ପ୍ରାଥମିକ ବିଦ୍ୟାଳୟକୁ ଆଉ ଆସୁନି ପାଠ୍ୟୋପକରଣ : ସରକାରଙ୍କ ଅଜବ ନୀତିରେ ନିରାଶ ଛାତ୍ରୀଛାତ୍ର

ଜଗତ୍‌ସିଂହପୁର ଅଫିସ,୧୧ା୮: ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତି ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ମାଗଣା ବହି, ପୋଷାକ ସାଙ୍ଗକୁ ମଧ୍ୟାହ୍ନ ଭୋଜନ ଦେଉଛନ୍ତି। ବିଦ୍ୟାଳୟରେ ନାମଲେଖା ଫି ମଧ୍ୟ ଛାଡ କରାଯାଇଛି। କିନ୍ତୁ ମଝିରେ ମଝିରେ କେତେକ ପାଠ୍ୟୋପକରଣ ପ୍ରଦାନ କରି ପରବର୍ତ୍ତୀ ସମୟରେ ସେସବୁ ବନ୍ଦ କରିଦେଉଥିବାରୁ ଛାତ୍ରୀଛାତ୍ର ନିରାଶ ହେଉଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୭-୧୮ରେ ସରକାର ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍ଲେଟ, ଖଡି, ପେନ୍‌, ପେନ୍‌ସିଲ, ପେନସିଲ ବାକ୍ସ, ଇରେଜର, କଟର, ଓଡ଼ିଆ ହସ୍ତାକ୍ଷର ଖାତା, ମହମ ରଙ୍ଗ, ନୋଟ୍‌ କିମ୍ବା ଏକ୍ସରସାଇଜ୍‌ ଖାତା ଦେବା ବ୍ୟବସ୍ଥା କରିଥିଲେ। କିନ୍ତ ଏହାର ପରବର୍ଷଠାରୁ ଆଉ ସେସବୁ ଦିଆଯାଉନାହିଁ। କେଉଁ କାରଣରୁ ଏସବୁ ସାମଗ୍ରୀ ଦିଆଯାଉନାହିଁ, ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୭-୧୮ରେ ଜଗତ୍‌ସିଂହପୁର ଶିକ୍ଷା ଜିଲାର ବାଲିକୁଦା, ବିରିଡ଼ି, ଏରସମା, ଜଗତ୍‌ସିଂହପୁର, କୁଜଙ୍ଗ, ନାଉଗାଁ, ରଘୁନାଥପୁର, ତିର୍ତ୍ତୋଲ, ଜଗତ୍‌ସିଂହପୁର ପୌର ପରିଷଦ, ପାରାଦୀପ ପୌର ପରିଷଦ ଓ କଟକ ଜିଲାର କିଛି ଅଞ୍ଚଳରେ ୧ମରୁ ୫ମ ଶ୍ରେଣୀରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ୧୦ ପ୍ରକାର ପଠନ ଓ ଲିଖନ ସାମଗ୍ରୀ ଆସିଥିଲା। ଛାତ୍ରୀଛାତ୍ର ସଂଖ୍ୟା ଦେଖି ବ୍ଲକ ଅନୁଯାୟୀ ଏସବୁ ସାମଗ୍ରୀ ଦିଆଯାଇଥିଲା। ୧ମ ଶ୍ରେଣୀରେ ପଢୁଥିବା ପିଲାଙ୍କୁ ସିଲଟ, ଖଡ଼ି, ପେନସିଲ୍‌, ପେନସିଲ୍‌ ବାକ୍ସ, ଇରେଜର୍‌, କଟ୍ଟର, ଓଡ଼ିଆ ହସ୍ତାକ୍ଷର ଖାତା ଏବଂ ମହମ ରଙ୍ଗ ଖଡି ଦିଆଯିବା ବ୍ୟବସ୍ଥା ହୋଇଥିଲା। ସେହିପରି ୨ୟରୁ ୫ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପେନ୍‌ସିଲ୍‌, ପେନସିଲ୍‌ ବାକ୍ସ, ଇରେଜର୍‌, କଟର, ମହମ ରଙ୍ଗଖଡି, କଲମ, ନୋଟ୍‌/ଏକ୍ସରସାଇଜ୍‌ ଖାତା ପ୍ରଦାନ କରାଯାଇଥିଲା। ଜଗତ୍‌ସିଂହପୁର ଶିକ୍ଷା ଜିଲା ପାଇଁ ମୋଟ ଉପରେ ୯,୭୫୦ ସିଲଟ, ୯,୭୫୦ ଖଡି (ସ୍ଲେଟ୍‌ ପେନ୍‌ସିଲ), ୯,୭୫୦ ଓଡ଼ିଆ ହସ୍ତାକ୍ଷର, ୫୧,୯୨୮ ପେନସିଲ୍‌ ବାକ୍ସ, ୫୧,୯୨୮ ପେନସିଲ୍‌, ୫୧,୯୨୮ ଇରେଜର୍‌, ୫୧,୯୨୮ କଟର, ୫୧,୯୨୮ ମହମ ରଙ୍ଗ ଖଡି, ୪୨,୧୪୫ ଏକ୍ସରସାଇଜ୍‌ ବହି ଓ ୪୨,୧୪୫ଟି କଲମ ପ୍ରଦାନ କରାଯାଇଥିଲା। ଏଥିପାଇଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏପରି କି ସେମାନଙ୍କ ଅଭିଭାବକମାନେ ମଧ୍ୟ ଖୁସି ହୋଇଥିଲେ। ପ୍ରତିବର୍ଷ ଏହିସବୁ ପଠନ ଓ ଲିଖନ ସାମଗ୍ରୀ ଦିଆଯିବ ବୋଲି ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ଆଶା କରିଥିଲେ। ଶିକ୍ଷୟିତ୍ରୀ, ଶିକ୍ଷକ ଓ ଶିକ୍ଷା ବିଭାଗର କର୍ମଚାରୀମାନେ ମଧ୍ୟ ଅନୁରୂପ ଆଶା ରଖିଥିଲେ। କିନ୍ତୁ ତା’ପରବର୍ଷ ଅର୍ଥାତ୍‌ ୨୦୧୮-୧୯ରେ ଆଉ ଏହା ଦିଆଗଲାନାହିଁ। ପିଲାମାନେ ଓ ସେମାନଙ୍କ ଅଭିଭାବକମାନେ ଅପେକ୍ଷା କରି ନିରାଶ ହେବାରୁ ଶିକ୍ଷକମାନଙ୍କୁ ପଚାରିଥିଲେ। ଯେହେତୁ ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରୁ ଏହା ଆସିନାହିଁ, ତେଣୁ ସେମାନେ ନାଚାର ବୋଲି ଶିକ୍ଷକମାନେ କହି ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଅସନ୍ତୋଷ ସୃଷ୍ଟି ହୋଇଥିଲା। ୨୦୧୯-୨୦ରେ ଏହା ମିଳିବା ଆଶା ପୁଣି ଉଜ୍ଜୀବିତ ହୋଇଥିଲା। କିନ୍ତୁ ଅଦ୍ୟାବଧି ଏହା ପହଞ୍ଚତ୍ ପାରିନାହିଁ। ଏ ସମ୍ପର୍କରେ ବିଭିନ୍ନ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକମାନେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁନାହାନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ନାମ ଗୋପନ ରଖି କହିଛନ୍ତି, ବାସ୍ତବରେ ସରକାରଙ୍କ ଏଭଳି ନିଷ୍ପତ୍ତି ଠିକ ନୁହେଁ। ଯଦି କିଛି ଦିଆଯିବା କଥା ତେବେ ତାହା ନିୟମିତ ହେଉ। ଗୋଟିଏ ବର୍ଷ ଦେଇ ଅନ୍ୟବର୍ଷ ନ ଦେବା ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କୁ ନିରାଶ କରୁଛି । ଏଥିଯୋଗୁ ଶିକ୍ଷକମାନେ ମଧ୍ୟ ଅସୁବିଧାରେ ପଡୁଛନ୍ତି। କାରଣ ଅନେକ ଛାତ୍ରାଭିଭାବକ ବିଦ୍ୟାଳୟ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ସେମାନଙ୍କ ସନ୍ଦେହ ଶିକ୍ଷକମାନେ ଏସବୁ ସାମଗ୍ରୀ ପିଲାଙ୍କୁ ନ ଦେଇ ବଜାରରେ ଚୋରାରେ ବିକ୍ରି କରି ଲାଭବାନ ହେଉଛନ୍ତି। ସେମାନଙ୍କୁ ବୁଝାଇବା ମଧ୍ୟ ସବୁ ସମୟରେ ସହଜ ହେଉନି। ଏ ସମ୍ପର୍କରେ ଡିପିସି ସପନ କୁମାର ଜେନାଙ୍କୁ ପଚାରିବାରୁ ସେ କହିଲେ ଯେ, ବାସ୍ତବରେ ଏନେଇ ଛାତ୍ରାଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଥିଲେ ସୁଦ୍ଧା ସେମାନେ କିଛି କରିବା ସମ୍ଭବ ନୁହେଁ। କାରଣ ଓପେପାରୁ ୨୦୧୭-୧୮ରେ ପାଠ୍ୟୋପକରଣ ସାମଗ୍ରୀ ଆସିଥିଲେ ସୁଦ୍ଧା ତା’ପରବର୍ଷଠାରୁ ବନ୍ଦ କରି ଦିଆଯାଇଛି। କେଉଁ କାରଣରୁ ଆସୁନାହିଁ ତାହା ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି।


All Right Reserved By

ସରକାରୀ, ଘରୋଇ ସଂସ୍ଥାରେ ନାହିଁ କ୍ରେଚ୍‌ : ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ୨୦୧୭ ମାତୃତ୍ୱ ଆଇନ ଅନୁସାରେ ସରକାରୀ ଓ ବେସରକାରୀ ସଂସ୍ଥା କାର୍ଯ୍ୟାଳୟରେ କ୍ରେଚ୍‌ ବ୍ୟବସ୍ଥା ରଖିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ହେଲେ ଏହି...

ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ୩୦ ଲକ୍ଷ ଚୋରି: ପୋଲିସର ତଦନ୍ତ ଆରମ୍ଭ

ଯାଜପୁର ଟାଉନ, ୧।୧୦(ଡି.ଏନ୍‌.ଏ.): ଯାଜପୁର ସହର ଅମ୍ବିକାୟୀ ଛକରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ବ୍ୟାଙ୍କ ମୁଖ୍ୟ...

ପୂର୍ତ୍ତ ରାସ୍ତାରେ ଏନ୍‌ଟିପିସି ଆଶ୍‌ପଣ୍ଡ ପାଣି

କଣିହାଁ,୧୩।୮(ଡି.ଏନ.ଏ.) କଣିହାଁ ବ୍ଲକ ସ୍ଥିତ ଏନଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ଆଶପଣ୍ଡ ପାଣି ସାମାନ୍ୟ ବର୍ଷାରେ ରାସ୍ତାରେ ପ୍ରବାହିତ ହେଉଛି। ଏଥିଯୋଗୁ ପିଚୁ ରାସ୍ତା କ୍ଷୟକ୍ଷତି ହୋଇ...

ପରୀକ୍ଷା ଖାତା ମୂଲ୍ୟାୟନକାରୀଙ୍କ ପାଉଣା ବଢ଼ିବ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଏଣିକି ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଓ ପ୍ରଶ୍ନପତ୍ର ସେଟ୍‌ ବଢ଼ିବ। ସେହିଭଳି ମୂଲ୍ୟାୟନକାରୀଙ୍କ ପାଉଣା ମଧ୍ୟ ବଢ଼ାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ...

ଜମିଲାଣି ମେଲୋଡ଼ି: ଆକର୍ଷଣ ସାଜୁଛି ଦାଣ୍ଡିଆ

ଭୁବନେଶ୍ୱର, ୬।୧୦ (ବ୍ୟୁରୋ): ଦୁର୍ଗାପୂଜା ପାଇଁ ରାଜଧାନୀ ସମେତ ରାଜ୍ୟର ସହରଠୁ ଗଁା ହୋଇଉଠିଛି ଉତ୍ସବମୁଖର। ସନ୍ଧ୍ୟାର ଆକର୍ଷଣ ସାଜୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ନବରାତ୍ରର...

ବରଗଡ଼ ଲୋକ ସଭା: ସୁରେଶ-ପ୍ରସନ୍ନଙ୍କ ମଧ୍ୟରେ କଡ଼ା ଟକ୍କର

ବରଗଡ଼ ଅଫିସ,୨୩।୫: ବରଗଡ଼ ଲୋକ ସଭା ଆସନରେ ଭାଜପାର ସୁରେଶ ପୂଜାରୀ ଓ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ୧୫ଶ ରାଉଣ୍ଡ...

ଭାଜପା ପ୍ରାର୍ଥୀଙ୍କ କାରରୁ ଲକ୍ଷାଧିକ ଟଙ୍କା ଜବତ

ହିନ୍ଦୋଳ,୧୮।୪(ଡି.ଏନ.ଏ): ଢ଼େଙ୍କାନାଳ ଜିଲା ହିନ୍ଦୋଳର ମଙ୍ଗଳପୁରରୁ ଗୁରୁବାର ଭାଜପା ପ୍ରାର୍ଥୀଙ୍କ କାରରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି। ଭାଜପା ପ୍ରାର୍ଥୀ ଆଶୋକ ନାୟକଙ୍କ ଗାଡ଼ିରୁ ଷ୍ଟାଟିକ୍‌...

ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ପରେଡ୍‌ରେ ଅଂଶଗ୍ରହଣ କରିବେ ୫୦ ଦଳ

ଅନୁଗୋଳ ଅଫିସ, ୧୭।୭- ଅନୁଗୋଳ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ମନୋଜ କୁମାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *