Posted inUncategorized

ବୋତଲ ଦେଲେ ମିଳୁଛି ବସ୍‌ ଟିକେଟ

ଜାକର୍ତ୍ତା: ଲୋକେ ପ୍ଲାଷ୍ଟିକ ବୋତଲ ହେଉ ବି ଡିସ୍‌ପୋଜାଲ କପ୍‌ ଦେଇ ବସ ଟିକେଟ ନେଉଛନ୍ତି ଇଣ୍ଡୋନେସିଆରେ। ଦେଶରେ କେମିତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କମ୍‌ ହୋଇପାରିବ ସେଥିପାଇଁ ଇଣ୍ଡୋନେସିଆ ସରକାର ଏଭଳି ଏକ ବ୍ୟବସ୍ଥା କରିଛନ୍ତି। ସମୁଦ୍ରକୁ ପ୍ରଦୂଷିତ କରିବାରେ ଚାଇନା ପଛକୁ ଇଣ୍ଡୋନେସିଅ ଦୁଇ ନମ୍ବରରେ ରହିଛି। ପ୍ରତିବର୍ଷ ୮୦ ଲକ୍ଷ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମୁଦ୍ରରେ ମିଶୁଛି। ୨୦୧୬ର ଏକ ରିପୋର୍ଟ ମୁତାବକ ୨୦୫୦ ସୁଦ୍ଧା ସମୁଦ୍ରରେ ମାଛ ଓଜନଠାରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ଓଜନ ବେଶି ହୋଇଯିବ ବୋଲି ପ୍ରକାଶ ପାଇବା ପରେ ଇଣ୍ଡୋନେସିଆ ସରକାର ତପତ୍ରତା ଦେଖାଇଛନ୍ତି। କେମିତି ସମୁଦ୍ରରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ୨୦୫୦ ସୁଦ୍ଧା ୭୦ ପ୍ରତିଶତ ହ୍ରାସ କରାଯାଇପାରିବ ସେଥିପାଇଁ ଏଭଳି ପଦକ୍ଷେପ ନେଇଛନ୍ତି। ଏହି ସପ୍ତାହରେ ୧୬, ୦୦୦ ଲୋକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଦେଇ ବସ୍‌ ଟିକେଟ ନେଇଛନ୍ତି ବୋଲି ସେଠାକାର ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଟିକେଟ ପାଇଁ ତିନୋଟି ବଡ଼ ବୋତଲ, ୫ଟି ମଧ୍ୟମ ବୋତଲ କିିମ୍ବା ୧୦ଟି ପ୍ଲାଷ୍ଟିକ କପ୍‌ ଦେବାକୁ ପଡୁଛି। ଏହିି ସବୁ ବର୍ଜ୍ୟବସ୍ତୁ ଭଙ୍ଗା କିମ୍ବା ଫଟା ହୋଇନଥିବା ଦରକାର।


All Right Reserved By Dharitri.Com

Posted inUncategorized View All

ଦୁଷ୍ୟନ୍ତଙ୍କ ପାଇଁ ଖୁସି ଖବର: ଅଜୟଙ୍କୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ଭାଜପାକୁ ସମର୍ଥନ ଦେବାର ୨୪ ଘଣ୍ଟା ନ ପୁରୁଣୁ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତଙ୍କ ପାଇଁ ଆସିଛି ଖୁସି ଖବର। ତିହାର...

ରବି ଶାସ୍ତ୍ରୀ ଏନ୍‌ସିଏ ସହିତ ସମ୍ପୃକ୍ତ ରହିବେ

କୋଲକାତା, ୧ା୧୧ (ପି.ଟି.)-ରବି ଶାସ୍ତ୍ରୀଙ୍କୁ ସିନିୟର ଦଳର କୋଚ ଦାୟିତ୍ୱ ତୁଲାଇବା ବ୍ୟତୀତ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ) ସହିତ ସମ୍ପୃକ୍ତ ହେବାକୁ ପଡ଼ିବ ବୋଲି...

ରଣଜୀ ଫାଇନାଲ: ଅମ୍ପାୟର ଶାମଶୁଦ୍ଦିନଙ୍କ ପେଟରେ ବାଜିଲ ବଲ

ରାଜକୋଟ,୧୦।୩- ଏଠାରେ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ଚାଲିଥିବା ରଣଜୀ ଫାଇନାଲ ମ୍ୟାଚ୍‌ର ପ୍ରଥମ ଦିନରେ ଫିଲ୍ଡ ଅମ୍ପାୟର ସି. ଶାମଶୁଦ୍ଦିନ ଆହତ ହୋଇଛନ୍ତି। ତାଙ୍କ...

ମେନ୍ସ ଓ୍ବିଣ୍ଟର ଜ୍ୟାକେଟ୍‌

ଋତୁ ଯାହା ବି ହେଉ ସମସ୍ତେ ଷ୍ଟାଇଲିସ୍‌ ଲାଗିବାକୁ ଚାହାନ୍ତି। ହେଲେ ଶୀତଋତୁରେ ସ୍ମାର୍ଟ ଲୁକ୍‌ ମିଳିବା ମୁସ୍କିଲ ବୋଲି ଅନେକେ ଭାବନ୍ତି। କିନ୍ତୁ ଏହି...

ସାଥୀଙ୍କଠାରୁ ଦୂରେଇ ରହୁଥିଲେ କରନ୍ତୁ ଏପରି, ବନ୍ଧନ ରହିବ ଅତୁଟ

ସାଥୀଙ୍କଠାରୁ ଦୂରେଇ ରହିବା ବାସ୍ତବରେ କଷ୍ଟଦାୟକ। କିନ୍ତୁ କିଛି ଲୋକ କୁହନ୍ତି, ଦୂରତା ଦୁଇଟି ହୃଦୟକୁ ନିକଟତର କରିଥାଏ। ଆଉ କିଛି ଭାବନ୍ତି, ଯିଏ ଆଖିରୁ...

ଦଲାଲଙ୍କ ମସୁଧା

କୋରାପୁଟ ଜିଲାରେ ଚାଷୀଙ୍କ ଉତ୍ପାଦିତ ଖରିଫ ଧାନକିଣା ପାଇଁ ପ୍ରଶାସନ ୪୪ଟି ମଣ୍ଡି ସ୍ଥାପନ କରିଥିଲା। ପ୍ରଥମ ପର୍ଯ୍ୟାୟରେ ସାଢ଼େ ୧୩ ଲକ୍ଷ କୁଇଣ୍ଟାଲ ଧାନ...

ଏବେ ବି ହଲ୍‌ରେ ଫିଲ୍ମ ଦେଖିବାକୁ ଯାଉଛନ୍ତି ୯୨ ବର୍ଷୀୟ ଆଡ୍‌ଭାନୀ

ଏକଦା ରାଜନୈତିକ ଜଗତରେ ଭାଜପାର ଭୀଷ୍ମ କୁହାଯାଉଥିବା ଲାଲକୃଷ୍ଣ ଆଡ୍‌ଭାନୀ ୯୨ ବର୍ଷରେ ବି ଖୁବ୍‌ ସକ୍ରିୟ। ଦଳୀୟ କାର୍ଯ୍ୟକ୍ରମରୁ ଦୂରରେ ରହୁଥିବା ଆଡ୍‌ଭାନୀଙ୍କୁ ନିକଟରେ...

Leave a comment

Your email address will not be published. Required fields are marked *