ଅନୁଗୋଳ ଅଫିସ, ୧୧।୮ – ଅନୁଗୋଳ ବସ୍ଷ୍ଟାଣ୍ଡ ନିକଟରେ ଜୁଲାଇ ୨୧ରେ ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କୁ ଅନୁଗୋଳ ପୋଲିସ ଶନିବାର ମେଡିକାଲ ପରିସରରେ ତାଙ୍କ ବାପାଙ୍କ ଜିମା ଦେଇଛି। ହେଲେ ପୋଲିସର ଏପରି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛି ଜିଲା ଶିଶୁ ମଙ୍ଗଳ ସମିତି। ପୋଲିସ ଏପରି କରିବା କିଶୋର ନ୍ୟାୟ ଆଇନ୍ ୨୦୧୫ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା)କୁ ଉଲ୍ଲଂଘନ କରୁଥିବା ସମିତି ଭାରପ୍ରାପ୍ତ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କହିଛନ୍ତି। ଏ ନେଇ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ଦୋଷୀକୁ କିଭଳି ଦଣ୍ଡ ମିଳିବ ସେ ନେଇ ଆମେ କାର୍ଯ୍ୟ କରୁଛୁ। ନିୟମ କେଉଁଠି ଉଲ୍ଲଂଘନ କରାଗଲା ତାହା ଜାଣି ନାହିଁ।
ପ୍ରକାଶ ଯେ, ନାବାଳିକା ବଳାତ୍କାର ଘଟଣାରେ ଗିରଫ ପରେ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଶିବୁ ପଟ୍ଟନାୟକ(୫୫)ଙ୍କ ବିରୋଧରେ ପୋଲିସ ଅଦ୍ୟାବଧି ଚାର୍ଜଶିଟ୍ ଦାଖଲ କରିନାହିଁ। କୋର୍ଟ ଚାଲାଣ କରିବା ଦିନ ଅନୁଗୋଳ ଏସ୍ପି ୧୫ ଦିନ ମଧ୍ୟରେ ଚାର୍ଜଶିଟ୍ ଦାଖଲ କରାଯିବ ବୋଲି କହିଥିଲେ। ତେବେ ଚାର୍ଜଶିଟ୍ ଦାଖଲ ପାଇଁ ନାବାଳିକାଙ୍କ ଜାତିଗତ ପ୍ରମାଣପତ୍ର ଓ ବୟସ ପଞ୍ଜୀକରଣ ସହ ପରିବାର ଲୋକ ଆବଶ୍ୟକ ପଡ଼ୁଥିବାରୁ ୩ ଦିନ ତଳେ ପୋଲିସ ମହାରାଷ୍ଟ୍ର ଯାଇ ନାବାଳିକାଙ୍କ ବାପାଙ୍କୁ ଆଣିବା ସହ ପ୍ରମାଣପତ୍ର ସଂଗ୍ରହ କରିଛି। ଶନିବାର ମେଡିକାଲରେ ଚିକିତ୍ସାରତ ନାବାଳିକାଙ୍କୁ ପୋଲିସ ତାଙ୍କ ବାପାକୁ ହସ୍ତାନ୍ତର କରିଛି। ଏ ନେଇ ସନ୍ଧ୍ୟା ସାଢ଼େ ୫ଟାରେ ଡିଆର ନଂ ୨୩୪୮/୧୯ରେ ଜିଲା ଶିଶୁ ମଙ୍ଗଳ ସମିତିକୁ ଅବଗତ କରାଯାଇଛି। କିନ୍ତୁ ସମିତି ପକ୍ଷରୁ ଏଥିରେ ଅସନ୍ତୋଷ ବ୍ୟକ୍ତ କରାଯିବା ସହ ନାବାଳିକାଙ୍କୁ ଅଦୃତ ଶିଶୁ ଯତ୍ନ କେନ୍ଦ୍ରକୁ ପଠାଇବାକୁ ଶୁକ୍ରବାରଠାରୁ କୁହାଯାଇଥିଲେ ମଧ୍ୟ କାହିଁକି ପଠାଯାଇ ନ ଥିଲା ତାହାକୁ ନେଇ ପ୍ରଶ୍ନ କରାଯାଇଛି। ଏବେ ନାବାଳିକା ତାଙ୍କ ବାପାଙ୍କ ସହ ଅନୁଗୋଳ ଷ୍ଟାଡିୟମଠାରେ ଅସ୍ଥାୟୀ କ୍ୟାମ୍ପରେ ରହିଥିବାରୁ ସେ କେତେ ସୁରକ୍ଷିତ ଓ ଉଭୟଙ୍କୁ ରବିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ହାଜର କରିବାକୁ ସମିତି ନଂ. ୪୨୬/୧୯ରେ ପୋଲିସକୁ ଚିଠି ଲେଖିଥିବା ଜଣାପଡ଼ିଛି।

ଅବକାରୀ ବିଭାଗର ଚଢ଼ାଉ ବେଳେ ଢ଼େଲାପଥର ମାଡ଼: ଭାଙ୍ଗିଲା ଗାଡ଼ି, ଡ୍ରାଇଭର ଆହତ
ଛେଣ୍ଡିପଦା,୫।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ରଥ ସାହିରେ ଶନିବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ମଦ ମାଫିଆମାନେ...

