ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ପୁସ୍ତକ ପ୍ରକାଶନ ସମ୍ବନ୍ଧୀୟ ସାର୍ଟିଫିକେଟ କୋର୍ସ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ ନୂତନ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଚଳିତ ଶିକ୍ଷାବର୍ଷରୁ ପୁସ୍ତକ ପ୍ରକାଶନ ସମ୍ବନ୍ଧୀୟ ଏକ ସାର୍ଟିଫିକେଟ କୋର୍ସ ଆରମ୍ଭ ହେବ। ଏହି ୪ମାସିଆ ପାଠ୍ୟକ୍ରମ ପାଇଁ ୩୦ସିଟ୍‌ ରହିଥିବାବେଳେ କୋର୍ସ ଫି’ ୮ହଜାର ଟଙ୍କା ରଖାଯାଇଛି। ପ୍ରକାଶନର ସମସ୍ତ ଦିଗ ଯେପରି କି ସମ୍ପାଦନ, ଦଳିଲ ଚୟନ ଓ ଏହାର ମୂଲ୍ୟାୟନ, ପ୍ରୁଫ୍‌ ରିଡିଂ, ଡିଜାଇନ ଓ ପୁସ୍ତକର ବିକ୍ରୟ ଯୋଜନା ଆଦି ଏଥିରେ ଅନ୍ତର୍ଭୁକ୍ତ ରହିବ। ବିଭିନ୍ନ ପ୍ରକାଶନ ଶିଳ୍ପର ଅଭିଜ୍ଞ ବ୍ୟକ୍ତିମାନେ ଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବେ। ଆଗ୍ରହୀ ଛାତ୍ରୀମାନେ ଆସନ୍ତା ୨୬ ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷାଙ୍କୁ ଆବେଦନ କରିବାକୁ ପଡ଼ିବ। ଏନେଇ ଅଧିକ ବିବରଣୀ ବିଶ୍ୱବିଦ୍ୟାଳୟ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ଏଥିରେ ଉଭୟ ରମାଦେବୀ ବିଶ୍ୱବିଦ୍ୟାଳୟ ଓ ବାହାରେ ସ୍ନାତକ ସମ୍ପୂର୍ଣ୍ଣ କରିଥିବା ଛାତ୍ରୀମାନେ ଆବେଦନ କରିପାରିବେ। ଏହି ପାଠ୍ୟକ୍ରମ ଦ୍ୱାରା ଛାତ୍ରୀମାନେ ସ୍ବାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

୫ ଜିଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା: ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ରାଜ୍ୟର ୫ ଜିଲାରେ ଶନିବାର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ ଓ ଜଗତ୍‌ସିଂହପୁର ଆଦି ଜିଲାକୁ...

କରୋନା ଭୟ: ଚଳିତବର୍ଷ ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭।୩(ବ୍ୟୁରୋ): ଆସନ୍ତା ମଙ୍ଗଳବାର ହୋଲି। ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ହେବା ଭୟକୁ ଦୃଷ୍ଟିରେ ରଖି ଚଳିତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଲି ଖେଳିବେ...

ବୁଲ୍‌ବୁଲ୍‌ ପୁନରୁଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହାୟତା କଲା ବିଜୁ ଯୁବ ବାହିନୀ

ଭୁବନେଶ୍ୱର,୯।୧୧(ବ୍ୟୁରୋ):  ‘ବୁଲ୍‌ବୁଲ୍‌’ ଓଡ଼ିଶା ଉପକୂଳ ଦେଇ ଗତି କରୁଅଛି। ଏହାର ପ୍ରଭାବରେ ଉତ୍ତର ତଥା ଉପକୂଳ ଓଡ଼ିଶା କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ...

କନ୍ୟାଶକ୍ତିକୁ ଚିତ୍ରଣ କଲେ ୨୫ ଚିତ୍ରଶିଳ୍ପୀ

ପୁରୁଣା ଭୁବନେଶ୍ୱର, ୨୨।୧ (ଡି.ଏନ.ଏ.):ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟଠାରେ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୦ ଉପଲକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ଓ ପବିବାର...

ରେଳ ବଜେଟ ହ୍ରାସ ନେଇ ଆଜି ରେଳମନ୍ତ୍ରୀଙ୍କୁ ଭେଟିବ କମିଟି

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଚଳିତବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪୩୭୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ଗତବର୍ଷ ବ୍ୟୟ ବରାଦଠାରୁ...

ରାଜ୍ୟରେ ୮୫ ଲକ୍ଷ ବେକାରି, ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ଯୁବଗୋଷ୍ଠୀ : ନରସିଂହ

ଭୁବନେଶ୍ୱର,୨୬ା୭(ବ୍ୟୁରୋ) : ରାଜ୍ୟରେ ଉତ୍କଟ ହେଉଛି ବେକାରି ସମସ୍ୟା। ନିଯୁକ୍ତି ନ ପାଇ ବେକାର ଯୁବକ ଡ୍ରଗ ଆଡିକ୍ଟେଡ ହେବା ସହ ବ୍ରାଉନସୁଗାର ଚୋରା ବେପାରରେ...

ବିଏମ୍‌ସି ଅଞ୍ଚଳରେ ପୂର୍ବ କଟକଣା ବଳବତ୍ତର

ଭୁବନେଶ୍ୱର,୧୯ା୫ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ କରିବା ପର୍ଯ୍ୟନ୍ତ ଭୁବନେଶ୍ୱରରେ ପୂର୍ବ କଟକଣା ବଳବତ୍ତର ରହିବ। ରାଜ୍ୟ ସରକାରଙ୍କ...

‘ଉତ୍ତମ ଜନସ୍ବାସ୍ଥ୍ୟ ସେବା ଲାଗି ବହୁମୁଖୀ ଉଦ୍ୟମ ଲୋଡ଼ା’

ଭୁବନେଶ୍ୱର,୨୪ା୨:ଉତ୍ତମ ଜନସ୍ବାସ୍ଥ୍ୟ ସେବା ପାଇଁ ବହୁମୁଖୀ ଏବଂ ବହୁବିଧ ଉଦ୍ୟମର ଆବଶ୍ୟକତା ରହିଛି। ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଜାତୀୟ କର୍ମଶାଳାରେ ବିଶେଷଜ୍ଞମାନେ ଉତ୍ତମ ଜନସ୍ବାସ୍ଥ୍ୟ...

Leave a comment

Your email address will not be published. Required fields are marked *