Posted inଜାତୀୟ

ଇଦ୍‌ ପାଇଁ ପ୍ରସ୍ତୁତ ଜମ୍ମୁ-କଶ୍ମୀର: ରାଜ୍ୟପାଳ

ଶ୍ରୀନଗର,୧୦।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ନିଆଯିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଜାରି କରାଯିବା ସହ ଶହ ଶହ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ହେଲେ ଏବେ ସେଠାକାର ସ୍ଥିତି ସ୍ବାଭାବିକ ଥିବାରୁ ଜମ୍ମୁର ୫ ଜିଲାରୁ ୧୪୪ ଧାରା ଉଠାଇ ଦିଆଯାଇଛି। ଏହାସହ ଶନିବାର ଜମ୍ମୁ-କଶ୍ମୀରର ସମସ୍ତ ଶିକ୍ଷାନୁଷ୍ଠାନକୁ ଖୋଲି ଦିଆଯାଇଛି। ଅନ୍ୟପଟେ ଆଗକୁ ଇଦ୍‌ ଥିବାରୁ କିଛି ଆକ୍ରମଣ ଘଟଣା ଘଟିବାର ସମ୍ଭାବନା ଥିବାରୁ ଏବେବି ଲୋକେ ଆତଙ୍କିତ ରହିଥିବା କୁହାଯାଉଛି। ହେଲେ ଶନିବାର ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ସୂଚନା ଦେଇଛନ୍ତି କି ଜମ୍ମୁ-କଶ୍ମୀରରେ ଇଦ୍‌ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ଯେତେ ସମ୍ଭବ ଲୋକମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଲୋକେ ବିନା ଭୟରେ ଶାନ୍ତିର ସହ ଇଦ୍‌ ପାଳନ କରିବେ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ରାଜନୈତିକ ଫାଇଦା ପାଇଁ ନିଜକୁ ପଛୁଆ ବର୍ଗରେ ସାମିଲ କରିଛନ୍ତି ମୋଦି: ମାୟାବତୀ

ଲକ୍ଷ୍ନୌ,୨୮।୪: ଅଦର୍‌ ବ୍ୟାକ୍‌ଓ୍ବାର୍ଡ କ୍ଲାସ(ଓବିସି)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ସାମିଲ କରିବା ପରେ ଏବେ ଏହାକୁ ନେଇ ଉଠିଛି ଝଡ଼। ତେବେ ରାଜନୈତିକ ଫାଇଦା...

ଆଜିଠୁ ଦେଶରେ ଲାଗୁହେଲା ଏହିସବୁ ନିୟମ, ହୋଇଯାନ୍ତୁ ସତର୍କ

ନୂଆଦିଲ୍ଲୀ, ୧।୧୦: ଅକ୍ଟୋବର ୧ ଅର୍ଥାତ୍‌ ଆଜିଠୁ ଦେଶର ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ୨ ଅକ୍ଟୋବରରୁ ସାରା ଦେଶରେ ପ୍ଲାଷ୍ଟିକରୁ ପ୍ରସ୍ତୁତ ଜିନିଷ...

ସରକାରୀ ବାବୁଙ୍କୁ ଉପହାର ମନା

ଲକ୍ଷ୍ନୌ,୧।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ସରକାରୀ ବାବୁଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଆଇନ ଲାଗୁ କରିବା ଜାରି ରଖିଛନ୍ତି। ପ୍ରଥମେ ସରକାରୀ...

ମୁମ୍ବାଇ କୋଠା ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଲା, ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା ସହାୟତା

ମୁମ୍ବାଇ, ୧୭।୭: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡି ପଡି ୧୪ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ...

ଇସ୍ତଫା ଦେବା ପରେ ରିଲାକ୍ସ ମୁଡ୍‌ରେ ରାହୁଲ: ଦେଖିଲେ ଫିଲ୍ମ ‘ଆର୍ଟିକଲ-୧୫’

ନୂଆଦିଲ୍ଲୀ,୫।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ରାହୁଲ ଗାନ୍ଧୀ ଏବେ ଚର୍ଚ୍ଚାରେ ରହିଛନ୍ତି। ଇସ୍ତଫାକୁ ନେଇ ଲାଗିରହିଥିବା ବିବାଦରୁ ନିଜକୁ ଦୂରେଇ ରଖିବା...

ନୀରବ ମୋଦିଙ୍କ ୪ ସୁଇସ୍‌ ବ୍ୟାଙ୍କ ଖାତା ଅଚଳ: ଥିଲା ୨୮୩ କୋଟି ଜମା

ନୂଆଦିଲ୍ଲୀ,୨୭।୬: ପଳାତକ ଘୋଷିତ ନୀରବ ମୋଦି ଏବଂ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କର ୪ ସୁଇସ୍‌ ବ୍ୟାଙ୍କ ଖାତାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଚଳ କରି...

ବିବାହ ବେଦିରେ ପିତାଙ୍କ ମୃତଦେହ ରଖି ୭ ଘେରା ବୁଲିଲେ ପୁଅ

ଚେନ୍ନାଇ, ୧୨।୮: ତାମିଲନାଡୁର ବିଲ୍ଲୁପୁରମ୍‌ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ପିତାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବେଦି ଉପରେ ରଖି ୭ ଘେରା...

ନିର୍ବାଚନ ବେଳେ ୩,୪୪୯ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ,୨୦।୫(ପି.ଟି.): ଲୋକ ସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ଦେଶର ବିଭିନ୍ନ ସ୍ଥାନରୁ ମୋଟ ୩୪୪୯.୧୨ କୋଟି ଟଙ୍କା ମୂଲ୍ୟର ନଗଦ ଅର୍ଥ,...

Leave a comment

Your email address will not be published. Required fields are marked *