ପ୍ରଦୂଷଣ ବଢ଼ାଇଲା ଦୀପାବଳି:ଅଢ଼େଇଗୁଣ ବୃଦ୍ଧି ଆଶଙ୍କା
ଅନୁଗୋଳ ଅଫିସ, ୨୯ା୧୦ ଦେଶର ପ୍ରଦୂଷିତ ଜିଲା ଓ ସହର ତାଲିକାରେ ଅନେକ ସମୟରେ ନିଜ ଉପସ୍ଥିତି ଜାହିର କରୁଥିବା ଅନୁଗୋଳର ପ୍ରଦୂଷଣ ଦୀପାବଳିରେ ବେଶ୍...

କଣିହାଁ ଏନ୍ଟିପିସିରେ କୋଇଲା ସଙ୍କଟ : ବନ୍ଦ ହେଲା ୩ ୟୁନିଟ୍
ତାଳଚେର,୨୯।୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରର କଣିହାଁସ୍ଥିତ ୩ ହଜାର ମେଗାୱାଟ୍ ବିଶିଷ୍ଟ ମହାରତ୍ନ କମ୍ପାନୀ ଏନ୍ଟିପିସି ବିଦ୍ୟୁତ ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଦେଖାଦେଇଛି। ଏବେ...

ଅବକାରୀ ଚଢାଉ, ୪ ଗିରଫ
ବଇଣ୍ଡା,୫।୧୦(ଡି.ଏନ.ଏ.): ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶନିବାର ଠାକୁରଗଡ଼ ଥାନା ତଲେଇପଥର ଓ ଖମାର ଗ୍ରାମରେ ଚଢାଉ କରାଯାଇ ୭୮ ଲିଟର ଚୋରା ଦେଶୀ ମହୁଲି...

ଓଭରହେଡ୍ ଟାଙ୍କି କାର୍ଯ୍ୟ ନିମ୍ନମାନର ଅଭିଯୋଗ
ତାଳଚେର, ୨୧ା୮(ନି.ପ୍ର.)-ତାଳଚେର ବ୍ଲକ ଗୁରୁଜାଙ୍ଗୁଲି ପଞ୍ଚାୟତ ଚାଇଁପାଳ ବାଳିକା ଉଚ୍ଚବିଦ୍ୟାଳୟ ନିକଟରେ ନିର୍ମାଣ କରାଯାଇଥିବା ପାନୀୟଜଳ ପ୍ରକଳ୍ପ ଓଭରହେଡ ଟାଙ୍କି କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ...

ସାଆନ୍ତରାପୁର(କ) ସରପଞ୍ଚ ପଦବୀ ଉପନିର୍ବାଚନ: ୮୬% ମତଦାନ, ଆଜି ଫଳାଫଳ
ଛେଣ୍ଡିପଦା/ବଅଁରପାଳ, ୨୮।୧୧(ଡି.ଏନ.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ ସାଆନ୍ତରାପୁର(କ) ପଞ୍ଚାୟତର ସରପଞ୍ଚ ଉପନିର୍ବାଚନ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମତଦାନ ପାଇଁ ୧୩ଟି ବୁଥ କରାଯାଇଥିଲା।...

ଅତ୍ୟାଧୁନିକ ପୋଷାକ ଶୋ’ରୁମ୍ ଉଦ୍ଘାଟିତ
ତାଳଚେର, ୨୬ା୮(ନି.ପ୍ର.) ଗଣେଶ ପୂଜା ଅବ୍ୟବହିତ ପୂର୍ବରୁ ତାଳଚେର ହାଣ୍ଡିଧୂଆଁ ଛକ ନିକଟରେ ରବିବାର ଏକ ଅତ୍ୟାଧୁନିକ ପୋଷାକ ଶୋ’ ରୁମ୍ ଉଦ୍ଘାଟିତ ହୋଇଯାଇଛି। ବବିତା ମାଣ୍ଡୋଠିଆ...

ତାଳଚେର ବିଧାୟକଙ୍କ ଗାଡ଼ି ପୋଡ଼ିଦେବା ଘଟଣା:ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି, ଏସ୍ପିଙ୍କ ତଦନ୍ତ
ତାଳଚେର, ୧୦ା୧୨(ନି.ପ୍ର.) ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁରସ୍ଥିତ କ୍ୟାମ୍ପ କାର୍ଯ୍ୟାଳୟରେ ଶନିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କ କାର ପୋଡ଼ିଦେବା ଏବଂ ପୂର୍ବରୁ...