ଭାର୍ଗବୀ ବ୍ରିଜ୍‌ ଉପରେ ଦୁର୍ଘଟଣା: ପୁଅ ସାମ୍ନାରେ ବାପାଙ୍କ ଉପରେ ମାଡ଼ିଗଲା ହାଇଓ୍ବା, ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବାଳକାଟି,୧୦।୮(ଡି.ଏନ୍‌.ଏ.): ସ୍ଥାନୀୟ ଭାର୍ଗବୀ ବ୍ରିଜ୍‌ ଉପରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଳକାଟିରୁ ଭୁବନେଶ୍ୱରରୁ ଯାଉଥିବା ବେଳେ ଏକ ବାଇକ୍‌(ଓଡି-୧୩-ଏଲ୍‌-୬୮୫୫)କୁ ହାଇଓ୍ବା ପଛରୁ ଧକ୍କା ଦେବା ଫଳରେ ପୁଅଙ୍କ ସାମ୍ନାରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ବାଇକ୍‌ଟି ସୁକାନ୍ତ ନାୟକଙ୍କ ନାମରେ ରହିିଛି। ବାଲିଅନ୍ତା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ହାଇଓ୍ବା ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ପୂର୍ବାହ୍ନ ୧୧ଟା ବେଳେ ଉକ୍ତ ବ୍ରିଜ ଉପରେ ବାଇକ୍‌ରେ ବାପାପୁଅ ଯାଉଥିବା ସମୟରେ ଏକ ହାଇଓ୍ବା ଓଭରଟେକ୍‌ କରୁଥିବା ବେଳେ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ବାପା ହାଇଓ୍ବାର ପଛ ଚକା ତଳେ ପଡ଼ିଯାଇଥିଲେ। ଗାଡ଼ିଟି ତାଙ୍କର ମୁଣ୍ଡ ଏବଂ ଗୋଟିଏ ହାତ ଉପରେ ଚଢ଼ିଯାଇଥିଲା।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ହେଲେ ଦୁର୍ଘଟଣାରୁ ପୁଅ ବର୍ତ୍ତି ଯାଇଛନ୍ତି। ବାପାଙ୍କ ମୃତ୍ୟୁକୁ ନେଇ ଚକିତ ହୋଇଯାଇଥିବା ଯୋଗୁ ସେ ଠିକ୍‌ ଭାବେ କଥା କହିପାରୁନାହାନ୍ତି। ଏଣୁ ମୃତକଙ୍କ ପରିଚୟ ମିଳିପାରିନାହିଁ। ତେବେ ଏ ନେଇ ଖବର ଦିଆଯାଇଥିଲେ ସୁଦ୍ଧା ବାଲିଅନ୍ତା ପୋଲିସ ୩୦ ମିନିଟ ବିଳମ୍ବରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ହାଇଓ୍ବାରେ ନିଆଁ ଲଗାଇ ଦେଇଥିଲେ। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ଲୋକମାନେ ତାକୁ ଛାଡ଼ି ନ ଥିଲେ। ପରେ ଜୋନ-୪ ଏସିପି, ବାଲିଅନ୍ତା ଥାନା ଆଇଆଇସି ପ୍ରଦୀପ ରାଉତ ପ୍ରମୁଖ ଲୋକମାନଙ୍କୁ ବୁଝାସୁଝା କରିଥିଲେ।  ଲୋକମାନେ କ୍ଷତିପୂରଣ ଦେବା ଓ ଗାଡ଼ି ଜଳିବା ପରେ ଦମକଳବାହିନୀକୁ ଛାଡ଼ିବେ ବୋଲି କହିଥିଲେ। ଉତ୍ତେଜନା ଯୋଗୁ ଦୁଇଘଣ୍ଟା ଧରି ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଶେଷରେ ଗାଡ଼ିଟି ଜଳିବା ପରେ ଲୋକମାନେ ରାସ୍ତା ଅବରୋଧ ହଟାