ଚମ୍ପୁଆରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ସ୍ଥାନ ଚିହ୍ନଟ

ଚମ୍ପୁଆ,୧୧।୮(ଡି.ଏନ.ଏ.)- ଚମ୍ପୁଆ ସଦର ମହକୁମାର ରାମଲାଠାରେ ନିର୍ମାଣ ହେବାକୁଥିବା କେନ୍ଦ୍ରୀୟ ବିଦ୍ୟାଳୟର ଆଶା ଚମ୍ପୁଆବାସୀଙ୍କ ମନରୁ ଲିଭିବାକୁ ବସିଥିବା ବେଳେ ଶନିବାର ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ କରାଯାଇଛି। ଫଳରେ ପୁଣି କେନ୍ଦ୍ରୀୟ ବିଦ୍ୟାଳୟର ଆଶା ଉଜ୍ଜୀବିତ ହୋଇଛି। ପ୍ରଶାସନ ଓ ବିକାଶ ପରିଷଦର ଉପସ୍ଥିତିରେ ନିରୂପଣ କରାଯାଇଥିବା ସ୍ଥାନରେ ଖୁଣ୍ଟ ପୋତା କାର୍ଯ୍ୟ ଶେଷ କରାଯାଇଛି। ଆଗାମୀ ଦିନରେ ଭୁବନେଶ୍ୱରରୁ ଏକ ଦଳ ଏହି ନିରୂପଣ ସ୍ଥାନ ପରିଦର୍ଶନ କରିବେ ବୋଲି ଜଣାପଡିଛି। ସୂଚନା ଅନୁସାରେ ୨୦୧୬-୧୭ ମସିହାରେ ଚମ୍ପୁଆରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ତତ୍କାଳୀନ ଉପଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଆବଶ୍ୟକ ଜମି ଯୋଗାଇଦେବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶ ପରେ ଚମ୍ପୁଆ ତହସିଲଦାର ନାରାୟଣ ଚନ୍ଦ୍ର ଧଳ ରାମଲାଠାରେ ଜମି ଚିହ୍ନଟ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟଠାରେ ଆରମ୍ଭ କରିବା ପାଇଁ ଆବଶ୍ୟକ ଶ୍ରେଣୀଗୃହ ଓ ଅଫିସ ଗୃହ ଯୋଗାଇ ଦେବାକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପଦ୍ମନାଭ ପ୍ରଧାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ପରେ କେତେକ ଆନୁଷଙ୍ଗିକ ଅବ୍ୟବସ୍ଥା ପାଇଁ ଏହା ଆରମ୍ଭ କରାଯାଇ ପାରି ନ ଥିଲା। ଶନିବାର ତହସିଲଦାର ଆଲୋକ କୁମାର ପଟେଲ, ବିକାଶ ପରିଷଦର ସଭାପତି ଧନୁର୍ଜୟ ଲାଗୁରୀ, ସାମାଜିକ କର୍ମୀ ଗଣେଶ ଖିଲାର, ସୁବାସ ରାମ, ରାମକୃଷ୍ଣ ଜିତ, ରେଭେନ୍ୟୁ ସୁପରଭାଇଜର ଶୁଭକାନ୍ତ କର, ରବୀନ ପ୍ରଧାନ, ଦିନେଶ ମହାନ୍ତ, ଅମିତାଭ ପ୍ରଧାନ, ଶାନ୍ତନୁ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ଥାନଟିକୁ ସିମେଣ୍ଟ ଖୁଣ୍ଟ ଦ୍ୱାରା ଚିହ୍ନଟ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଅଢେଇ ଏକର ଜମିର କିସମ ପରିବର୍ତ୍ତନ କରାଯାଇସାରିଛି ଏବଂ ଆଉ ସାଢେ ୫ ଏକର ସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଚିହ୍ନଟ ପରେ ଏହାର ଏକ ମ୍ୟାପ ରାଜ୍ୟ କାର୍ଯ୍ୟାଳୟକୁ ପଠାଯିବା ପରେ ଏକ ଦଳ ଏହି ସ୍ଥାନ ପରିଦର୍ଶନ କରିବେ ବୋଲି ତହସିଲଦାର ପଟେଲ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଭୂତ ଭୟ: ସ୍କୁଲ ହଷ୍ଟେଲ ଛାଡ଼ିଲେ ୪୦ ଛାତ୍ରୀଛାତ୍ର

କେନ୍ଦୁଝର,୧୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଭଅଁରପୁର ପ୍ରାଥମିକ ବିଦ୍ୟାଳୟର ସ୍ବଳ୍ପବ୍ୟୟ ଆବାସିକ ହଷ୍ଟେଲରେ ଅଭାବନୀୟ ଘଟଣା ଘଟିଛି। ଭୂତ ଭୟରେ ହଷ୍ଟେଲରେ ଥିବା ସମସ୍ତ...

