ସୁପ୍ରିମକୋର୍ଟ ନିର୍ଦ୍ଦେଶର ଓଲଟା ରାସ୍ତାରେ ସରକାର

ଭୁବନେଶ୍ୱର,୧୧।୮(ବ୍ୟୁରୋ): ନାଗରିକଙ୍କ ସବୁ ଅନ୍ତରଙ୍ଗ ତଥ୍ୟ ଆଧାର କାର୍ଡରେ ଲିପିବଦ୍ଧ। ଏହାକୁ ସରକାରୀ କିମ୍ବା ବେସରକାରୀ ସଂସ୍ଥା ଅପବ୍ୟବହାର କରୁଥିବାର ବହୁ ଦୃଷ୍ଟାନ୍ତ ରହିଛି। ତେଣୁ ବ୍ୟକ୍ତି ବିଶେଷଙ୍କ ଗୋପନୀୟ ତଥ୍ୟଗୁଡ଼ିକୁ କୌଣସି ପରିସ୍ଥିତିରେ ଜନକଲ୍ୟାଣକାରୀ ଯୋଜନାରେ ଦେବାକୁ ବାଧ୍ୟତାମୂଳକ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ଏହାସତ୍ତ୍ୱେ ଆଧାର କାର୍ଡକୁ ପରୋକ୍ଷରେ ବାଧ୍ୟତାମୂଳକ କରିବାରେ ସରକାର ଲାଗିପଡିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶନିବାର ଦେଇଥିବା ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି। ମୋଟ ଉପରେ କହିବାକୁ ଗଲେ ସୁପ୍ରିମକୋର୍ଟଙ୍କ ରାୟର ଓଲଟା ବାଟରେ ସରକାର ଯିବାକୁ ପସନ୍ଦ କରିଛନ୍ତି।
ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ କହିଛନ୍ତି ଯେ, ଆଧାର କାର୍ଡ ଥିବା କୌଣସି ହିତାଧିକାରୀ ଯୋଜନାରୁ ବାଦ୍‌ ପଡିବେ ନାହିଁ। ଏଥିପାଇଁ ସରକାର ଗ୍ୟାରେଣ୍ଟି ଦେଉଛନ୍ତି। ଆଧାର ନ ଥିବା ହିତାଧିକାରୀଙ୍କୁ ମଧ୍ୟ ତାଲିକାରୁ ବାଦ୍‌ ପଡିବାକୁ ଦିଆଯିବ ନାହିଁ। ସେହିପରି ଆଧାର କାରଣରୁ ବଞ୍ଚିତ ହୋଇଥିବା ହିିତାଧିକାରୀ ଲିଙ୍କ୍‌ କରିବା ମାତ୍ରେ ସହାୟତା ପାଇବେ। ସେହିପରି ଏକାଧିକ ଥର ସୁବିଧା ହାତଉଥିବା ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦିଆଯିବ । ଅଧିକାଂଶ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ତନଖି କରିବା ପରେ ପ୍ରାୟ ଲକ୍ଷାଧିକ ହିତାଧିକାରୀ ଦୁଇଟି ସ୍ଥାନରୁ ସୁବିଧା ପାଉଥିବା ରଣେନ୍ଦ୍ର କହିଛନ୍ତି। ଏହିପରି ସୁବିଧା ହାତଉଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ସେପ୍ଟେମ୍ବରରୁ ବାଦ୍‌ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରାଯାଇଥିବାରୁ ଅନେକ ଯୋଗ୍ୟ ହିତାଧିକାରୀ ସହାୟତାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏପରିକି ପୂର୍ବରୁ ରାଶନ କାର୍ଡ ଦ୍ୱାରା ସହାୟତା ପାଉଥିବା ହିତାଧିକାରୀ କେବଳ ଆଧାର ପାଇଁ ସରକାରୀ ସୁବିଧାରୁ ବଞ୍ଚିତ ହୋଇପାରନ୍ତି। ଗ୍ରାମବହୁଳ ଓଡ଼ିଶାରେ ଆଧାର ସମ୍ପର୍କିତ ସଚେତନତା ଲୋକମାନଙ୍କୁ କରାଯାଇନାହିଁ। ଓଲଟି ଆଧାର ହିଁ ସବୁ ସହାୟତା ପାଇବାର ଚାବିକାଠି ବୋଲି ପରୋକ୍ଷରେ ପ୍ରଚାର କରି ଲିଙ୍କ୍‌ କରାଯାଉଛି। ହିତାଧିକାରୀଙ୍କ ନାମ, ଠିକଣା ସହ ଅନ୍ୟାନ୍ୟ ଗୋପନୀୟ ତଥ୍ୟ ଆଦାୟ କରାଯାଇ ସାରିଲାଣି।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ କେନ୍ଦ୍ର ସରକାର ବଜେଟ୍‌ରେ ପାନ କାର୍ଡ ବଦଳରେ ଆଧାର ମାଧ୍ୟମରେ ଆୟକର ରିଟର୍ନ ଦେବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ସେହିପରି କେନ୍ଦ୍ରୀୟ ଯୋଜନା ଏବଂ କେନ୍ଦ୍ର ପ୍ରବର୍ତ୍ତିତ ସମସ୍ତ ଯୋଜନାରେ ମଧ୍ୟ ଆଧାରକୁ ବାଧ୍ୟତାମୂଳକ କରିବାକୁ ମସୁଧା ଚାଲିଛି। ଦେଶରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା(ଏନ୍‌ଏଫ୍‌ଏସ୍‌ଏ)ରେ ଆଧାର କାର୍ଡକୁ କଡାକଡି ଲାଗୁ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ବହୁ ପୂର୍ବରୁ ନିର୍ଦ୍ଦେଶ ଦେଇ ସାରିଥିଲେ। ରାଜ୍ୟ ସରକାର ମଧ୍ୟ ଏଥିରେ କୌଣସି ଆପତ୍ତି ନ ଉଠାଇ ଆଧାର ବାଧ୍ୟତାମୂଳକକୁ ସେପ୍ଚେମ୍ବର ପହିଲାରୁ କଡାକଡି ଲାଗୁ କରିବାକୁ ଯାଉଥିବା ଜଣାପଡିଛି। ଏଠାରେ ପ୍ରଶ୍ନ ଉଠେ, ଜାଲିଆତି ରୋକିବାକୁ ଆଧାର ସଂଯୋଗ ଉପରେ ଗୁରୁତ୍ୱ ଦିଆଯାଉଥିବା ସରକାର ବାରମ୍ବାର ଯୁକ୍ତି ବାଢୁଛନ୍ତି, ହେଲେ ଲକ୍ଷାଧିକ ମୃତ ହିତାଧିକାରୀଙ୍କ ନାମରେ ସରକାରୀ ଯୋଜନା ହଡପ ହେଉଥିବା ଖବର ନଜରକୁ ଆସିଛି। ଏପରିକି ଚଳିତ ବର୍ଷ ରାଜ୍ୟ ଖାଦ୍ୟ ନିଗମ ପକ୍ଷରୁ ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଏଥିସହିତ ଏହି ଭୂତ ହିତାଧିକାରୀଙ୍କୁ ବାଦ୍‌ ଦିଆଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦିଷ୍ଟ ଭାବେ କେତେ ଭୂତ ତଥା ମୃତ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଛି, ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ରଖାଯାଇନାହିଁ।


All Right Reserved By Dharitri.Com

୨୧ରେ ବିଜେପୁର ଲଢ଼େଇ: ଦୁଇ ଦିନ ପ୍ରଚାର କରିବେ ନବୀନ !

ଭୁବନେଶ୍ୱର,୩।୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନ ଲାଗି ରାଜ୍ୟ ରାଜନୀତି ସରଗରମ। ଆସନ୍ତା ୨୧ରେ ଭୋଟ ଗ୍ରହଣ ହେବାକୁ ଘୋଷଣା ହୋଇଥିବା ବେଳେ ଗୁରୁବାର ତିନି ପ୍ରମୁଖ ଦଳ...

ଜୟପୁରରେ ପ୍ରତିଷ୍ଠା ହେବ ସ୍ବତନ୍ତ୍ର ଜେଲ

ଜୟପୁର,୮ା୮(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରରେ ସ୍ବତନ୍ତ୍ର ଜେଲ ପ୍ରତିଷ୍ଠା ଦାବି ଦୀର୍ଘଦିନରୁ ହୋଇଆସୁଛି। ଏଥିପାଇଁ ଜେଲ ଏଡିଜି ମହେନ୍ଦ୍ର ପ୍ରତାପ ଗତ ୫ ତାରିଖରେ ଜେଲ୍‌...

ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଲଗାତାର ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ନରେନ୍ଦ୍ର...

ମହାନଦୀ ମାଳବନ୍ଧର ସୁରକ୍ଷା:ପଥର ପ୍ୟାକିଂରେ ବ୍ୟବହାର ହେଉଛି ଛୋଟ ପଥର; ପ୍ରଥମ ବନ୍ୟାରେ ଭାସିଯିବା ଆଶଙ୍କା

ଖଣ୍ଡପଡା,୪ା୭ (ସ୍ବ.ପ୍ର.): କଣ୍ଟିଲୋ ନୀଳମାଧବ ଜୀଉ ମନ୍ଦିର ପାଦଦେଶରେ ପ୍ରବାହିତ ମହାନଦୀ ଦକ୍ଷିଣପାର୍ଶ୍ୱ ମାଳବନ୍ଧ ବିଭିନ୍ନ ସମୟରେ କ୍ଷତିଗ୍ରସ୍ତ ହେଉଥିବାରୁ ଏହାର ସୁରକ୍ଷା ପାଇଁ ପଦକ୍ଷେପ...

ଲକ୍ଷ୍ୟରୁ ଦୂରେଇଛି ଜୀବନ୍ତଖାଦ୍ୟ ପ୍ରଜନନ କେନ୍ଦ୍ର

ବାରଙ୍ଗ,୩।୮(ଡି.ଏନ୍‌.ଏ.): ନନ୍ଦନକାନନର ଶେଷଭାଗ ୧ନଂ ଫାଟକ ପାଖରେ ରହିଛି ଜୀବନ୍ତଖାଦ୍ୟ ପ୍ରଜନନ କେନ୍ଦ୍ର। ଏହି କେନ୍ଦ୍ର ଉପରେ ନନ୍ଦନକାନନର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପ୍ରାଣୀ...

କାଠଯୋଡ଼ିକୁ ଡେଇଁଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ନରାଜ, ୨୩।୧୦ (ଡି.ଏନ.ଏ.): ତ୍ରିଶୁଳିଆ ନିକଟରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ଉପରୁ କାଠଯୋଡ଼ି ନଦୀକୁ ଡେଇଁ ପଡିଥିବା ଯୁବକଙ୍କ ମୃତଦେହ ଉଦ୍ଧାର...

ସରକାରୀ ସାହାଯ୍‌ ଆଶ୍‌ରେ ବୁନାକାର ପରିବାର

ଲାଠୋର, ୨୯ା୧୦ (ଡି.ଏନ୍‌.ଏ.)- ସରକାର ବୁନାକାର ପରିବାରମାନକୁ ଅନେକ ସୁବିଧା ସୁଯୋଗ ଯୁଗେଇ ଦେଉଛନ୍‌। ସେନ୍‌ତା ଭିନେ ଭିନେ ଗଁାଗଁଲିରେ ଥିବାର ବୁନାକାରମାନକୁ ପ୍ରଶିକ୍ଷକମାନକର ଜରିଆରେ...

କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମନୋନୀତ

ଭୁବନେଶ୍ୱର,୨୦।୪(ବ୍ୟୁରୋ): କେନେଲ କ୍ଲବ ଅଫ୍‌ ଇଣ୍ଡିଆ(କେସିଆଇ)ର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମହାନ୍ତି ମନୋନୀତ ହୋଇଛନ୍ତି। ସେ ପ୍ରଥମ ଓଡ଼ିଆ ଭାବେ...

Leave a comment

Your email address will not be published. Required fields are marked *