ବାଇକ୍‌ ଧକ୍କାରେ କାଉଡିଆ ଗୁରୁତର: ଘଟଣାକୁ କେନ୍ଦ୍ରକରି ବଚସା, ରାସ୍ତାରୋକୋ

ଓଡ଼ଗାଁ,୧୧ା୮(ସ୍ବ.ପ୍ର.): ଶନିବାର ଓଡଗାଁ ଥାନା ଅଞ୍ଚଳରେ ବାଇକ୍‌ ଧକ୍କାରେ ଜଣେ କାଉଡିଆ ଗୁରୁତର ହୋଇଛନ୍ତି। ଏହାକୁ କେନ୍ଦ୍ରକରି ବଚସା ଓ ରାସ୍ତାରୋକୋ ହୋଇଥିଲା। ଅପରାହ୍ନରେ ଓଡ଼ଗାଁ ଦେଇ ଶରଣକୁଳ ଲଡୁବାବାଙ୍କୁ ଜଳଲାଗି ପାଇଁ ଯାଉଥିବା ଜଣେ କାଉଡିଆ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ୨୧ ନମ୍ବର ରାଜ୍ୟ ରାଜପଥର କଦଳୀବନ୍ଧ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ବାଇକ୍‌ରେ ବନ୍ଧାହୋଇଥିବା ଏକ ଲୁହା ଶାବଳ କାଉଡିଆଙ୍କ ବାମ ଗୋଡରେ ପଶିଯିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆହତ କାଉଡିଆ ହେଲେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବଡମହୁରୀ ଗ୍ରାମର ବିକ୍ରମ ନାହାକ(୨୫)। ପୋଲିସ ବାଇକ୍‌ ଆରୋହୀଙ୍କୁ ଅଟକ ରଖିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବାଇକ୍‌ (ଓଡି୩୩ଏସ୨୧୨୦) ଜବତ କରି ଏକ ମକଦ୍ଦମା ରୁଜୁ କରିଛି। ସ୍ଥାନୀୟ ଭାଲିଆଡିହି ଗ୍ରାମର ସୁବ୍ରତ ନାୟକ(୨୦) ଦୁର୍ଘଟଣା ସମ୍ପର୍କରେ ନିକଟସ୍ଥ ଦମକଳ କେନ୍ଦ୍ରରେ ଜଣାଇବା ପରେ ଜଣେ ଆଗ୍ନିକ ଘଟଣାସ୍ଥଳକୁ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ। ସେ ଗାଡି ଭିତରେ ପଶିଲା ବେଳକୁ ସମ୍ପୃକ୍ତ ଯୁବକ କୁଆଡେ ଡୋରଟିକୁ ପିଟି ଦେଇଥିଲେ। ଏଥିରେ ଆଗ୍ନିକଙ୍କ ବାହାରେ ଥିବା ଗୋଟିଏ ଗୋଡ ଚାପି ହୋଇଯିବାରୁ ସେ ପ୍ରାଣ ବିକଳରେ ଗାଡିରୁ ଓହ୍ଲାଇପଡିଥିଲେ ା ଅନ୍ୟ ଜଣେ ଫାୟାର ଗାଡି ନେଇ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଏହାକୁ ନେଇ ସୁବ୍ରତ ଓ ଦମକଳ ବାହିନୀଙ୍କ ମଧ୍ୟରେ ବଚସା ହେବା ବେଳକୁ ସୁବ୍ରତଙ୍କ ମୁଣ୍ଡ ଫାଟିଥିବା ଜଣାଯାଇଥିଲା। ଦମକଳ ବାହିନୀ ତାଙ୍କ ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ କରି ସୁବ୍ରତ ସନ୍ଧ୍ୟାରେ ଅଗ୍ନିଶମ କାର୍ଯ୍ୟାଳୟ ସାମନାରେ ୨୧ ନମ୍ବର ରାଜ୍ୟ ରାଜପଥ ଉପରେ ବସିଯାଇଥିଲେ। ସ୍ଥାନୀୟ ଅନ୍ୟ କେତେଜଣ ଯୁବକ ତାଙ୍କ ସହ ସାମିଲ ହୋଇଯିବାରୁ ସେହି ରାସ୍ତାରେ ଗମନାଗମନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା ା ଉତ୍ତେଜନା ଲାଗିରହିଥିବାରୁ ପୋଲିସକୁ ରାସ୍ତା ଅବରୋଧ ଉଠାଇବା ନିମନ୍ତେ ନାକେଦମ ହେବାକୁ ପଡିଥିଲା ା ଥାନା ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ଓ ଶରଣକୁଳ ଏସଡିପିଓ ଏସ ଟପ୍ନୋ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ା ଅନ୍ୟପକ୍ଷେ ଦୁର୍ଘଟଣାରେ ଗୁରୁତର କାଉଡିଆଙ୍କ ମା’ଙ୍କ ଅଭିଯୋଗ ଅନୁସାରେ ଥାନାରେ ଏକ ମକଦ୍ଦମା ରୁଜୁ ହୋଇଥିବା ବେଳେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଅନ୍ୟ କୌଣସି ଅଭିଯୋଗ ହୋଇ ନ ଥିବା ଜଣାଯାଇଛି ା


All Right Reserved By Dharitri.Com

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ନିଆଳି,୧୩।୫(ଡି.ଏନ୍‌.ଏ.): କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ ଦେବୀ-କନ୍ଦଳ ଦିପାଞ୍ଚଳ ଅଗ୍ରଣୀ ସନ୍‌ସାଇନ ୟୁଥ କ୍ଲବ ଆନୂକଲ୍ୟରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କରୋନା ମହାମାରୀ...

