଏ.)- କ.ନୂଆଗଁ। ବ୍ଲକର ଅଧ୍ୟକ୍ଷ ଚକ୍ରମଣି କହଁର ବାଲିଗୁଡ଼ା ବିଧାୟକ ଭାବେ ନିର୍ବାଚିତ ହେବା ପରେ ସୋମବାର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଗତ...

ଜଙ୍ଗଲରେ ଗୁଳିମାଡ ଘଟଣା: ଭାଇ ସମେତ ୨ ଗିରଫ

ଶଙ୍କରାଖୋଲ,୨୧ା୬(ଡି.ଏନ୍‌.ଏ.): ଚକାପାଦ ବ୍ଲକ ଟିକାବାଲି ଥାନା ମିଣିଆଖଡି ଜଙ୍ଗଲରେ ଶନିବାର ଗୁଳି ମାଡରେ ଆରାବାକା ପଞ୍ଚାୟତ କାମ୍ବିରିକିଆ ଗ୍ରାମର ଜନକ ମଲ୍ଲିକ ଗୁରୁତର ହୋଇଥିଲେ। ଏହି...

ବଳାକତ୍।ର ଅଭିଯୋଗରେ ଯୁବକ ଗିରଫ

ବୁଗୁଡ଼ା,୨୮।୭(ଡି.ଏନ.ଏ.)-ଜନୈକା ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ଏବଂ ତାଙ୍କର ଅଶ୍ଳୀଳ ଭିଡିଓକୁ ଭାଇରାଲ କରିବା ଅଭିଯୋଗରେ ବୁଗୁଡ଼ା ପୋଲିସ ରବିବାର ଜଣେ...

ସରପଞ୍ଚଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ : ଥାନାରେ ଏତଲା, ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୬ା୬(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ସରପଞ୍ଚ ଭୀମସେନ ସାହୁଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଅସମ୍ମାନସୂଚକ ତଥା ଅଶାଳୀନ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ତାଙ୍କ...

ମହିଳାଙ୍କୁ ପ୍ରତାରଣା କରି ଫେରାର ହେବା ଘଟଣା: ଦୁଇ ବର୍ଷ ପରେ ଯୁବକ ଗିରଫ

ବ୍ରହ୍ମପୁର ଅଫିସ,୨୮।୮: ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେବା ସହ ଶାରୀରିିକ ସମ୍ପର୍କ ସ୍ଥାପନ କରିବା ପରେ ପ୍ରତାରଣା କରିବା ଅଭିଯୋଗରେ ଜଣେ...

‘ବରିଷ୍ଠ ନାଗରିକଙ୍କ ଅଭିଜ୍ଞତାକୁ ବ୍ୟବହାର କରନ୍ତୁ ସରକାର’

ବ୍ରହ୍ମପୁର ଅଫିସ,୨୮ା୭: ଗଞ୍ଜାମ ଜିଲା ବିଜୁ ପଟ୍ଟନାୟକ ସିନିୟର୍‌ ସିଟିଜେନସ ଫୋରମର ୧୫ତମ ତ୍ରୟବାର୍ଷିକ ସମ୍ମିଳନୀ ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ରବିବାର ଅନୁଷ୍ଠିତ...

ମାସକ ମଧ୍ୟରେ କାର୍ଯ୍ୟକାରୀ ହେବ ‘ସଫା ଆପ୍‌’

ବ୍ରହ୍ମପୁର ଅଫିସ,୨୦ା୯- ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ର ସ୍ବତନ୍ତ୍ର ସାଧାରଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ତଥା ନିଗମ ପ୍ରଶାସକ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *