ପାରାଦୀପ ବନ୍ଦର ଚିକିତ୍ସାଳୟରେ ଆନ୍ଦୋଳନ ପରେ ମିଳିଲା ନିଶୁଳ୍କ ଚିକିତ୍ସା: ତଥାପି କିଣିବାକୁ ପଡୁଛି ଔଷଧ

ପାରାଦୀପ,୧୧ା୮(ସ୍ବ.ପ୍ର.): ପାରାଦୀପ ବନ୍ଦର ଚିକିତ୍ସାଳୟରେ ଆଉ ଟିକେଟ କାଟିବା ପାଇଁ ରୋଗୀଙ୍କୁ ଟଙ୍କା ଦେବାକୁ ପଡିବ ନାହିଁ। ଅର୍ଥାତ ସାଧାରଣ ଲୋକ ମଧ୍ୟ ଉକ୍ତ ଚିକିତ୍ସାଳୟରେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଭଳି ନିଃଶୁଳ୍କ ସେବା ପାଇପାରିବେ। ଏପରି ହେବା ପଛରେ ଭୁତମୁଣ୍ଡାଇଠାରେ ପ୍ରସ୍ତାବିତ ଟ୍ରକ୍‌ ଟର୍ମିନାଲକୁ ବିରୋଧ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ଚାଲିଥିବା ଆନ୍ଦୋଳନର ପ୍ରଭାବ ରହିଛି ବୋଲି କୁହାଯାଉଛି। ପ୍ରକାଶ ଯେ, ୧୯୭୦ ଦଶକରୁ ପାରାଦୀପ ବନ୍ଦର ଚିକିତ୍ସାଳୟ ଚାଲିଥିଲେ ହେଁ ଏହା କେବଳ ବନ୍ଦର କର୍ମଚାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ ଥିଲା। ୬୪ ଶଯ୍ୟା ବିଶିଷ୍ଟ ଉକ୍ତ ଚିକିତ୍ସାଳୟରେ ପ୍ରାୟ ଅଧିକାଂଶ ବିଭାଗର ଡାକ୍ତର ରହୁଥିଲେ। ବନ୍ଦର କର୍ମଚାରୀଙ୍କୁ ଚିକିତ୍ସା ଓ ଔଷଧ ସବୁ ମାଗଣା ମିଳୁଥିଲା। ପର୍ଯ୍ୟାୟକ୍ରମେ ବନ୍ଦର କର୍ମଚାରୀ ହ୍ରାସ ପାଇବା ଓ ବନ୍ଦର ବ୍ୟବହାରକାରୀଙ୍କ ସଂଖ୍ୟା ବଢିବା ପରେ ଉକ୍ତ ଚିକିତ୍ସାଳୟରେ କେତେକ ବାହାର ଲୋକ ଡାକ୍ତରୀ ପରାମର୍ଶ ସୁଯୋଗ ପାଇଲେ। ଉପରିସ୍ଥ ଅଧିକାରୀଙ୍କ ସ୍ବୀକୃତି ଓ ଚିକିତ୍ସାଳୟର ଆବଶ୍ୟକ ଅର୍ଥ ଭରଣା କରିବା ପରେ ଉକ୍ତ ସୁବିଧା ମିଳୁଥିଲା। ଏହା ମଧ୍ୟରେ ବନ୍ଦର ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ହୋଇପଡିଲାଣି। ୬୪ ଶଯ୍ୟା ଥିଲେ ହେଁ ଆଉ ରୋଗୀ ସଂଖ୍ୟା ପୂର୍ବପରି ନାହିଁ। ବିଶେଷଜ୍ଞ ଡାକ୍ତରଙ୍କୁ ଏବେ ବାହାରୁ ମେଡିକାଲ କର୍ତ୍ତୃପକ୍ଷ ସୀମିତ ସମୟ ପାଇଁ ଚୁକ୍ତିରେ ଆଣୁଛନ୍ତି। ତେଣୁ ବନ୍ଦର ଚିକିତ୍ସାଳୟରେ ରୋଗୀ ସେବା ପୂର୍ବପରି ନାହିଁ କହିଲେ ଚଳେ। ଏବେ ବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ୩୦ରୁ ଊର୍ଦ୍ଧ୍ୱ ପ୍ରତିଷ୍ଠିତ ଘରୋଇ ମେଡିକାଲ ସହ ଚୁକ୍ତି କରିଛନ୍ତି। ତେଣୁ ବନ୍ଦର କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀମାନେ ଏହି ସୁବିଧାରେ ପ୍ରାୟତଃ ବାହାରେ ଚିକିତ୍ସିତ ହେଉଛନ୍ତି। ଏମିତି ଅବସ୍ଥାରେ ବନ୍ଦର ଚିକିତ୍ସାଳୟରେ ଏବେ ପ୍ରାୟ ସବୁ ବର୍ଗର ଲୋକ ଡାକ୍ତରଙ୍କ ପରାମର୍ଶ ନେଇପାରୁଥିଲେ। ସେଥିପାଇଁ ସେମାନଙ୍କୁ ଆଉଟ୍‌ଡୋର ପରାମର୍ଶ ପାଇଁ ୧୦ରୁ ୩୦ ଟଙ୍କା ଦେଇ ଟିକେଟ କାଟିବାକୁ ପଡୁଥିଲା। ସେହି ଅର୍ଥ ଇ-ପେମେଣ୍ଟ ବା ଡେବିଟ୍‌ କାର୍ଡ ମାଧ୍ୟମରେ ଦେବା ଅନିବାର୍ଯ୍ୟ ଥିଲା। ଏହା ଦ୍ୱାରା ଅଧିକାଂଶ ଲୋକ ଡେବିଟ୍‌ କାର୍ଡ ନ ଥିବାରୁ ଡାକ୍ତରଙ୍କୁ ଭେଟିପାରୁ ନ ଥିଲେ। ଏହି ସମୟରେ କୁଜଙ୍ଗ ଅଞ୍ଚଳରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ଦାବି ଜୋର ଧରିଛି। ଖୋଦ୍‌ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ୨୦୧୩ରୁ ଏକ ସ୍ପେଶିଆଲିଟି ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଘୋଷଣା କରିବା ସତ୍ତ୍ୱେ ତାହା ଏ ପର୍ଯ୍ୟନ୍ତ ସଫଳ ହୋଇନାହିଁ। ପାରାଦୀପ ବନ୍ଦର ଓ ଜଗତ୍‌ସିଂହପୁର ଜିଲା ପ୍ରଶାସନ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଭୁତମୁଣ୍ଡାଇଠାରେ ଏକ ଟ୍ରକ୍‌ ଟର୍ମିନାଲ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏହାକୁ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି। ଏହାର ସମାଧାନ ପାଇଁ ଗତ ୧୫ ଦିନ ତଳେ ପ୍ରଶାସନିକ ବୈଠକ ବସିଥିଲା। ସେତେବେଳେ ବନ୍ଦର ଚିକିତ୍ସାଳୟ ପ୍ରସଙ୍ଗ ଉଠିଥିଲା। ଉକ୍ତ ଚିକିତ୍ସାଳୟରେ ଡାକ୍ତର ପରାମର୍ଶ ପାଇଁ ଅର୍ଥ ଦେବାକୁ ପଡୁଥିବା କଥା ଆଲୋଚନା ହେବାରୁ ଉପସ୍ଥିତ ବନ୍ଦର ପ୍ରତିନିଧି ଆଉ ଅର୍ଥ ନେବେ ନାହିଁ ବୋଲି କହିଥିଲେ। ଏହି କ୍ରମରେ ଗତ ୧୫ ଦିନ ହେଲା ବନ୍ଦର ଚିକିତ୍ସାଳୟରେ ଡାକ୍ତର ପରାମର୍ଶ ପାଇଁ ଆଉ ଅର୍ଥ ଦେବାକୁ ପଡୁନାହିଁ। କିନ୍ତୁ ଔଷଧ ବାହାରୁ କିଣିବାକୁ ପଡୁଛି।


