ଆଜି ଉତ୍ତର, ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୧।୮(ବ୍ୟୁରୋ)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଛି। ଏହା ଫଳରେ ରାଜ୍ୟରେ ବର୍ଷାର ପରିମାଣ କମିଯାଇଛି। ଶନିବାର ବଲାଙ୍ଗୀରରେ ସର୍ବାଧିକ ୧୨ ମିଲିମିଟର ବର୍ଷା ହୋଇଥିବାବେଳେ ଅନୁଗୋଳ, ମାଲକାନଗିରି, ସୋନପୁର, ଗୋପାଳପୁର, ସମ୍ବଲପୁର, ଝାରସୁଗୁଡ଼ାରେ ମଧ୍ୟ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ରବିବାର ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ୧୨ତାରିଖ ଦିନ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଏହାପରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି। ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି।


All Right Reserved By

୭ମ ରାଉଣ୍ଡ ସୁଦ୍ଧା ନୂଆପଡ଼ାରେ ବିଜେଡି ଆଗୁଆ

ନୂଆପଡ଼ା,୨୩।୫: ୭ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଆଗୁଆ ଅଛନ୍ତି। ରାଜେନ୍ଦ୍ର ୧୪୫୯୩ ଭୋଟ ପାଇଥିବାବେଳେ...

ରାସ୍ତା ଦୁର୍ଘଟଣାରେ ଯୁବ ବ୍ୟବସାୟୀ ମୃତ

ଆନନ୍ଦପୁର, ୨୪।୫(ସ୍ବ.ପ୍ର.): ରାମଚନ୍ଦ୍ରପୁର ଥାନା ୨୦ ନଂ ଜାତୀୟ ରାଜପଥର ପଦନା ହାଟ ନିକଟରେ ରାସ୍ତା ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀ ପ୍ରାଣ ହରାଇଛନ୍ତି। ବ୍ୟବସାୟୀ...

ଆକର୍ଷିତ କରୁଛି ମେଘମାଳ କାଞ୍ଜିପାଣି ଘାଟି

କେନ୍ଦୁଝର, ୨।୮(ସ୍ବ.ପ୍ର.)- ସମସ୍ତେ ହିଲ୍‌ ଷ୍ଟେଶନରେ ଛୁଟି କାଟିବାକୁ ଭଲ ପାଆନ୍ତି। କିଏ ମସୌରୀ, ଦାର୍ଜିଲିଂ ତ ଆଉ କିଏ କୁଲୁ, ମନାଲି। ଏହି ପାହାଡ଼ିଆ...

ପ୍ରହସନ ପାଲଟିଛି ୧୦୮ ଆମ୍ବୁଲାନ୍ସ ସେବା

ଆନନ୍ଦପୁର, ୨। ୮(ସ୍ବ.ପ୍ର.)- ରୋଗୀମାନଙ୍କୁ ମାଗଣାରେ ଚିକିତ୍ସାଳୟ ନେବା ପାଇଁ ସରକାର ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି। ଶତ ପ୍ରତିଶତ ଆମ୍ବୁଲାନ୍ସ ସେବା ବିଫଳତାର ନମୁନା...

ଆବଶ୍ୟକତା ଠାରୁ କମ ବର୍ଷା: ଖରିଫ ଚାଷ କ୍ଷତିଗ୍ରସ୍ତ; ଚିନ୍ତାରେ ଚାଷୀ

ଝୁମ୍ପୁରା, ୨।୮ (ଡି.ଏନ.ଏ.)-ଆବଶ୍ୟକତାଠାରୁ ବର୍ଷାର ପରିମାଣ ଖୁବ କମ ରହିଥିବାରୁ ଝୁମ୍ପୁରା ବ୍ଲକରେ ଖରିଫ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଝୁମ୍ପୁରା ବ୍ଲକର...

ବିଧାୟକଙ୍କୁ ବାଚସ୍ପତିଙ୍କ ପରାମର୍ଶ, ଗ୍ରନ୍ଥାଗାରରେ ଅଧ୍ୟୟନ କର

ଭୁବନେଶ୍ୱର, ୧୫।୯(ବ୍ୟୁରୋ): ବିଧାୟକମାନେ ବିଧାନସଭା ଗ୍ରନ୍ଥାଗାରରେ ଅଧ୍ୟୟନ କରନ୍ତୁ। ଅଧିବେଶନ ଚାଲିଥିବା ସମୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରନ୍ତୁ। ଏହାଦ୍ୱାରା...

ବିଲଡରଙ୍କଠାରୁ ୨ କୋଟି ଠକେଇ : ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ଫେରାର

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଜମି କରାଇଦେବାକୁ କହି ଜଣେ ବିଲଡରଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇ ଫେରାର ଥିବା ଅଭିଯୁକ୍ତଙ୍କୁ ଗୁରୁବାର ଶହୀଦନଗର ପୋଲିସ ଗିରଫ କରି...

ତୋରଣରେ ଝଲସିବ ଉତ୍ତରାଖଣ୍ଡର ନାନ କାମଟା ଗୁରୁଦ୍ୱାର

ପୁରୁଣା ଭୁବନେଶ୍ୱର, ୧।୧୦(ଡି.ଏନ.ଏ.): କେଶୁରା ଦୁର୍ଗାପୂଜା ସମିତି ପକ୍ଷରୁ ୨୦୧୦ରୁ ଆରମ୍ଭ ହୋଇଥିବା ଦୁର୍ଗାପୂଜା ଚଳିତବର୍ଷ ୧୦ ବର୍ଷ ପୂରଣ କରୁଛି। ଏ ବର୍ଷ ଭିନ୍ନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *