ଚେକଡ୍ୟାମ ଭୁଶୁଡିଲା:୩୦୦ ହେକ୍ଟର ଜମିକୁ ପ୍ରଭାବିତ

ସିନାପାଲି,୧୧।୮(ଡି.ଏନ.ଏ.)
ନୂଆପଡା ଜିଲା ସିନାପାଲି ବ୍ଲକସ୍ଥିତ ଖଇରପଦର ତଲଝରିଆ ନାଳ ଚେକ୍‌ଡ୍ୟାମ ଭୁଶୁଡି ପଡ଼ିଛି। ଏଥିଯୋଗୁ ୫୦ରୁ ଉର୍ଦ୍ଧ୍ୱ ଚାଷୀଙ୍କ ପ୍ରାୟ ୩୦୦ ହେକ୍ଟର ଜମି ଜଳସେଚନ ପ୍ରଭାବିତ ହେବ। ଫଳରେ ଅଞ୍ଚଳର ଚାଷୀ ଚିନ୍ତିତ ହୋଇପଡିଛନ୍ତି। ଏହି ଚେକ ଡ୍ୟାମ ନିମାଣ ହେବା ଫଳରେ ଖଇରପଦର ଓ ଛୋଟଦର୍ଲିପଡା ଗ୍ରାମର ଚାଷୀ ଉପକୃତ ହେଉଥିଲେ । ବର୍ଷାରେ ଏହି ଚେକଡ୍ୟାମ ପାଣି ମଡାଇ ଲୋକେ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ଏହି ଚାଷ ଜମିଗୁଡିକ ବାଲି ଅଞ୍ଚଳ ହୋଇଥିବା ବେଳେ ବର୍ଷା ପାଣି ଶୀଘ୍ର ଶୁଖିଥାଏ । ଫଳରେ ଅନେକାଂଶ ସମୟରେ ଅତ୍ୟଧିକ ପାଣିର ଆବଶ୍ୟକ ପଡିଥାଏ । ଦୀର୍ଘ ୧୦ ବର୍ଷ ଧରି ଏହି ଡ୍ୟାମ ଉପରେ ଅଞ୍ଚଳବାସୀ ନିର୍ଭର କରୁଥିଲେ । ଗତ ଲଘୁଚାପଜନିତ ଲଗାଣ ବର୍ଷାରେ ଡ୍ୟାମର ଡାହାଣ ଭାଗରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି । ବନ୍ୟା ପାଣି ଅନ୍ୟ ସ୍ଥାନରେ ପ୍ରବାହିତ ହେଉଛି । ଫଳରେ ଚାଷ ଜମିକୁ ପାଣି ନ ମାଡିବା ନେଇ ଚାଷୀ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଖଡିଆଳ ମୂର୍ତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଗତ ୨୦୧୦ରେ ଚେକଡ୍ୟାମ ନିର୍ମାଣ ହୋଇଥିଲା । ଏହି ଚେକଡ୍ୟାମ ପାଇଁ ଗୋବର୍ଦ୍ଧନ ମାଝି, ତୁଳସୀରାମ ମାଝି, ବୁଟିରାମ ମାଝି, ସୃଜନ ସିଂ ମାଝି, ଭୁଜବଲ ମାଝି, ରାମସିଂ ମାଝି, ଟିକେଶ୍ୱର ମାଝି, ନିଳକଣ୍ଠ ମାଝିଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଚାଷୀ ଏହି ଚେକ ଡ୍ୟାମ ଭୁଶୁଡିବା ଯୋଗୁ ଜଳସେଚନ ପାଇବାରୁ ବଞ୍ଚତ୍ତ ହେବେ । ଏ ସମ୍ପର୍କରେ ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ଏସ ମିଶ୍ରଙ୍କୁ ପଚାରିବାରୁ ତଦନ୍ତ କରି ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ସ୍ଥାନୀୟ ଜିଲା ପରିଷଦ ସଦସ୍ୟ ଗିରିରାଜ ମାଝିଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଦୁଇଟି ଗାଁର ଚାଷୀଙ୍କ ଏହି ଚେକ ଡ୍ୟାମ ଚାଷ କାର୍ଯ୍ୟରେ ବହୁ ଉପଯୋଗି ହେଉଥିଲା । ଏବେ ଭାଙ୍ଗିଯିବା ଫଳରେ ଚାଷୀ ଚିନ୍ତିତ ଅଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆସନ୍ତା ୧୬ ତାରିଖରେ ହେବାକୁ ଥିବା ପଞ୍ଚାୟତ ସମିତି ବୈଠକରେ ମଧ୍ୟ ଉପସ୍ଥାପନ କରି ସମାଧାନ କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।


All Right Reserved By Dharitri.Com

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନୂଆପଡା ଅଫିସ,୬ା୮- ଶୈଶବରେ ସାଙ୍ଗ ସାଥୀ ମେଳରେ ଖେଳିବା ବୁଲିବା ବୟସ । ହେଲେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଦୁଇ ଆଖିରେ ଦେଖିପାରୁ ନ...

ଇଣ୍ଡିପେଣ୍ଡେଣ୍ଟ କପ୍‌ ଫୁଟବଲ ଟୁର୍ନାମେଣ୍ଟ : କୋମନା, ନୂଆପଡା ମଧ୍ୟରେ ଫାଇନାଲ ମ୍ୟାଚ୍‌

କୋମନା,୨୫।୮(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ତରବୋଡସ୍ଥିତ ରାଜିବ ଗାନ୍ଧୀ ମିନି ଷ୍ଟାଡିୟମରେ ଚାଲିଥିବା ଦ୍ୱାଦଶ ଇଣ୍ଡିପେଣ୍ଡେଣ୍ଟ କପ ଫୁଟବଲ ଟୁର୍ନାମେଣ୍ଟର ଦୁଇଟି ସେମି ଫାଇନାଲ...

ସରକାରୀ ହସ୍ପିଟାଲ ଭୁଇଁରେ ଲୋଟୁଛନ୍ତି ରୋଗୀ :ଶଯ୍ୟା ନାହିଁ କି ସାଲାଇନ ଷ୍ଟାଣ୍ଡ ନାହିଁ

ନୂଆପଡା ଅଫିସ/ଖଡିଆଳ,୨୧।୯(ଡି.ଏନ.ଏ.) ନୂଆପଡା ଜିଲାର ସବୁଠାରୁ ଏକ ଜନବହୁଳ ସହର ଭାବେ ଖଡିଆଳ ଜଣାଶୁଣା । ବିଭିନ୍ନ ସମୟରେ ନେତା ଅଧିକାରୀମାନେ ଏଠିକାର ଉନ୍ନତି ସକାଶେ...

ସମୀକ୍ଷା କଲେ ଶକ୍ତି ମନ୍ତ୍ରୀ: କାହାରିକୁ ବିଜୁଳିରୁ ବାଦ ଦିଆଯିବନାହିଁ

ନୂଆପଡା ଅଫିସ,୨୮ା୮-ନୂଆପଡା ଭଳି ଜିଲାରେ ଅର୍ଦ୍ଧାଧିକ ଅଞ୍ଚଳ ବଣପାହାଡ ଘେରା ହୋଇ ରହିଛି । ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ବିଜୁଳି ଭଳି ମୌଳିକ ସୁବିଧା ଯୋଗାଇ...

ବିପର୍ଯ୍ୟୟ ପ୍ରଶମନ ସକାଶେ ପ୍ରସ୍ତୁତି ବୈଠକ: ଗାଁକୁ ଯାଇ ଯୋଜନା କରିବ ସଙ୍ଗଠନ

ନୂଆପଡା ଅଫିସ,୧୮ା୯-ଜିଲାରେ ବିପର୍ଯ୍ୟୟ ପ୍ରଶମନ ସକାଶେ ଅଣୁ ଯୋଜନା କରିବାକୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ...

ଜାତୀୟ ରାଜପଥ ସମତୁଲ କଲା ଯୁବକ ସଂଘ

ନୂଆପଡା ଅଫିସ/ତରବୋଡ,୨୯।୮(ଡି.ଏନ.ଏ.)  ଦୀର୍ଘ ୫ ବର୍ଷ ଧରି ନିର୍ମାଣ କାମ ଚାଲିଥିବା ଜାତୀୟ ରାଜପଥ ୩୫୩ କାମ ଆଜି ଯାଏଁ ଶେଷ ହେଉନି। ଠିକାଦାରଙ୍କ ଉଦାସୀନତା...

ଟଁକା ପଏସା ଅଭାବ୍‌: ଉଚ ଶିକ୍ଷାରୁ ବଁଚିତ୍‌ ଜ୍ୟୋତିଜୟା

କୋମନା,୨୩।୮(ଡି.ଏନ.ଏ.): ନୂଆପଡ଼ା ଜିଲା କୋମନା ବ୍ଲକ ପଏଁର ପଁଚେତ୍‌ ଅଧୀନ ମହୁଲଭଟା ଗଁାର ଝନେ ଗରିବ୍‌ ଛାତ୍ରୀ ଟଁକା ପଏସା ଅଭାବୁ ଉଚ ଶିକ୍ଷାରୁ ବଁଚିତ୍‌...

ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନୂଆପଡା ଅଫିସ/କୋମନା,୭।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗାଁରେ ଏକ ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ଖବର ମିଳିଛି...

Leave a comment

Your email address will not be published. Required fields are marked *