ଏକା ସମୟରେ କାମ ଆରମ୍ଭ କରିବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ,୧୧-୮: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଆଗାମୀ ଦିନରେ ସମାନ ସମୟରେ କାମ ଆରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ସଂସ୍କାରମୂଳକ କାର୍ଯ୍ୟକ୍ରମ ଅଧୀନରେ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ସକାଳ ୯ରୁ ୩ଟା, ୧୦ଟାରୁ ୪ ଟା ଅଥବା ୧୧ଟାରୁ ୫ ଟା ୬ ଘଣ୍ଟିଆ ବ୍ୟାଙ୍କିଙ୍ଗ କାରବାର ପାଇଁ ଏକ ବ୍ୟାଙ୍କର କମିଟି ପକ୍ଷରୁ ସୁପାରିସ୍‌ କରାଯାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଏହି ତିନୋଟି ସମୟସୀମା ମଧ୍ୟରୁ ଯେକୌଣସି ଗୋଟିଏକୁ ସାରା ଦେଶରେ ଅନୁସରଣ କରିବା ଲାଗି କମିଟି ତା’ର ସୁପାରିସ୍‌ କରିଛନ୍ତି। ଇଣ୍ଡିଆନ ବ୍ୟାଙ୍କ୍‌ସ ଆସୋସିଏଶନ ସିଇଓ ଭି.ଜି.କାନନ କହିଛନ୍ତି ଯେ, ତିନୋଟି ସମୟସୀମା ପ୍ରସ୍ତାବ ଦିଆଯାଇଛି। ତେବେ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ଯେକୌଣସି ଗୋଟିଏ ସମୟସୀମାକୁ ଆପଣାଇବାକୁ ହେବ। ଗୋଟିଏ ଅଞ୍ଚଳରେ ଗୋଟିଏ ବ୍ୟାଙ୍କ ଶାଖା ସକାଳ ୮ଟାରେ ଅନ୍ୟ ଏକ ବ୍ୟାଙ୍କ ଶାଖା ସକାଳ ୧୦ଟାରେ ଯେପରି ନ ଖୋଲିବ, ତାହାକୁ ରୋକିବା ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଆବାସିକ ଅଞ୍ଚଳରେ ବ୍ୟାଙ୍କ ଶାଖା ସକାଳ ୮ଟାରେ ଅଥବା ସନ୍ଧ୍ୟାରେ ଖୋଲା ରଖିହେବ। ତେବେ ଏହା ସମାନ ସମୟସୀମା ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ସେ କହିଛନ୍ତି ଯେ, ଅଧିକାଂଶ ବାଣିଜି୍ୟକ ବ୍ୟାଙ୍କ ସକାଳ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଖୋଲିଯାଉଛି। ସେ କହିଛନ୍ତି ଯେ, ସମାନ ସମୟ ଲାଗୁ କରିବା ନେଇ ବ୍ୟାଙ୍କଗୁଡ଼ିକ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ସହ ଆଲୋଚନା କରିବାକୁ ହେବ। ଏନେଇ ସେମାନଙ୍କ ଉପରେ ନିଷ୍ପତ୍ତି ଲଦି ଦିଆଯିବ ନାହିଁ। ସୂଚନାଥାଉ କି, ଚଳିତବର୍ଷ ଜୁନ୍‌ରେ ଅର୍ଥ ମନ୍ତ୍ରଣାଳୟ ସହ ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ(ଆଇବିଏ)ର ବୈଠକ ବେଳେ ଏଭଳି ଏକ ଯୋଜନା ସମ୍ପର୍କରେ ପ୍ରସ୍ତାବ ଦିଆଯାଇଥିଲା। ଏ ସମ୍ପର୍କରେ ସୁପାରିସ୍‌ କରିବାକୁ ଆଇବିଏ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଜୁନ ୨୪ରେ ଏକ ସବ୍‌ କମିଟି ଗଠନ କରାଯାଇଥିଲା। ଅଗଷ୍ଟ ପହିଲାରେ ବସିଥିବା ବୈଠକରେ ସବ୍‌ କମିଟି ନିଜ ଆଡୁ ନିଷ୍ପତ୍ତି ନ ନେଇ ଶୀର୍ଷ ବ୍ୟାଙ୍କ ମ୍ୟାନେଜରଙ୍କ ଉପରେ ଏହି ଦାୟିତ୍ୱ ଅର୍ପଣ କରିଥିଲେ। ଜିଲାସ୍ତରରେ ବ୍ୟାଙ୍କ କମିଟି ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନେବାକୁ ସେମାନଙ୍କୁ କୁହାଯାଇଥିଲା। ସେମାନେ ନିଷ୍ପତ୍ତି ନେବା ପରେ ଏହାକୁ ସାରା ଦେଶରେ ଲାଗୁ କରାଯିବ। ଫଳରେ ସାରା ଦେଶରେ ଗୋଟିଏ ସମୟରେ ବ୍ୟାଙ୍କ ଖୋଲିବ।


All Right Reserved By Dharitri.Com

ତେଲ ପାଇଁ କ୍ରେଡିଟ୍‌ କାର୍ଡରେ ମିଳିବନି କ୍ୟାଶ୍‌ବ୍ୟାକ; ଅକ୍ଟୋବର ପହିଲାରୁ ଲାଗୁ

ନୂଆଦିଲ୍ଲୀ,୨୬।୯: ଅକ୍ଟୋବର ପହିଲାରୁ ପେଟ୍ରୋଲ ପମ୍ପରେ ତେଲ ପକାଇଲେ କ୍ରେଡିଟ୍‌ କାର୍ଡଧାରୀଙ୍କୁ ଆଉ କ୍ୟାଶ୍‌ବ୍ୟାକ ମିଳିବ ନାହିଁ। ଦେଶର ତୈଳ କମ୍ପାନୀଗୁଡ଼ିକ ଏ ନେଇ ନିଷ୍ପତ୍ତି...

ଅଟୋ ଡିଲରଙ୍କ ଲାଗି ଏସ୍‌ବିଆଇର ପଦକ୍ଷେପ;ଋଣ ପୈଠ ଅବଧି ବଢାଇଲା

ନୂଆଦିଲ୍ଲୀ, ୧୯-୮: ଘରୋଇ ବଜାରରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏଥିଯୋଗୁ ଅନେକ କମ୍ପାନୀ ବର୍ତ୍ତମାନ ସେମାନଙ୍କ ଉତ୍ପାଦନ ବନ୍ଦ କରୁଥିବା ଦେଖାଯାଉଛି। ସେହିଭଳି ଆଉ...

ଏନ୍‌ଡିଏର କ୍ଷମତା ପ୍ରତ୍ୟାବର୍ତ୍ତନରେ ସହାୟକ ମୁଖ୍ୟ ଆର୍ଥିକ ନୀତି

ନୂଆଦିଲ୍ଲୀ,୨୪-୫: ସାଧାରଣ ନିର୍ବାଚନର ଗଣନାରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ଜନାଦେଶ ମିଳିବାକୁ ଯାଉଛି। ନିଜ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ଯୋଜନା ଘୋଷଣା...

ବ୍ୟାଙ୍କିଙ୍ଗ ଉଦ୍ୟୋଗ ମହଙ୍ଗା ଭତ୍ତା ୬୮.୧%

ଭୁବନେଶ୍ୱର,୨-୮(ବ୍ୟୁରୋ): ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମେ’ ମାସରେ ୩୧୪ ପଏଣ୍ଟ ଥିଲା। ଏହା ଜୁନରେ ୨ ପଏଣ୍ଟ...

ବିଦେଶୀ ମୁଦ୍ରା ଭଣ୍ଡାରରେ ସର୍ବକାଳୀନ ରେକର୍ଡ

ମୁମ୍ବାଇ,୧୭ -୮: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଅଗଷ୍ଟ ୯ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ୧.୬୨୦ ବିଲିୟନ ଡଲାର ବୃଦ୍ଧି ପାଇ ୪୩୦.୫୭୨ ବିଲିୟନ ଡଲାର...

ଅପରିବର୍ତ୍ତିିତ ରହିଲା ରେପୋ ରେଟ୍‌

ମୁମ୍ବାଇ,୬-୧୨: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଗୁରୁବାର ଏହାର ରେପୋ ରେଟ ବା ସୁଧହାରକୁ ଅପରିବର୍ତ୍ତିତ ରଖିଛି। କେନ୍ଦ୍ରୀୟ ବ୍ୟାଙ୍କ ଏହା ପୂର୍ବରୁ ଲଗାତର ଭାବେ...

ଜାନୁୟାରୀରୁ ଯାନ ଦର ବଢାଇବ ହିରୋ ମୋଟୋକର୍ପ

ନୂଆଦିଲ୍ଲୀ,୧୪-୧୨: ଆସନ୍ତା ଜାନୁୟାରୀରୁ ଯାନ ଦର ବଢାଇବା ନେଇ ହିରୋମୋଟୋକର୍ପ ପକ୍ଷରୁ ଘୋଷଣା କରାଯାଇଛି। ଏହା ଦ୍ୱାରା କମ୍ପାନୀର ବିଭିନ୍ନ ମଡେଲଗୁଡିକ ପ୍ରାୟ ୨୦୦୦ ଟଙ୍କା...

ମୋଦିଙ୍କ ସହ ସାକ୍ଷାତ ପୂର୍ବରୁ ପୁଣି ଟାରିଫ ପ୍ରସଙ୍ଗ ଉଠାଇଲେ ଟ୍ରମ୍ପ

ଟୋକିଓ/ନୂଆଦିଲ୍ଲୀ,୨୮-୬: ଜି-୨୦ ସମ୍ମିଳନୀ ଅବସରରେ ଜାପାନର ଓସାକା ଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଏହି ବୈଠକରେ ଦୁଇ...

Leave a comment

Your email address will not be published. Required fields are marked *