ହଡବଡେଇଲେ ପାକିସ୍ତାନୀ ନ୍ୟୁଜ ଆଙ୍କର

ଇସଲାମାବାଦ,୧୧।୮: ଜମ୍ମୁ-କଶ୍ମୀରରୁ ଭାରତ ଅନୁଚ୍ଛେଦ ୩୭୦ ହଟାଇବା ପରେ ପାକିସ୍ତାନର ସ୍ଥିତିକୁ ଦେଖି ଏବେ ସବୁଠି ଚର୍ଚ୍ଚା ଚାଲିଛି। ପାକିସ୍ତାନର ଜଣାଶୁଣା ନ୍ୟୁଜ ଆଙ୍କର କିରଣ ନାଜ ଏବେ ଯେମିତି ସବୁ ରାଗ ଭାରତ ଉପରେ ସୁଝାଇବା ମୁଡରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ଭାରତର କେତେଜଣ ସୋସିଆଲ ମିଡିଆ ୟୁଜର ଏହାକୁ ଦେଖି ହସି ହସି ବେଦମ୍‌ ହୋଇଛନ୍ତି। କାରଣ କିରଣ ପାକିସ୍ତାନରେ ଯେତିକି ପରିଚିତ ତା’ଠାରୁ ଅଧିକ ପରିଚିତ ଭାରତରେ। କାରଣ ତାଙ୍କର ସ୍ପଷ୍ଟ ଉଚ୍ଚାରଣ ସହ ଆକ୍ରମଣାତ୍ମକ ଢଙ୍ଗକୁ ନେଇ ସୋସିଆଲ ମିଡିଆରେ ତାଙ୍କର ରହିଛନ୍ତି ଅଧିକ ଫଲୋୟର୍ସ। ତେବେ ନିକଟରେ ସେ ଟୁଇଟରରେ ତାଙ୍କର ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି କିରଣ ହଜ୍‌ ଯାତ୍ରୀଙ୍କୁ ନେଇ ନ୍ୟୁଜ ଆରମ୍ଭ କରୁଥିବା ବେଳେ ଶେଷକୁ ଜମ୍ମୁ-କଶ୍ମୀର ଅନୁଚ୍ଛେଦ ୩୭୦ ଉପରକୁ ଆସି ଯାଉଥାଆନ୍ତି। ଆଉ ପ୍ରତି ଥର ସେ ଏହି କଥା ହିଁ କହୁଥାଆନ୍ତି। ଯାହାକୁ ନେଇ ଏବେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ଅବଶ୍ୟ ବାଲାକୋଟ ଆକ୍ରମଣ ସମୟରେ ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଯେତେବେଳେ ପାକିସ୍ତାନ ହାତକୁ ଚାଲି ଯାଇଥିଲେ ସେତେବେଳେ ମଧ୍ୟ କିରଣ ଆସିଥିଲେ ଚର୍ଚ୍ଚାକୁ। କାରଣ ସେ ଏମିତି ଢଙ୍ଗରେ ଖବର ଉପସ୍ଥାପନ କରିଥିଲେ ସତେ ଯେମିତି ପାକିସ୍ତାନ ଏକ ବଡ ଯୁଦ୍ଧରେ ବିଜୟ ଲାଭ କରିଛି। ଏଥର ମଧ୍ୟ କିରଣଙ୍କ ମୁହଁରେ ସେମିତି କିଛି ଭାବ ଦେଖିବାକୁ ମିଳିଛି। କାରଣ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଭାରତ ସହ ଯେମିତି ସବୁ ପ୍ରକାର ସମ୍ପର୍କ ଛିନ୍ନ କରିଦେଲାଣି ପାକିସ୍ତାନ। ଅବଶ୍ୟ ଏହାର ପରିଣାମ ବି ଭୋଗିବା ଆରମ୍ଭ କରି ସାରିଲାଣି ପାକିସ୍ତାନ। କାରଣ ଏବେ ସେଠାରେ ଟମାଟୋ କିଲୋ ପହଞ୍ଚିଲାଣି ୩ଶହ ଟଙ୍କାରେ।


All Right Reserved By Dharitri.Com

ଗଛ ଲଗାଇବା ବାଧ୍ୟତାମୂଳକ: ନ ହେଲେ ମିଳିବନି ଡିଗ୍ରୀ ସାର୍ଟିଫିକେଟ

ମାନିଲା, ୩୦।୫: ଫିଲିପାଇନ୍ସ ସରକାର ବିପର୍ଯ୍ୟସ୍ତ ପରିବେଶକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ମର୍ମରେ ଦେଶରେ ନୂଆ ଆଇନ ପ୍ରଣୟନ କରାଯାଇଛି। ଛାତ୍ରୀଛାତ୍ର ୧୦ଟି...

କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଛନ୍ତି ଇମ୍ରାନ !

ଇସ୍‌ଲାମାବାଦ,୨୧।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ କରୋନା ସଂକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି। ନିକଟରେ ଫୈଶଲ ଏଧି ନାମକ ଜଣେ ସମାଜିକ କର୍ମୀ ଇମ୍ରାନଙ୍କୁ...

କାରିବିୟନ ସାଗରରେ ବୁଡ଼ିଲା ମାଛଧରା ଜାହାଜ: ୨୭ ଧୀବର ମୃତ

ତେଗୁସିଗଲ୍ପା,୪।୭: କାରିବିୟନ୍‌ ସାଗରରେ ଏକ ମାଛଧରା ଜାହାଜ ବୁଡ଼ିଯାଇଛି। ଏଥିରେ ୨୭ ଜଣ ଧୀବରଙ୍କ ମୃତ୍ୟୁ ଘଟିଥିବା ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି...

ଇରାକରେ ସରକାର ବିରୋଧୀ ବିକ୍ଷୋଭ ଜୋରଦାର: ଇସ୍ତଫା ଦେବେ ପ୍ରଧାନମନ୍ତ୍ରୀ ମେହଦି

ବାଗଦାଦ୍‌,୧ା୧୨: ଇରାକ୍‌ରେ ଅକ୍ଟୋବରରୁ ଲାଗିରହିଥିବା ସରକାର ବିରୋଧୀ ବିକ୍ଷୋଭ କ୍ରମେ ଅଧିକ ସହରକୁ ବ୍ୟାପିଚାଲିଛି। ବିକ୍ଷୋଭ ହିଂସାରେ ୩୫୪ ଲୋକଙ୍କ ଜୀବନ ଗଲାଣି ଓ ୮୦୦୦ରୁ...

ବ୍ରିଟେନରେ ୬ ମାସ ପର୍ଯ୍ୟନ୍ତ ବଢିପାରେ ଲକ୍‌ଡାଉନ୍‌ ଅବଧି

ଲଣ୍ଡନ,୩୦।୩: ବ୍ରିଟେନରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ଏଠାରେ ଗୋଟିଏ ଦିନରେ ଶହ ଶହ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ବେବେ ଗୋଟିଏ ଦିନରେ...

ମନର ବୋଝ ହାଲ୍‌କା କରେ ସହକର୍ମୀଙ୍କ ସହ ବାର୍ତ୍ତାଳାପ

ଲଣ୍ଡନ: ବିଭିନ୍ନ ସାମାଜିକ ତଥା ଆର୍ଥିକ ସମସ୍ୟା ଯୋଗୁ ମନ ଅନେକ ସମୟରେ ଭାରାକ୍ରାନ୍ତ ହୋଇଯାଇଥାଏ। ମାନସିକ ଅବସ୍ଥାର ସାଧାରଣ ସ୍ଥିତି ଫେରାଇ ଆଣିବାରେ ଭାବର...

ପ୍ରସ୍ତର ଯୁଗ ରହସ୍ୟ ଖୋଲିଲା ‘ଚୁଇଂଗମ୍‌’

କୋପେନହେଗେନ: ଡେନ୍‌ମାର୍କର ସିଲ୍‌ଥୋଲମ୍‌ରେ ଉତ୍‌ଖନନ ସମୟରେ ୫୭୦୦ ବର୍ଷର ପୁରୁଣା ଏକ ଚୁଇଂଗମ୍‌ ମିଳିଛି। ବିଶେଷଜ୍ଞମାନେ ଏହା ଉପରେ ଅଧିକ ଗବେଷଣା କରି ପ୍ରସ୍ତର ଯୁଗ...

ମହାରାଣୀଙ୍କୁ କ୍ଷମା ମାଗିଲେ ବୋରିସ୍‌

ଲଣ୍ଡନ,୩୦ା୯(ପି.ଟି.): ବ୍ରିଟେନ ପାର୍ଲାମେଣ୍ଟକୁ ୫ ସପ୍ତାହ ପାଇଁ ନିଲମ୍ବନ କରିବା ଅବୈଧ ବୋଲି ମଙ୍ଗଳବାର ସେଠାକାର ସୁପ୍ରିମକୋର୍ଟ ରାୟ ଦେବା ପରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ...

Leave a comment

Your email address will not be published. Required fields are marked *