Posted inଖେଳ

ଟରଣ୍ଟୋ ଡବ୍ଲ୍ୟୁଟିଏ ଫାଇନାଲରେ ସେରେନା

ଟରଣ୍ଟୋ,୧୧।୮(ଏଏଫପି): ଆମେରିକାର ଅଭିଜ୍ଞ ମହିଳା ଖେଳାଳି ଏଠାରେ ଚାଲିଥିବା ଟରଣ୍ଟୋ ଡବ୍ଳ୍ୟୁଟିଏ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲରେ ଅଷ୍ଟମ ସିଡ୍‌ ସେରେନା ଚେକ୍‌ ଗଣରାଜ୍ୟର ମେରି ବୋଉଜକୋଭାଙ୍କୁ ୧-୬, ୬-୩, ୬-୩ ସେଟ୍‌ରେ ପରାସ୍ତ କରି ଫାଇନାଲକୁ ଉଠିଥିଲେ। ପ୍ରଥମ ସେଟ୍‌ରେ ପରାସ୍ତ ହୋଇ ପଛରେ ପଡିଥିଲେ ମଧ୍ୟ ପରେ ଦୃଢ ପ୍ରତ୍ୟାବର୍ତ୍ତନ କରି ସେ ବାକି ଦୁଇଟି ସେଟ୍‌ ହାତେଇବା ସହ ବାଜି ମାରିଥିଲେ। ବିଜୟୀ ହେବା ପାଇଁ ସେରେନାଙ୍କୁ ସଂଘର୍ଷ କରିବାକୁ ପଡିଥିଲା। ପୂର୍ବରୁ ସେରେନା ଏହି ଟୁର୍ନାମେଣ୍ଟରେ ୩ଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ସେରେନା ଫାଇନାଲରେ କାନାଡ଼ାର ବାଇଆନକା ଆଣ୍ଡ୍ରିସ୍କୁ ରବିବାର ଫାଇନାଲରେ ଭେଟିବେ। ୨୦୧୭ ପରେ ସେରେନା ତାଙ୍କ ପ୍ରଥମ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛନ୍ତି। ପୂର୍ବରୁ ସେ ୨୦୧୭ରେ ଶେଷଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟାଇଟଲ ହାସଲ କରିଥିଲେ ଓ କ୍ୟାରିୟରର ୨୩ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ। ଅନ୍ୟପଟେ ଫାଇନାଲରେ ବିଜୟୀ ହେଲେ ୧୯ ବର୍ଷୀୟା ଆଣ୍ଡ୍ରିସ୍କୁ ଗତ ୫୦ ବର୍ଷ ମଧ୍ୟରେ ପ୍ରଥମ କାନାଡ଼ା ଖେଳାଳି ଭାବେ ଏହି ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିବେ। ବୋଉଜକୋଭା ଫାଇନାଲରେ ପ୍ରବେଶ କରିବା ପୂର୍ବରୁ ୩ଜଣ ଗ୍ରାଣ୍ଡସ୍ଲାମ ବିଜେତା ଯଥା ସ୍ଲୋଆନ ଷ୍ଟିଫେନ୍ସ, ଜେଲେନା ଓଷ୍ଟାପେଙ୍କୋ ଓ ସିମୋନ ହାଲେପଙ୍କୁ ପରାସ୍ତ କରିଥିଲେ। ଆଣ୍ଡ୍ରିସ୍କୁୁ ଦମ୍‌ଦାର ପ୍ରଦର୍ଶନ କରି ଟରଣ୍ଟୋ ଦର୍ଶକଙ୍କ ଜବରଦସ୍ତ ମନୋରଞ୍ଜନ କରି ଫାଇନାଲରେ ପ୍ରବେଶ କରିଛନ୍ତି ଓ ପ୍ରଥମଥର ପାଇଁ ତାଙ୍କୁ ଭେଟିବାକୁ ଯାଉଥିବାରୁ ମୁଁ ସତର୍କତା ଅବଲମ୍ବନ କରିବି ବୋଲି ସେରେନା କହିଛନ୍ତି। ପୂର୍ବରୁ ଅନ୍ୟ ଏକ ସେମିଫାଇନାଲରେ ଆଣ୍ଡ୍ରିସ୍କୁ ୫-୪, ୭-୬ ସେଟରେ ଆମେରିକାର ସୋଫିଆ କେନିନ୍‌ଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।


All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଫଟୋ ଛାଡି ଏମିତି କହିଲେ କୋହଲି

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ଦୂରେଇ ରହିଛନ୍ତି। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। କିନ୍ତୁ ତାଙ୍କ...

ଦଶନ୍ଧିର ଟେଷ୍ଟ ଦଳରେ କୋହଲିଙ୍କୁ ଅଧିନାୟକ ବାଛିଲେ ପଣ୍ଟିଂ

ମେଲବୋର୍ନ,୩୦।୧୨(ପି.ଟି)- ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଦଶନ୍ଧିର ଟେଷ୍ଟ ଦଳ ଚୟନ କରିଛନ୍ତି। ତାଙ୍କର ଏହି ଦଳରେ ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ...

ଭାରତୀୟ ମହିଳା କମ୍ପାଉଣ୍ଡ ତୀରନ୍ଦାଜ ଦଳକୁ ବ୍ରୋଞ୍ଜ ପଦକ

ଡେନ ବୋସ୍କ(ଦ ନେଦରଲାଣ୍ଡ୍ସ),୧୫।୬(ପିଟି): ଏଠାରେ ଚାଲିଥିବା ତୀରନ୍ଦାଜ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ବ୍ରୋଞ୍ଜ ପଦକ ଜିତିଛି। ଜ୍ୟୋତି ସୁରେଖା ଭେନ୍ନାମ, ମୁସ୍କାନ...

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନୋଟିସ୍‌: ଏଥିକ୍ସ ଅଫିସରଙ୍କ ଆଗରେ ହାଜର ହେବେ, କପିଳ ଦେବ, ଗାଏକ୍ୱାଡ୍‌

ଏଥିକ୍ସ ଅଫିସରଙ୍କ ଆଗରେ ହାଜର ହେବେ, କପିଳ ଦେବ, ଗାଏକ୍ୱାଡ୍‌ ନୂଆଦିଲ୍ଲୀ, ୧୭ା୧୨ (ପି.ଟି.)- ଚଳିତ ମାସର ପରବର୍ତ୍ତୀ ଭାଗରେ ଭାରତୀୟ କ୍ରିକେଟ କଣ୍ଟ୍ରେଲ ବୋର୍ଡ(ବିସିସିଆଇ)...

ଚାଇନିଜ ତାଇପେ ଓପନ୍‌: ଦ୍ୱିତୀୟ ରାଉଣ୍ଡରେ ସୌରଭ

ତାଇପେଇ, ୫।୯ (ପି.ଟି.)- ପୂର୍ବତନ ଚାମ୍ପିୟନ ସୌରଭ ବର୍ମା ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଥିବା ୫ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଚାଇନିଜ ତାଇପେଇ...

ମନସୁରଙ୍କ ବିରୋଧରେ ଫିକ୍ସିଂ ଅଭିଯୋଗ ଆଣିଲେ ଉମର

କରାଚୀ,୮।୮- ବିବାଦୀୟ ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ ଆଉ ଏକ ମହା ଅଭିଯୋଗ ଆଣି ହଇଚଇ ସୃଷ୍ଟି କରିଛନ୍ତି। ଚଳିତ ଗ୍ଲୋବାଲ ଟି୨୦ କାନାଡ଼ାରେ ପୂର୍ବତନ...

ଗୋଟିଏ ବର୍ଷରେ ସର୍ବାଧିକ ଶତକ

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅଧିକ ସଂଖ୍ୟାରେ ଶତକ ହାସଲ କରିବା ନିଶ୍ଚିତ ଭାବେ ଏକ ବଡ଼ ସଫଳତା। ଏଥିରେ ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ବିରାଟ...

ବିଶ୍ୱକପ୍‌ରୁ ଶେହଜାଦ ଆଉଟ୍‌

ଲଣ୍ଡନ,୭।୬-ଆଫଗାନିସ୍ତାନର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ଶେହଜାଦ୍‌ ଚଳିତ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଛି। ତାଙ୍କ ବଦଳରେ ବାମହାତୀ...

Leave a comment

Your email address will not be published. Required fields are marked *