ରାଜଧାନୀରେ ୩୦ ମହିଳାଙ୍କଠାରୁ ଲୁଟ୍‌ ଘଟଣା: ଧରାପଡ଼ିଲା ୨ଜଣିଆ ଲୁଟେରା ଗ୍ୟାଙ୍ଗ୍‌; ୧୫ ମୋବାଇଲ, ୩୦ ଭ୍ୟାନିଟି, ସୁନା ଅଳଙ୍କାର, ବାଇକ୍‌ ଜବତ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ରାଜଧାନୀରେ ଗତ କିଛିମାସ ହେବ ମାତିଥିବା ଭ୍ୟାନିଟି ଓ ମୋବାଇଲ୍‌ ଫୋନ୍‌ ଲୁଟେରା ଗ୍ୟାଙ୍ଗ୍‌କୁ ଠାବ କରିଛି କମିଶନରେଟ ପୋଲିସ। ଏହି ୨ଜଣିଆ ଗ୍ୟାଙ୍ଗ୍‌ର ସଦସ୍ୟ କଳା ପଲ୍‌ସରରେ ଆସି ମହିଳାଙ୍କଠାରୁ ଲୁଟ୍‌ପାଟ କରୁଥିଲେ। ଇତିମଧ୍ୟରେ ୩୦ ମହିଳାଙ୍କଠାରୁ ଲୁଟ୍‌ କରିଥିବା ନେଇ ଅଭିଯୋଗ ହୋଇଛ। ତେବେ ପୋଲିସକୁ ଚ୍ୟାଲେଞ୍ଜ କରି ଖସି ଯାଉଥିବା ଏହି ଗ୍ୟାଙ୍ଗ୍‌ର ୨ଜଣ ଓ ଲୁଟ୍‌ ଜିନିଷ କିଣିଥିବା ଜଣଙ୍କୁ ଶନିବାର ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଳାସପଲ୍ଲୀ ଭୋଇସାହିର ଚୁଇଁଆ ଓରଫ ତ୍ରିଲୋଚନ ନାୟକ (୧୯), ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ତପୁ ଓରଫ ସୁଶାନ୍ତ ମହାରଣା(୨୦) ଓ ଧଉଳି ଥାନା ଇଟିପୁରର ଲକି ଓରଫ ପ୍ରତ୍ୟୁଷା ଖଟୁଆ (୧୯)। ସେମାନଙ୍କ ନିକଟରୁ ପୋଲିସ ୧୫ ମୋବାଇଲ୍‌ ଫୋନ୍‌, ୩୦ ଭ୍ୟାନିଟି, ସୁନା ଅଳଙ୍କାର ଓ ଏକ ପଲସରକୁ ଜବତ କରିଛି। ଆଇପିସି ଦଫା ୩୯୧ ଓ କେସ୍‌ ନଂ-୨୮୪/୧୯ ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି।

କେମିତି ଧରାପଡ଼ିଲେ
ଏହି ଗ୍ୟାଙ୍ଗ୍‌ର ସଦସ୍ୟମାନେ ବିଶେଷକରି ମହିଳାଙ୍କୁ ଟାର୍ଗେଟ କରନ୍ତି। ସହର ଭିତରୁ ଲୁଟ୍‌ ପରେ ଧଉଳି ଅଞ୍ଚଳରେ ଥିବା ଏକ ନିଛାଟିଆ ସ୍ଥାନରେ ବସି ଭାଗ ବାଣ୍ଟି ନିଅନ୍ତି। ଭ୍ୟାନିଟ୍‌ରେ ସୁନା ଗହଣା, ମୋବାଇଲ୍‌ ଫୋନ୍‌ ଓ ଅନ୍ୟାନ୍ୟ ସାମଗ୍ରୀକୁ ବିକ୍ରି କରନ୍ତି। ସୁନା ଗହଣାକୁ ସୁନା ଦୋକାନୀଙ୍କୁ ବିକୁଥିବାବେଳେ ମୋବାଇଲ୍‌ ଫୋନ୍‌କୁ ଅତି କମ୍‌ ଦାମରେ ଧଉଳି ଅଞ୍ଚଳର ସ୍ଥାନୀୟ ପିଲାଙ୍କୁ ବିକ୍ରି କରନ୍ତି। ଗତ ମାସ ୭ ତାରିଖରେ ସୁଚିସ୍ମିତା ଦାଶ ବଜାରକୁ ଆସି ସୂର୍ଯ୍ୟନଗରସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ତପୁ ଓ ଚୁଇଁଆ ଏକ ପଲସରରେ ଆସି ମହିଳାଙ୍କ ଭ୍ୟାନିଟ ବ୍ୟାଗ୍‌ ଲୁଟି ନେଇଥିଲେ। ବ୍ୟାଗ୍‌ରେ ନଗଦ ୪ହଜାର ଟଙ୍କା ସହ ମୋବାଇଲ୍‌ ଫୋନ୍‌ ରହିଥିଲା। ସେମାନେ ଉକ୍ତ ମୋବାଇଲ୍‌କୁ ଧଉଳି ଅଞ୍ଚଳର ଲକିକୁ ବିକ୍ରି କରି ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଲୁଟ ମୋବାଇଲ୍‌କୁ ଟ୍ରାକ୍‌ କରି ଶୁକ୍ରବାର ବିଳମ୍ବିତ ରାତିରେ ଧଉଳି ଅଞ୍ଚଳରେ ଚଢାଉ କରି ଲକିକୁ ଉଠାଇ ଆଣିଥିଲା। ତାଙ୍କୁ ପଚରାଉଚରା କରି ଗ୍ୟାଙ୍ଗ୍‌ ସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତ ଚୁଇଁଆ ଓ ତପୁକୁ ଧରିଥିଲା। ଉଭୟଙ୍କ ଘରୁ ପୋଲିସ ବିପୁଳ ଭ୍ୟାନିଟ ଓ ମୋବାଇଲ୍‌ ଫୋନ୍‌ ମିଳିଥିଲା। ଅଧିକ ସଦସ୍ୟ ହେଲେ ଧରାପଡିଯିବା ଭୟରେ ସେମାନେ ଅନ୍ୟ କାହାରିଙ୍କୁ ଗ୍ୟାଙ୍ଗ୍‌ରେ ମିଶାଉନଥିଲେ। ସେମାନେ ସହରର ଭିଡ ଅଞ୍ଚଳରେ ମହିଳାଙ୍କ ଠାରୁ ଭ୍ୟାନିଟି ବ୍ୟାଗ୍‌ ଓ ସୁନା ଚେନ୍‌ ଲୁଟ କରନ୍ତି। ଏମାନଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ୧୮ରୁ ଊର୍ଦ୍ଧ୍ୱ ମାମଲା ରହିଛି। କ୍ୟାପିଟାଲ ଥାନାରେ ୪ ମାମଲା ରହିଥିବାବେଳେ ନୟାପଲୀ ଥାନାରେ ଗୋଟିଏ, ଖଣ୍ଡଗିରି ଥାନାରେ ଦୁଇଟି ଓ ଧଉଳି ଥାନାରେ ଗୋଟିଏ ମାମଲା ରହିଛି। ସେମାନଙ୍କ ନାମରେ ଆଉ କେଉଁ ଥାନାରେ ମାମଲା ରହିଛି ସେନେଇ ମଧ୍ୟ ପୋଲିସ ତଦନ୍ତ କରୁଛି।


All Right Reserved By Dharitri.Com

ଶପଥଗ୍ରହଣ, ବିଭାଗ ବଣ୍ଟନକୁ୍‌ ସପ୍ତାହେ ପୂରିଲା:ନୂଆ ମନ୍ତ୍ରୀମାନଙ୍କୁ ମିଳିନାହିଁ ଅଫିସ

ଭୁବନେଶ୍ୱର,୬ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମେ ୨୯ରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ନେଇଛି। ଏହି କାର୍ଯ୍ୟକ୍ରମକୁ ସପ୍ତାହେ ପୂରିଗଲାଣି। ଶପଥ ଗ୍ରହଣ ଦିନ...

