ନିଜ ଟୁଇଟର ଆକାଉଣ୍ଟ ଡିଲିଟ୍‌ କଲେ ଅନୁରାଗ

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବେ ତାଙ୍କ ଟୁଇଟର ଆକାଉଣ୍ଟ ଡିଲିଟ କରିଥିବା କହିଛନ୍ତି। ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସିପୁର, ବ୍ଲାକ ଫ୍ରାଇଡେ ଭଳି ହିଟ୍‌ ଫିଲ୍ମ ଭେଟି ଦେଇଥିବା ଏହି ନିର୍ଦ୍ଦେଶକ ଏବେ ରାଗରେ ସୋସିଆଲ ମିଡିଆଠାରୁ ଦୂରେଇ ଯାଇଥିବା ଜଣାଇଛନ୍ତି। କାରଣ ସୋସିଆଲ ମିଡିଆରେ ତାଙ୍କୁ ଓ ତାଙ୍କ ପରିବାରଙ୍କୁ ଧମକ ମିଳୁଥିବାରୁ ସେ ଏହାକୁ ଡିଲିଟ୍‌ କରିଦେଇଥିବା କୁହନ୍ତି। ଏହା ପୂର୍ବରୁ ସେ ୨ଟି ଟୁଇଟ୍‌ କରି ତାଙ୍କ ମାତାପିତା ଓ ଝିଅଙ୍କୁ ଧମକ ଦିଆଯାଉଥିବା ଉଲ୍ଲେଖ କରିଛନ୍ତି। ସମସ୍ତଙ୍କୁ ନୂଆ ଭାରତର ଶୁଭକାମନା ଜଣାଇ ସେ ଟୁଇଟରରୁ ବାହାରି ଯାଇଛନ୍ତି। ସୂଚନାଯୋଗ୍ୟ, ଅନୁରାଗ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ଥିବା ବେଳେ ସୋସିଆଲ ଇସ୍ୟୁକୁ ନେଇ ମତ ରଖିଥାଆନ୍ତି। କିଛିଦିନ ତଳେ ଜମ୍ମୁ-କଶ୍ମୀରରୁ ମୋଦି ସରକାର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରେ ଏହାକୁ ନେଇ ଅନୁରାଗ ୩ଟି ଟୁଇଟ୍‌ କରିଥିଲେ। ଏଥିରେ ସେ ଅନୁଚ୍ଛେଦ ୩୭୦ ବୁଝି ନ ଥିବା ଦର୍ଶାଇ ଯେଉଁ ଭଳି ଭାବେ ଏହାର ଉଚ୍ଛେଦ କରାଗଲା ତାହାକୁ ଦେଖି ତାଙ୍କୁ ଡର ଲାଗୁଛି ବୋଲି କହିଥିଲେ। ଆଉ ଏହାପରେ ସେ ଟ୍ରୋଲ୍‌ ମଧ୍ୟ ହୋଇଥିଲେ।


All Right Reserved By Dharitri.Com

ମଦ ପାଇଁ ଅଭିନୟଠାରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ

ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ତଥା ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୁତି ହାସନ। ସେ ବଲିଉଡ୍‌ ସିନେମାରେ ମଧ୍ୟ କାମ କରିସାରିଛନ୍ତି। ବିଗତ କିଛି ଦିନ...

‘ଦବଙ୍ଗ-୩’ ଟ୍ରେଲରରେ ବଡ଼ ଭୁଲ

ବଲିଉଡ୍‌ ସୁପରହିଟ୍‌ ଫିଲ୍ମ ସିରିଜ୍‌ ‘ଦବଙ୍ଗ’ର ତୃତୀୟ ପାର୍ଟ ‘ଦବଙ୍ଗ-୩’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ‘ଦବଙ୍ଗ’ର ପୂର୍ବ ଫିଲ୍ମ ଭଳି ଏଥିରେ ମଧ୍ୟ ସଲମାନ...

ଶାଶୁଙ୍କ ଜନ୍ମଦିନ ପାଳିଲେ ବିଗ୍‌ ବି

ମୁମ୍ବାଇ: ଅମିତାଭ ବଚ୍ଚନ ସପରିବାର ଚାର୍ଟର ପ୍ଲେନ୍‌ରେ ଶନିବାର ଭୋପାଳ ଯାଇଥିଲେ। ବିଗ୍‌ ବିଙ୍କ ସହ ସ୍ତ୍ରୀ ଜୟା ବଚ୍ଚନ, ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ‘ଇଣ୍ଡିୟାନ୍‌-୨’ର ଫଟୋ

ମୁମ୍ବାଇ: ଅଭିନେତା କମଳ ହାସନଙ୍କ ଆଗାମୀ ଫିଲ୍ମ ‘ଇଣ୍ଡିୟାନ୍‌-୨’ର ଶୁଟିଂ ଏବେ ଗ୍ବାଲିୟରକୁ ସିଫ୍ଟ କରି ଦିଆଯାଇଛି। ନିକଟରେ ଭୋପାଳରେ ୪୦ କୋଟି ଟଙ୍କା ବ୍ୟୟରେ...

୨୭ ବର୍ଷ ପରେ ପୁଣି ଥରେ ଏକାଠି ନଜର ଆସିଲେ ରିଷି-ଶାହାରୁଖ

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ କଳାକାର ରିଷି କପୁର କିଛି ଦିନ ହେବ ବିଦେଶରେ ଚିକିତ୍ସିତ ହେଉଛନ୍ତି। ସେଠାରେ ତାଙ୍କୁ ଦେଖା କରିବାକୁ ବଲିଉଡ୍‌ର ବହୁ କଳାକାର...

ଜେଲ୍‌ର ଅନୁଭୂତି ବଖାଣିଲେ ପାୟଲ

ମୁମ୍ବାଇ: ଅଭିନେତ୍ରୀ ପାୟଲ ରୋହତଗି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ତାଙ୍କ ବାପା ମୋତିଲାଲ ନେହେରୁଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦ ଘେରକୁ...

ସୁସ୍ଥ ହେଲେ ଲତା

ମୁମ୍ବାଇ,୧୫।୧୧: ବଲଉଡ୍‌ ନାଇଟ୍‌ ଆଙ୍ଗଲ ତଥା ଭାରତ ରତ୍ନ ଲତା ମଙ୍ଗେସକର ଏବେ ସୁସ୍ଥ ଥିବା ଖବର ମିଳିଛି। ଲତାଙ୍କୁ ଦେଖାରଖା କରୁଥିବା ଟିମ୍‌ ପକ୍ଷରୁ...

ନିର୍ଦ୍ଦେଶକ ହେବାକୁ ଡରନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶହାରୁଖ ଖାଁ ଏବେ ଆମେରିକାରେ ନିଜ ପରିବାର ସହ ଛୁଟି କଟାଉଛନ୍ତି। ଏତିକିବେଳେ ସେ ଟକିଙ୍ଗ ମୁଭିଜ୍‌ ନାମକ ଏକ ଶୋ’ରେ...

Leave a comment

Your email address will not be published. Required fields are marked *