ସିଆଇଆଇ ଶାଖା ଗଠନ ପ୍ରକ୍ରିୟା ଆରମ୍ଭ: ଯୋଗଦେଲେ ୧୮ ଶିଳ୍ପସଂସ୍ଥାର ଅଧିକାରୀ

ଢେଙ୍କାନାଳ ଅଫିସ, ୧୧।୮ – ଢେଙ୍କାନାଳ-ଅନୁଗୋଳ-ତାଳଚେର ଶିଳ୍ପାଞ୍ଚଳର ବିକାଶ ପାଇଁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଆଞ୍ଚଳିକ ଶାଖା ଗଠନ ଲାଗି ଟାଟାଷ୍ଟିଲ ବିଏସ୍‌ଏଲ୍‌ ନେତୃତ୍ୱରେ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ସହମତି ଜଣାଇଛନ୍ତି ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ନାଲ୍‌କୋ, ଏନ୍‌ଟିପିସି ସମେତ ଜେଏସ୍‌ପିଏଲ୍‌, ଜିଏମ୍‌ଆର ପାୱାର, ନବଭାରତ ଭେଞ୍ଚର ଭଳି ୧୮ ଶିଳ୍ପସଂସ୍ଥା। ଏ ନେଇ ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ବିଏସ୍‌ଏଲ୍‌ ପ୍ଲାଣ୍ଟ ପରିସରରେ ସିଆଇଆଇ ପକ୍ଷରୁ ସଭ୍ୟ ଗ୍ରହଣ ଲାଗି ରୋଡ୍‌ ଶୋ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୭ଜଣ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ। ଶିଳ୍ପାୟନ ଅଭିବୃଦ୍ଧି, କ୍ଷତିଗ୍ରସ୍ତଙ୍କ ସମସ୍ୟା ସମାଧାନ ଏବଂ କମ୍ପାନୀ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ କରିବା ଦିଗରେ ସିଆଇଆଇ ଶାଖା କାର୍ଯ୍ୟ କରିବ ବୋଲି ସେମାନେ କହିଛନ୍ତି।
ସିଆଇଆଇ ରାଜ୍ୟ ପରିଷଦ ଉପାଧ୍ୟକ୍ଷ ତଥା ଏସ୍‌ଏଏନ୍‌ଏମ୍‌ ଗ୍ରୁପ୍‌ ଅଧ୍ୟକ୍ଷ ଡ. ପ୍ରଦୀପ୍ତ ମହାନ୍ତି ଯୋଗଦେଇ ମହାସଂଘର ରୂପରେଖ, କାର୍ଯ୍ୟକାରିତା, ସଦସ୍ୟଙ୍କ ପାଇଁ ବିଭିନ୍ନ ସୁବିଧା ସମ୍ପର୍କରେ ମତ ରଖିଥିଲେ। ଏଥିସହ ମହାସଂଘର ସଦସ୍ୟତା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଟାଟାଷ୍ଟିଲ ବିଏସ୍‌ଏଲ୍‌ର ଚିଫ୍‌ ଅପରେଟିଂ ଅଫିସର ସୁବୋଧ ପାଣ୍ଡେ କହିଲେ, ୨ ଜିଲାର ଶିଳ୍ପର ବିକାଶ ପାଇଁ କମ୍ପାନୀର ପ୍ରତିନିଧିମାନେ ଏକଜୁଟ ହୋଇ କାମ କରିବା ଜରୁରୀ। ଏହାଦ୍ୱାରା ସାମାଜିକ କାର୍ଯ୍ୟକ୍ରମ ତ୍ୱରାନ୍ବିତ ହୋଇପାରିବ। ଏଥିରେ ଜିଲାବାସୀ ଉପକୃତ ହେବେ। ନାଲ୍‌କୋ ଇଡି ଏମ୍‌.ପି. ମିଶ୍ର, ଏନ୍‌ଟିପିସିର ଇଡି ଭି. ରମେଶ ବାବୁ, ସିନର୍ଜି ଇଞ୍ଜିନିୟରିଂ କଲେଜ ଚେୟାରମ୍ୟାନ୍‌ ବିନୋଦ ଦାଶ ପ୍ରମୁଖ ଶିଳ୍ପ ମହାସଂଘ ଆଞ୍ଚଳିକ ଶାଖା ଗଠନ ପ୍ରକ୍ରିୟାକୁ ସ୍ବାଗତ କରିଛନ୍ତି। ଏହାଦ୍ୱାରା ଶିଳ୍ପାନୁଷ୍ଠାନ ପ୍ରତିନିଧି ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିବା ଲାଗି ବାଟ ଫିଟିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଖୁବ୍‌ ଶୀଘ୍ର ଏହା କାର୍ଯ୍ୟ କରିବା ନେଇ ଆଶା ବ୍ୟକ୍ତ କରିଛନ୍ତି ସିଆଇଆଇ ଶାଖା ନିର୍ଦ୍ଦେଶିକା ସୁପର୍ଣ୍ଣା ନନ୍ଦ ସଭ୍ୟ। ଟାଟାଷ୍ଟିଲ ବିଏସ୍‌ଏଲର କର୍ପୋରେଟ୍‌ ସେବା ବିଭାଗ ମୁଖ୍ୟ ମଣିକାନ୍ତ ନାୟକ ସ୍ବାଗତ ଭାଷଣ ଦେଇଥିଲେ।
କାର୍ଯ୍ୟକ୍ରମରେ ଜେଏସ୍‌ପିଏଲ୍‌ ଉପସଭାପତି ଏସ୍‌.କେ. ଶର୍ମା, କମଳାଙ୍ଗ ଜିଏମ୍‌ଆରର ଶାନ୍ତନୁ ଶ୍ରୀବାସ୍ତବ, ଏମ୍‌ଜେଏମ୍‌ ମିନେରାଲ୍ସ ଇଡି ଜେ.ପି. ଶର୍ମା, ନାଲ୍‌କୋ ଜିଏମ୍‌ (ଏଚ୍‌ ଆଣ୍ଡ୍‌ ଏ) ଏସ୍‌.ଏନ୍‌. ସାହୁ, ଏନ୍‌ଟିପିସି-ପିଏଚ୍‌ଟିପିଏସ୍‌ ଏଜିଏମ୍‌ (ଏଚ୍‌ଆର) କେ.ସି. ଶର୍ମା, ନବଭାରତ ଉପସଭାପତି ୱାଇ. ପଟ୍ଟନାୟକ, ଟାଟାଷ୍ଟିଲ ବିଏସ୍‌ଏଲ୍‌ ଇଡି ଏ.କେ. ସାକ୍ସେନା, ଉତ୍କଳ ଆଜବେଷ୍ଟସର ବରିଷ୍ଠ ପ୍ରବନ୍ଧକ ଏସ୍‌.କେ. ନାୟକ, ଆଦର୍ଶ କଲେଜ ଅଫ୍‌ ଇଞ୍ଜିନିୟରିଂ ନିର୍ଦ୍ଦେଶକ ଡ. ଜି.ସି. ଧଳ, ଜିଏମ୍‌ଆର ଏନର୍ଜି ପ୍ରବନ୍ଧକ ଜି. ପଟ୍ଟନାୟକ, ହୋଟେଲ ସୂର୍ଯ୍ୟ ଗାର୍ଡେନ ଉପସଭାପତି ସୁଶ୍ରୀତିଥି ପଟ୍ଟନାୟକ, ହୋଟେଲ କମଳେଶର ସୁବ୍ରତ ସ୍ବାଇଁ, ହୋଟେଲ ଦୁର୍ଗାର ଜିଏମ୍‌ ଏସ୍‌.ସାହୁ, ହୋଟେଲ ପ୍ରଶାନ୍ତିର ଏମ୍‌ଡି ନୀଳମଣି ପାଣି, କମଳେଶ କନଷ୍ଟ୍ରକ୍ସନ୍‌ର ମନୋଜ ନାୟକ, ନାରାୟଣୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ବିଭୁଦେନ୍ଦୁ ବଳ ପ୍ରମୁଖ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।


All Right Reserved By Dharitri.Com

ବେଆଇନ ପଥର ଖାଦାନରେ ଚଢ଼ାଉ: ୭ ଟ୍ରକ୍‌, ୨ ଜେସିବ ଜବତ

ଢେଙ୍କାନାଳ ଅଫିସ,୩।୩: ଢେଙ୍କାନାଳ ଜିଲା ଓଡ଼ପଡ଼ା ତହସିଲ ଅଧୀନ ରାଣୀବଣିଆ ବେଆଇନ ପଥର ଖାଦାନରେ ମଙ୍ଗଳବାର ଚଢ଼ାଉ କରାଯାଇଛି। ଏଥିରେ ୭ ଟ୍ରକ ଓ ୨...

ସୂଚନା ନ ଦେଇ ଖୋଲିଦେଲେ ଗେଟ୍‌: ଦଣ୍ଡାଧାର ପାଣିରେ ତଳି ଅଞ୍ଚଳ ଉବୁଟୁବୁ

କାମାକ୍ଷାନଗର, ୮।୯(ଡି.ଏନ୍‌.ଏ.) – ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଢେଙ୍କାନାଳ ଜିଲାର ଡମଶାଳ, ରାମିଆଳ ନଦୀରେ ବନ୍ୟା ଆସିଛି। ବିନା ସୂଚନାରେ ଦଣ୍ଡାଧାର ଡ୍ୟାମର ୨ଟି...

ଢେଙ୍କାନାଳରେ କର୍ମଚାରୀ ମରୁଡ଼ି: ଖାଲିପଡ଼ିଛି ୨୮୯ ପଦବୀ

ଢେଙ୍କାନାଳ ଅଫିସ, ୨୮।୭ –  କାର୍ଯ୍ୟାଳୟ ଅଛି। ହେଲେ କାମ କରିବାକୁ ନାହାନ୍ତି ଅଧିକାରୀ କି କର୍ମଚାରୀ। ଖାଲି ପଡୁଛି ଚୌକି। ଖଁ। ଖଁ। ଅଫିସ।...

ଲଘୁଚାପ ବର୍ଷାରେ ବ୍ୟାପକ ଫସଲ ନଷ୍ଟ

ଭାପୁର,୨୯।୧୦(ଡି.ଏନ.ଏ.) ଢେଙ୍କାନାଳ ଜିଲା ସଦର ବ୍ଲକ ଓ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଛଦେଶ ଅଞ୍ଚଳରେ ଗତ ଲଘୁଚାପ ବର୍ଷାରେ ବ୍ୟାପକ ଧାନ ଓ ପନିପରିବା ଫସଲ...

ଅସୁରକ୍ଷିତ ଅଭୟାରଣ୍ୟ

ଢେଙ୍କାନାଳ ଅଫିସ, ୧୬।୨ – ପ୍ରକୃତିର ବରଦାନ କପିଳାସ। ଶାନ୍ତ ସବୁଜିମା ଭରା ପରିବେଶ, ଜୈବ ବିବିଧତା ସାଙ୍ଗକୁ ବନ୍ୟଜନ୍ତୁଙ୍କ ସମ୍ଭାର ଏହାର ପରିଚୟ। ହେଲେ...

ନୂଆ ନିୟମକୁ ଠିକାଦାରଙ୍କ ବିରୋଧ: ୨୦ରୁ ସରକାରୀ କାର୍ଯ୍ୟ ବନ୍ଦ ଚେତାବନୀ

ଢେଙ୍କାନାଳ ଅଫିସ, ୧୬।୧୧ – ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଲଘୁ ଖଣିଜ ପଦାର୍ଥ ପାଇଁ ଲାଗୁ ହୋଇଥିବା ନିୟମକୁ ଠିକାଦାରମାନେ ବିରୋଧ...

ସାପୁଆରେ ହେବ ସେତୁ

ଢେଙ୍କାନାଳ ଅଫିସ, ୧୪।୯ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ରଥିଆପାଳ ଗ୍ରାମ ନିକଟରେ ପ୍ରବାହିତ ସାପୁଆ ନଦୀରେ ବିଜୁ ସେତୁ ଯୋଜନାରେ ଖୁବ୍‌ ଶୀଘ୍ର...

ବିନା ସୂଚନାରେ କାଟିଦେଲେ ବିଦ୍ୟୁତ୍‌

ଢେଙ୍କାନାଳ ଅଫିସ, ୧୩।୩ – ପରୀକ୍ଷା ସମୟରେ ଯଥାସମ୍ଭବ ବିଦ୍ୟୁତ୍‌ କାଟ କମ୍‌ କରିବାକୁ ରାଜ୍ୟ ସରକାର ବିଦ୍ୟୁତ୍‌ ବିଭାଗକୁ ତାଗିଦ୍‌ କରିଛନ୍ତି। ହେଲେ ଏହାର...

Leave a comment

Your email address will not be published. Required fields are marked *