All Right Reserved By Dharitri.Com

ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପରାମର୍ଶଦାତା କମିଟି ବୈଠକ ଚିହ୍ନଟ: ବିସ୍ଥାପିତଙ୍କ ଥଇଥାନ ନେଇ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୧୪ା୮-ଅବିଭକ୍ତ ଗଞ୍ଜାମ -ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଛେଳିଗଡ଼ ନିକଟରେ ଦୀର୍ଘବର୍ଷରୁ ପ୍ରସ୍ତାବିତ ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ...

ସ୍ବାଧୀନତାର ୭୨ ବର୍ଷ ବିତିଗଲା, ଗ୍ରାମକୁ ନାହିଁ ରାସ୍ତା

ମାଲକାନଗିରି,୧୫।୧(ଡି.ଏନ୍‌.ଏ.)- ଦେଶ ସ୍ବାଧୀନ ହେବାର ଦୀର୍ଘ ୭୨ ବର୍ଷ ବିତିଗଲାଣି। ମାଲକାନଗିରି ସଦର ମହକୁମାଠାରୁ ୩୦ କିଲୋମିଟର ଦୂର ଛତିଶଗଡ଼କୁ ଲାଗି ରହିଛି ଏକ ପୁରାତନ...

ଦରବୃଦ୍ଧି ରୋକିବା ଦାବି କଲା ସିପିଆଇଏମ୍‌

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ) ସିପିଆଇଏମ୍‌ ଭୁବନେଶ୍ୱର ଜିଲ୍ଲା କମିଟି ପକ୍ଷରୁ ଆକାଶଛୁଆଁ ଦରବୃଦ୍ଧି ରୋକିବା ଦାବିରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା...

ସ୍ଥାଣୁ ପାଲଟିଛି ଜିଲା କ୍ରିକେଟ ସଂଘ: ପ୍ରତିଭାଙ୍କୁ ମିଳୁନି ଉପଯୁକ୍ତ ସୁଯୋଗ

ଅନୁଗୋଳ ଅଫିସ, ୮।୯ – ଅନୁଗୋଳ ଜିଲା କ୍ରିକେଟ୍‌ ସଂଘର କାର୍ଯ୍ୟକୁ ନେଇ ବଢ଼ୁଛି ଅସନ୍ତୋଷ। ବିଶେଷକରି ପୂର୍ବତନ ଖେଳାଳିମାନେ ଖୋଲାଖୋଲି ସେମାନଙ୍କ ଅସନ୍ତୋଷ ଜାହିର...

ଲକ୍ଷ୍ମୀପୂଜା ମଣ୍ଡପ ଉଦ୍‌ଘାଟିତ

ଦେବଗଡ଼, ୧୦।୧(ଡ଼ି.ଏନ୍‌.ଏ.)-ତିଲେଇବଣୀ ବ୍ଲକର ବଣିଆଁକିଲିଣ୍ଡା ପଞ୍ଚାୟତ ଅଧିନ ସୁନାମୁଣ୍ଡା ଗ୍ରାମରେ ଲକ୍ଷ୍ମୀପୂଜା ମଣ୍ଡପ ଉଦ୍‌ଘାଟିତ ହୋଇଯାଇଛି। ସମ୍ବଲପୁର ଏମ୍‌ପି ରାଜା ନିତେଶ ଗଙ୍ଗଦେବ ମୁଖ୍ୟ ଅତିଥିଭାବେ...

ଓଭରବ୍ରିଜ୍‌ ସୁରକ୍ଷା ଚିନ୍ତା: ଅଣ୍ଟା ଭିଡ଼ିଲା ସିଭିଲ ସୋସାଇଟି

ବାଲେଶ୍ୱର ଅଫିସ,୩।୯ – ବାଲେଶ୍ୱର ଫକୀରମୋହନ ଗୋଲେଇଠାରୁ ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଗତ ୧୯୮୪ରେ ଲୋକାର୍ପିତ ଓଡ଼ିଶାର ପ୍ରଥମ ଓଭରବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର...

ଦନ୍ତା ଆକ୍ରମଣରେ ଦୁଇ ଗୁରୁତର, ୫ ଆହତ; ଦୌଡ଼ିବା ବେଳେ କେନାଲରେ ଖସିପଡ଼ିଲା

ପରଜଙ୍ଗ,୧୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଚାନ୍ଦପୁର ଗାଁରେ ବୁଧବାର ଦନ୍ତାହାତୀ ଆତଙ୍କ ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ଦୁଇଜଣ...

ବୃଦ୍ଧଙ୍କୁ ହାଣି ମୁଣ୍ଡଗଣ୍ଡି ଅଲଗା କଲେ: ଗୁଣି ସନ୍ଦେହରେ ହତ୍ୟା, ମୋହନା ଅଞ୍ଚଳରେ ଚାଞ୍ଚଲ୍ୟ

ମୋହନା,୧୪ା୧୧(ଡି.ଏନ୍‌.ଏ.)-ଗଜପତି ଜିଲା ମୋହନା ଥାନା ମେରାପଲ୍ଲୀ ପଞ୍ଚାୟତ ଭାଲିଆସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହାଣି ହତ୍ୟା କରାଯାଇଛି।...

Leave a comment

Your email address will not be published. Required fields are marked *