ରାସ୍ତାରେ ଶୋଚନୀୟ ସ୍ଥିତି: ଉପଜିଲାପାଳଙ୍କ ଅଫିସ ଘେରିଲେ ମହିଳା

ଆନନ୍ଦପୁର,୧୧।୯(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୧୩ ନଂ ଓ୍ବାର୍ଡ଼ ଜଅଁରା ମଧ୍ୟ ଦେଇ ଯାଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଜଅଁରାବାସୀ ବୁଧବାର ଉପଜିଲାପାଳଙ୍କ...

ସ୍କୁଟିକୁ ଧକ୍କାଦେଲା ବୋଲେରୋ: ୩ ଗୁରୁତର

ରାଇସୁଆଁ,୨୫।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ରାଇସୁଆଁ ଓଭରବ୍ରିଜ୍‌ ନିକଟରେ ବୁଧବାର ମଧ୍ୟାହ୍ନରେ ବୋଲେରୋ ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ୩ ଜଣ...

ବାରୁଆଁ ଗାଁରୁ ଭାଲୁ ଛୁଆ ଉଦ୍ଧାର

ଆନନ୍ଦପୁର,୧୩।୮(ସ୍ବ.ପ୍ର.)-ଆନନ୍ଦପୁର ବ୍ଲକ କଂଟିପାଳ ପଞ୍ଚାୟତ ବାରୁଆଁ ଗ୍ରାମରୁ ମଙ୍ଗଳବାର ଏକ ଭାଲୁ ଛୁଆ ଉଦ୍ଧାର ହୋଇଛି। ସ୍ଥାନୀୟ ଜଙ୍ଗଲରୁ ଭାଲୁ ଛୁଆଟି ଗ୍ରାମ ମଧ୍ୟକୁ ପଶିଆସିଥିଲା।...

ଅଦିନିଆ ବର୍ଷାରେ ଯୋଡା ବେହାଲ

ଯୋଡ଼ା, ୯।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରରେ ଅଦିନିଆ ବର୍ଷା ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୋଡା ସହରରେ ଥିବା ପିଚୁ...

ଟାଙ୍ଗିଆ ବେଣ୍ଟରେ ପିଟି ସ୍ତ୍ରୀଙ୍କୁ ହତ୍ୟା

ପାଟଣା,୨୩।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟଠାରୁ ୧୯ କି.ମି. ଦୂର ଡୁମୁରିଆ ପଞ୍ଚାୟତର ଉପାନ୍ତ ଅଞ୍ଚଳ ବଣମହୁଲଡିହା ମୁଣ୍ଡା ସାହିରେ ରବିବାର ସାରେ ଏକ ଅଭାବନୀୟ...

ଡିଜେଲ ଚୋରି ଘଟଣା: ପୁଣି ୨ ଗିରଫ

ବଡ଼ବିଲ,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ପୋଲିସ ଗୁରୁବାର ଡିଜେଲ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ସଂପୃକ୍ତ ଅନ୍ୟ ୨...

ଚିକିତ୍ସାରେ ଅର୍ଥ ବାଧକ: ମୁଣ୍ଡରେ ବଢ଼ୁଛି ଟ୍ୟୁମର

ଢେଙ୍କିକୋଟ, ୩୧ା୭(ଡି.ଏନ୍‌.ଏ.)-ଚିକିତ୍ସାରେ ଅର୍ଥ ଯେମିତି ବାଧକ ସାଜିଛି। ଗରିବ ମୂଲିଆମାନେ ରୋଗ ହେଲେ ଭଗବାନଙ୍କୁ ଭରସା କରି ଜୀବନ ବିତାଉଛନ୍ତି। ଅର୍ଥ ନ ଥିଲେ ଯେତେ...

Leave a comment

Your email address will not be published. Required fields are marked *