ଦେଢ଼ ମାସ ପରେ ଟ୍ରାଫିକ୍‌ ପୋଷ୍ଟ କାର୍ଯ୍ୟକ୍ଷମ: କଡ଼ାକଡ଼ି ହେଲା ଯାଞ୍ଚ

ଭୁବନେଶ୍ୱର,୫।୫ (ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରିବା ପୂର୍ବରୁ ଭୁବନେଶ୍ୱରରେ କଟକଣା ଓ ଯାଞ୍ଚକୁ କୋହଳ କରାଯାଇଥିଲା। ଫଳରେ ରାଜଧାନୀ ରାସ୍ତାରେ ଗାଡ଼ିମୋଟର ଭିଡ଼ ବଢ଼ିଥିଲା।...

ଆଦିବାସୀଙ୍କ ଭାଗ୍ୟ ବଦଳାଉଛି ଜୈବିକ ପଦ୍ଧତି ପରିବା ଚାଷ

ମୁନିଗୁଡ଼ା,୧୨।୩(ଡି.ଏନ୍‌.ଏ.): ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀଙ୍କ ରୋଜଗାରର ପନ୍ଥା ପାଲଟିଛି ପରିବା ଚାଷ। ତା’ପୁଣି ଜୈବିକ ପଦ୍ଧତିରେ। ଏପରି ଦେଖିବାକୁ ମିଳିଛି ରାୟଗଡ଼ା ଜିଲା...

ସମ୍ଭାବ୍ୟ ବନ୍ୟା ଆଶଙ୍କା : ମୁକାବିଲା ପାଇଁ ପ୍ରଶାସନ,ଜଳସମ୍ପଦ ବିଭାଗ ପ୍ରସ୍ତୁତ

ଭଞ୍ଜନଗର,୮।୮(ଡି.ଏନ.ଏ.)-ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବ ମଧ୍ୟ ଭଞ୍ଜନଗର ଉପଖଣ୍ଡରେ ପଡିବା ସମ୍ଭାବନା ରହିଛି।...

କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗର ଚଢ଼ାଉ

ବାଲେଶ୍ୱର ଅଫିସ,୧।୬: ବାଲେଶ୍ୱର ସହରରେ ଥିବା ବିଭିନ୍ନ କୋଚିଂ ସେଣ୍ଟରରେ ଶନିବାର ପୂର୍ବାହ୍ନରେ ଫାୟାର ସେଫ୍ଟି ଯାଞ୍ଚ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।...

ସୁବର୍ଣ୍ଣପୁର ଶୀତଳ ଷଷ୍ଠୀ ଯାତ୍ରା: ବିବାହ ସମ୍ପନ୍ନ, ଦେବଦମ୍ପତିଙ୍କ ଯୁଗଳ ଦର୍ଶନ

ସୋନପୁର,୨୮ା୫(ନି.ପ୍ର.): ସୁବର୍ଣ୍ଣପୁର ସହରର ଡେରାପଡାରେ ଗୁରୁବାର ଦେବଦମ୍ପତିଙ୍କ ଯୁଗଳ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ସାମାଜିକ ଦୂରତ୍ୱ ବଜାୟ ରଖି ଶିବ ପାର୍ବତୀଙ୍କ ଦର୍ଶନ...

ନକଲି ସାର୍ଟିଫିକେଟରେ ଷ୍ଟାଇପେଣ୍ଡ ଲୁଟ୍‌ ଘଟଣା: ୩ କର୍ମଚାରୀଙ୍କୁ ବହିଷ୍କାର

ଭଦ୍ରକ ଅଫିସ, ୨୨।୧୨- ଭଦ୍ରକ ଜିଲାରେ ନକଲି ସାର୍ଟିଫିକେଟ ଦେଇ କୋଟି କୋଟି ଟଙ୍କା ଷ୍ଟାଇପେଣ୍ଡ ଲୁଟ୍‌ ଘଟଣାରେ ଜିଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ୩...

କ୍ବାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ କଲେ ବିଧାୟକ

ବଡ଼ସାହି,୬ା୫(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଥିବା ବିଭିନ୍ନ କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ବଡ଼ସାହି ବିଧାୟକ ସନାତନ ବିଜୁଳି ମଙ୍ଗଳବାର ପରିଦର୍ଶନ କରିଛନ୍ତି। ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କୁ...

Leave a comment

Your email address will not be published. Required fields are marked *