Posted inଜାତୀୟ

କଶ୍ମୀରରେ ଡୋଭାଲଙ୍କ ମିଶନ ‘ହୃଦୟ ବିଜୟ’

ଶ୍ରୀନଗର,୧୧।୮: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ ଏବେ ଜମ୍ମୁ-କଶ୍ମୀରରେ ମିଶନ ‘ହୃଦୟ ବିଜୟ’ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ସେ ଏଠାରେ ସୁରକ୍ଷା କାର୍ଯ୍ୟ ତଦାରଖରେ ନିୟୋଜିତ ଅଛନ୍ତି। ସ୍ଥାନୀୟ ଲୋକଙ୍କ ସହିତ ମିଶି ସେମାନଙ୍କ ମଧ୍ୟରେ ବିଶ୍ୱାସ ଜଗାଇବା ପାଇଁ ଡୋଭାଲ ପ୍ରୟାସ କରୁଛନ୍ତି। ପୂର୍ବରୁ ୧୯୮୪ରେ ଅପରେଶନ୍‌ ବ୍ଲୁଷ୍ଟାରରେ ଡୋଭାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେହିପରି ୧୯୯୯ରେ ଇଣ୍ଡିଆନ୍‌ ଏୟାର ଲାଇନ୍ସ୍‌ ବିମାନ ଆଇସି-୮୧୪ର ଅପହରଣରେ ଡୋଭାଲ ମୁଖ୍ୟ ବାର୍ତ୍ତାକାର ଥିଲେ। ଡୋଭାଲ ଉତ୍ତରାଖଣ୍ଡର ପୌଡ଼ି ଜିଲାର ବଣୋଲସ୍ୟୁ ପଟି ସ୍ଥିତ ଘୋଡି ଗାଁର ବାସିନ୍ଦା। ସେ ୧୯୪୫ ଜାନୁୟାରୀ ୨୦ରେ ଜନ୍ମଗ୍ରହଣ କରିଥିଲେ। ୧୯୬୮ରେ କେରଳ କ୍ୟାଡ଼ର ଆଇପିଏସ୍‌ ଅଫିସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୪ ମେ ୩୦ଠାରୁ ସେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଭାବେ କାର୍ଯ୍ୟ କରୁଛନ୍ତି।


All Right Reserved By Dharitri.Com

ସିଏଏରୁ ସାମ୍ପ୍ରଦାୟିକ ହିଂସା

ନୂଆଦିଲ୍ଲୀ,୨୭ା୨: କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଆରମ୍ଭରୁ ବିବାଦ ଲାଗିରହିଛି। ବିବାଦୀୟ ଆଇନକୁ ନେଇ ବିରୋଧ ଏବେ ସାମ୍ପ୍ରଦାୟିକ ଦଙ୍ଗାରେ ପରିଣତ ହୋଇଛି।...

ବିବାହିତ ପ୍ରେମିକାଙ୍କୁ ଧରି ପ୍ରେମିକ ଫେରାର, ପଞ୍ଚାୟତରେ ୭୧ ମେଣ୍ଢା ଜରିମାନା

ଲକ୍ଷ୍ନୌ, ୧୮।୮: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ବିବାହିତ ପ୍ରେମିକାଙ୍କୁ ଧରି ଫେରାର ହୋଇଯାଇଛନ୍ତି। ଫଳସ୍ବରୂପ...

ଖୁବ୍‌ଶୀଘ୍ର ଉବଲବ୍ଧ ହେବ ୧, ୨, ୫, ୧୦,୨୦ ଟଙ୍କିଆ ମୁଦ୍ରା: ସୀତାରାମନ୍‌

ନୂଆଦିଲ୍ଲୀ,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଖୁବ୍‌ଶୀଘ୍ର ୧, ୨, ୫, ୧୦ ଓ...

୮ ମହଲାରୁ ୨ଟି ପୋଷା କୁକୁର ଛୁଆକୁ ଫୋପାଡି ମାଲିକ ଗିରଫ

ଗୁରୁଗ୍ରାମ, ୧୨।୬: ୮ ମହଲାରୁ ୨ଟି ପୋଷା କୁକୁର ଛୁଆକୁ ଫୋପାଡି ଗିରଫ ହୋଇଛନ୍ତି ମାଲିକ। ଦିଲ୍ଲୀର ଗୁରୁଗ୍ରାମରେ ଏଭଳି ଘଟଣା ଘଟିଛି। ସେକ୍ଟର ୬୫ରେ...

୩ କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ,୩ା୩(ପି.ଟି.): ଭାରତରେ ଆଉ ୩ ଜଣ କରୋନା ରୋଗୀ ଦିଲ୍ଲୀ, ତେଲଙ୍ଗାନା ଓ ଜୟପୁରରୁ ଚିହ୍ନଟ ହୋଇଛନ୍ତି। ଇଟାଲୀରୁ ଦିଲ୍ଲୀ ଆସିଥିବା ବ୍ୟକ୍ତିଙ୍କ ଠାରେ କରୋନା...

ପି.ସି. ଚାକୋଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୩ା୨(ପି.ଟି.): ଦିଲ୍ଲୀ ନିର୍ବାଚନରେ କଂଗ୍ରେସର ଦୟନୀୟ ପ୍ରଦର୍ଶନକୁ ନେଇ ଏଆଇସିସି ଦିଲ୍ଲୀ ଦାୟିତ୍ୱରେ ଥିବା କଂଗ୍ରେସ ନେତା ପି.ସି. ଚାକୋ ନିଜକୁ ଦାୟୀ କରିବା ସହ...

ଯୌନ ନିର୍ଯାତନା ମାମଲା: ମେଜର ଜେନେରାଲ ବହିଷ୍କୃତ

ନୂଆଦିଲ୍ଲୀ,୧୭ା୮ (ପି.ଟି.): ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ସମ୍ପୃକ୍ତ ଜଣେ ମେଜର ଜେନେରାଲଙ୍କୁ ସେନା ବହିଷ୍କାର କରିଛି। କୋର୍ଟ ମାର୍ଶାଲ ବେଳେ ସେ ଦୋଷୀସାବ୍ୟସ୍ତ ହେବାରୁ...

ଗୁରୁବାର ମୋଦି ସମସ୍ତ ଏମ୍‌ପିଙ୍କୁ ଦେବେ ରାତ୍ର ଭୋଜନ

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ତମ ଲୋକ ସଭାର ସମସ୍ତ ଏମ୍‌ପିଙ୍କୁ ଗୁରୁବାର ରାତ୍ର ଭୋଜନ ଦେବେ। ଏଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ...

Leave a comment

Your email address will not be published. Required fields are marked *