ପୁଣି କାନ୍ଧରେ ବୁହାହେଲା ମୃତଦେହ

କ.ନୂଆଗାଁ,୨ା୭(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ଅଞ୍ଚଳରେ ପୁଣି ମୃତଦେହକୁ କାନ୍ଧରେ ବୋହି ନେଇଛନ୍ତି ପରିବାର ଲୋକେ। ବଣ୍ଡଗୁଡା ଗ୍ରାମ ପଞ୍ଚାୟତରେ ରାତି...

ସରକାରୀ, ଘରୋଇ ସଂସ୍ଥାରେ ନାହିଁ କ୍ରେଚ୍‌ : ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ୨୦୧୭ ମାତୃତ୍ୱ ଆଇନ ଅନୁସାରେ ସରକାରୀ ଓ ବେସରକାରୀ ସଂସ୍ଥା କାର୍ଯ୍ୟାଳୟରେ କ୍ରେଚ୍‌ ବ୍ୟବସ୍ଥା ରଖିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ହେଲେ ଏହି...

ପାରାଦୀପଠାରୁ ୯୫ କିମି ଦୂରରେ ‘ବୁଲ୍‌ବୁଲ୍‌’: ଉପକୂଳବର୍ତ୍ତୀ ଜିଲାରେ ଲାଗି ରହିବ ବର୍ଷା

ଭୁବନେଶ୍ୱର,୯।୧୧(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଏବେ ପାରାଦୀପଠାରୁ ୯୫ କିମି ଦୂରରେ। ଏହା ପୂର୍ବ ଉତ୍ତର ପୂର୍ବ ଦିଗକୁ ମୋଡ଼ ନେବା ଆରମ୍ଭ କରିଛି। ବାତ୍ୟା...

ଏକ୍ସସାଇଜ୍‌ ଆକ୍ଟ ଓ ରୁଲ୍‌କୁ ନେଇ ଦ୍ୱନ୍ଦ୍ୱ : ଫାଇଦା ନେଉଛନ୍ତି ଡ୍ୟାନ୍ସ ବାର୍‌ ମାଲିକ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଡ୍ୟାନ୍ସ ବାର୍‌ରେ ଯୁବତୀଙ୍କୁ ନିୟୋଜିତ କରିବା ନେଇ ଏକ୍ସସାଇଜ୍‌ ଆକ୍ଟ ଓ ରୁଲ୍‌ ମଧ୍ୟରେ ତାଳମେଳ ନାହିଁ। ଓଡିଶା ଅବକାରୀ ଆଇନ୍‌ ୨୦୦୮ ସେକ୍ସନ-୨୬ରେ...

ଜାଲ୍‌ ସାର୍ଟିଫିକେଟ, ବେରୋଜଗାରୀ ପ୍ରସଙ୍ଗ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଛତ୍ରପୁର,୩୦।୧୧(ଡି.ଏନ.ଏ) -ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ବିଭିନ୍ନ ଦାବିନେଇ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଜିଲାରେ ବେରୋଜଗାରୀ ବଢୁଥିବାବେଳେ ବିଭିନ୍ନ କ୍ଷେତ୍ରରେ...

ପିତା ହତ୍ୟାକାରୀ ପୁଅଙ୍କୁ ଆଜୀବନ ଜେଲ୍‌

ଆନନ୍ଦପୁର, ୨୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ୨୦୧୬ ମସିହାରେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି ପିତା...

ପିତାଙ୍କୁ ହତ୍ୟା ଅଭିଯୋଗରେ ପୁଅ ଅଟକ

ବୌଦ୍ଧ,୭ା୬(ସ୍ବ.ପ୍ର.): ବୌଦ୍ଧ ସହର ନିକଟବର୍ତ୍ତୀ ମୁରୁଷୁଣ୍ଡି ପଞ୍ଚାୟତର ସରଣ୍ଡା ଗ୍ରାମରେ ପିତାଙ୍କୁ ହତ୍ୟା ଅଭିଯୋଗରେ ପୁଅ ଅଟକ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର...

Leave a comment

Your email address will not be published. Required fields are marked *