Posted inUncategorized

କର୍ନାଟକରେ ଶ୍ରମିକ ଦମ୍ପତି ମୃତ

ଭବାନୀପାଟଣା,୧୧।୮(ଡି.ଏନ୍‌.ଏ.): କର୍ନାଟକକୁ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲା ମହୁଲପାଟଣା ଗ୍ରାମର ଶଙ୍କର ସାହୁ (୩୫) ଓ ତାଙ୍କ ସ୍ତ୍ରୀ ରଶ୍ମିତା ସାହୁ (୩୦)ଙ୍କ ସେଠାରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ, ଥୁ. ରାମପୁର ବ୍ଲକ ମହୁଲପାଟଣା ଗାଁର ଶଙ୍କର ଓ ରଶ୍ମିତା ୭ ବର୍ଷ ତଳେ କର୍ନାଟକକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାକାର ନାଗାମାନଗାଲା ତାଲୁକର ଭେଙ୍କଟେଶ୍ୱର ହେଚେରୀ ପ୍ରାଇଭେଟ ଲିମିଟେଡରେ ଉଭୟେ ଶ୍ରମିକ ଭାବେ କାର୍ଯ୍ୟ କାରୁଥିବାବେଳେ ବର୍ଷକର ଝିଅ ବନ୍ଦନାକୁ ଗାଁରେ ଛାଡ଼ି ଯାଇଥିଲେ । ଗତ ଅଗଷ୍ଟ ୩ ତାରିଖ ଦିନ ସେଠାରେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିଲା ତେବେ ତାଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନ ଥିବା ବେଳେ ଶୁକ୍ରବାର ଶଙ୍କରଙ୍କ ମଧ୍ୟ ସେଭଳି ମୃତ୍ୟୁ ଘଟିଥିଲା । ତେବେ ଏହି ଦୁଇଜଣଙ୍କୁ ବିଷ ଦେଇ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଶଙ୍କରଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ଗାଁକୁ ପଠାଇଛି । ଏହି ଘଟଣାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।


All Right Reserved By Dharitri.Com

Posted inUncategorized View All

Featured Video Play Icon

Fadnavis faces ‘majority’ challenge ahead | କିଭଳି ବହୁମତ ସାବ୍ୟସ୍ତ କରିବେ ଫଡନବିସ୍

The political power-play going on in Maharashtra since last one month is yet to come to an end even...

ଚୌଦ୍ୱାର ପୋଲିସ ପକ୍ଷରୁ ‘ଫାଇଟ୍‌ ଏଗ୍‌ନେଷ୍ଟ କୋଭିଡ୍‌-୧୯’ ପୁସ୍ତକ ବଣ୍ଟନ:  ଘରେ ରହି ଫୋନ୍‌ ଯୋଗେ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ ବରିଷ୍ଠ ନାଗରିକ

ଚୌଦ୍ୱାର,୧୮ା୪(ଡି.ଏନ୍‌.ଏ.): କରୋନା ଭଳି ଭୂତାଣୁରୁ ମୁକ୍ତି ପାଇବା ପାଇଁ ସାରା ବିଶ୍ୱ ଏବେ ଉଦ୍‌ବେଗ ସ୍ଥିତିରେ ଗତିକରୁଛି। ଏଥିରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାରଙ୍କ...

ଏକକ ଷାଣ୍ମାସିକ ପରୀକ୍ଷା ତ୍ରୁଟି ଘଟଣା:୧୫ ଦିନରେ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୫ା୧୧(ବ୍ୟୁରୋ): ପ୍ରଥମରୁ ଅଷ୍ଟମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଏକକ ପ୍ରଶ୍ନପତ୍ରରେ ଦେଖାଯାଇଥିବା ତ୍ରୁଟିବିଚ୍ୟୁତି ସମ୍ପର୍କରେ ସୋମବାର ବିଭାଗ ପକ୍ଷରୁ ସମୀକ୍ଷା ହୋଇଛି। ଏହି ତ୍ରୁଟି...

ଚିକିଛା ଲାଗି ଟଁକା ଅଭାବ୍‌: ରକତ୍‌ କମ୍‌ଜୋରି ରୋଗ୍‌ରେ ପୀଡ଼ିତ ମା’ପୁଓ

  କଲମପୁର, ୧୮।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କଲମପୁର ବ୍ଲକ ବଡ଼କୁଟ୍ରୁ ପଁଚେତ୍‌ ସଦର ଗଁ। ଓ୍ବାର୍ଡ ନଂ.୧ର ସୁଧାରାମ ଛତ୍ରିଆକଁର ମାଏକିନା ପିଙ୍କି ଛତ୍ରିଆ(୨୪)...

ଗୁଣିଗାରେଡ଼ି ସନ୍ଦେହରେ ଆକ୍ରମଣ: ଭୟରେ ଗାଁ ଛାଡ଼ିଲେ ପରିବାର ଲୋକେ

ରାୟଗଡ଼ା ଅଫିସ,୩।୧ – ସଚେତନତା ସତ୍ତ୍ୱେ ଲୋକଙ୍କ ମନରେ ବସା ବାନ୍ଧିଥିବା ଅନ୍ଧବିଶ୍ୱାସ ଦୂର ହେଉନାହିଁ। ଗୁଣିଗାରେଡ଼ିକୁ କେନ୍ଦ୍ରକରି ବାରମ୍ବାର ଲୋକେ ଅଭାବନୀୟ କାଣ୍ଡ ଘଟାଉଛନ୍ତି...

ଜିଡ଼ିପି ଅଭିବୃଦ୍ଧି ୪.୬%କୁ ହ୍ରାସ କଲା ଫିଚ୍‌

ନୂଆଦିଲ୍ଲୀ,୨୧-୧୨: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଭାରତର ଜିଡ଼ିପି ଅଭିବୃଦ୍ଧି ପୂର୍ବାନୁମାନକୁ ଫିଚ୍‌ ରେଟିଙ୍ଗସ ୪.୬%କୁ ହ୍ରାସ କରିଛି। ବାଣିଜି୍ୟକ ସ୍ଥିତିରେ ଅବନ୍ନତି ଏବଂ ଖାଉଟିଙ୍କ...

Leave a comment

Your email address will not be published. Required fields are marked *