ଖୁଣ୍ଟୁଣୀ ଆଇଟିଆଇ କଲେଜ ସମ୍ମୁଖରେ ଦୁର୍ଘଟଣା: ଦୁଇ କାର୍‌ ମୁହାଁମୁହିଁ, ୮ ଗୁୁରୁତର

ଖୁଣ୍ଟୁଣୀ,୧୦।୮(ଡି.ଏନ୍‌.ଏ.): ୫୫ନଂ ଜାତୀୟ ରାଜପଥର ଖୁଣ୍ଟୁଣୀ ଆଇଟିଆଇ କଲେଜ ସମ୍ମୁଖରେ ଶନିବାର ମଧ୍ୟାହ୍ନରେ ୨ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଆହତମାନଙ୍କ ମଧ୍ୟରେ ଢେଙ୍କାନାଳ ଆନନ୍ଦନଗରର ଦେବଯାନୀ ମହାନ୍ତି(୫୪), ସ୍ମୃତିରଞ୍ଜନ ମହାନ୍ତି, ସୌମ୍ୟ ରଞ୍ଜନ ରାୟ ଚୌଧୁରୀ, ସୌମ୍ୟରଞ୍ଜନ ରାୟ ଚୌଧୁରୀ, କାମାକ୍ଷାନଗର ଅଞ୍ଚଳର ସଞ୍ଚିତ ପ୍ରଧାନ, ଅଶୋକ ପ୍ରଧାନ ରହିଛନ୍ତି। ସେହିଭଳି ଅନ୍ୟ ଆହତଙ୍କ ପରିଚୟ ମିଳିପାରିନାହିଁ।

ସୂଚନାନୁଯାୟୀ, ଏକ ଶୁଦ୍ଧ କ୍ରିୟାରେ ଯୋଗ ଦେବାକୁ ଢେଙ୍କାନାଳରୁ ସୌମ୍ୟରଞ୍ଜନଙ୍କ ପରିବାର ସହ କାର୍‌ ଯୋଗେ ଭୁବନେଶ୍ୱର ଯାଉଥିବା ବେଳେ କଟକ ପଟୁ ଆସୁଥିବା ଅନ୍ୟ ଏକ କାର୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଖୁଣ୍ଟୁଣୀ ପୋଲିସ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।


All Right Reserved By Dharitri.Com

ଆମ୍ବୁଲାନ୍ସ ପାଖକୁ ଖଟିଆରେ ବୃଦ୍ଧାଙ୍କୁ ବୁହାଗଲା

ବଲାଙ୍ଗୀର ଅଫିସ, ୨ା୩: ବଲାଙ୍ଗୀର ସହରରେ ଜବରଦଖଲ ଏବେ ଜୀବନ ମରଣ ସମସ୍ୟା ପାଲଟିଛି ା ସହର ଭିତର ମୁଖ୍ୟ ରାସ୍ତା ସମେତ ବିଭିନ୍ନ ପଡାର...

ଶ୍ରୀମନ୍ଦିରରେ ଇନ୍ଦ୍ର, ଚନ୍ଦ୍ର, ଗୋବିନ୍ଦ ବନ୍ଦାପନା ନୀତି: ହରଚଣ୍ଡୀ ସାହିରୁ ବାହାରିଲା ଐରାବତ ହସ୍ତୀ

ପୁରୀ ଅଫିସ,୧୫।୯: ଶ୍ରୀମନ୍ଦିରରେ ଶନିବାର ଭାଦ୍ରବ ପୂର୍ଣ୍ଣିମା ନୀତି ପାଳିତ ହୋଇଛି। ଏହି ପବିତ୍ର ତିଥିରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କ ବନ୍ଦାପନା ନୀତି ସମ୍ପନ୍ନ...

୨୬ରେ ସୂର୍ଯ୍ୟପରାଗ: ବଡ଼ଦିନ ରାତିସାରା ଦର୍ଶନ ଦେବେ ମହାପ୍ରଭୁ

ପୁରୀ ଅଫିସ, ୧୮ା୧୨:ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଅଧ୍ୟକ୍ଷତା କରିଥିବାବେଳେ...

ପୁରୀରେ ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ

ପୁରୀ ଅଫିସ, ୨୬।୫: ବାତ୍ୟା ଫନୀରେ ପୁରୀ ଜିଲାରେ ହୋଇଥିବା କ୍ଷୟକ୍ଷତି ଆକଳନ ଲାଗି ପୁରୀରେ ପହଞ୍ଚିଛନ୍ତି ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ। ରବିବାର ପୂର୍ବାହ୍ନରେ ସର୍କିଟ...

ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେବା କରୁଥିବି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବରଗଡ଼ ଅଫିସ୍‌,୧୬।୪: କାଳିଆ ଯୋଜନାରେ ୪୦ଲକ୍ଷ ଚାଷୀ ଉପକୃତ ହେଲେଣି। ମାତ୍ର କେନ୍ଦ୍ରର ଭାଜପା ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଛି। କିନ୍ତୁ...

ଧନେଇ ଡ୍ୟାମରେ ବୁଡି ନାବାଳକ ମୃତ

ପୋଲସରା/ହାତୀଓଟ,୨୯ା୯- ପୋଲସରା ବ୍ଲକ ଧନେଇ ଡ୍ୟାମରେ ରବିବାର ଗାଧୋଇଯିବାବେଳେ ଗୋଡ ଖସିଯିବାରୁ ପଥରତଳେ ଚାପି ହୋଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିରିକିପଡା...

ଭିଜିଲାନ୍ସ ଜାଲରେ ରେଞ୍ଜର

ଧର୍ମଗଡ,୩୦।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବନ ବିଭାଗ ରେଞ୍ଜର ଲକ୍ଷ୍ମଣ ଶବରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଲକ୍ଷ୍ମଣଙ୍କ ପୈତୃକ ଘର ଲଡୁଗାଁ, ଶ୍ୱଶୁର ଘର...

ଶ୍ରୀଲିଙ୍ଗରାଜଙ୍କ ବିବାହ ଉତ୍ସବ: ଶ୍ୱଶୁରାଳୟ କେଦାରଗୌରୀ ମନ୍ଦିର ପକ୍ଷରୁ ପ୍ରସ୍ତୁତି

ପୁରୁଣା ଭୁବନେଶ୍ୱର,୬ା୬(ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶ୍ୱଶୁରାଳୟ କେଦାରଗୌରୀ ମନ୍ଦିର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶ୍ରୀଲିଙ୍ଗରାଜ ଏବଂ ମା’ ପାର୍ବତୀଙ୍କ ବିବାହ...

Leave a comment

Your email address will not be published. Required fields are marked *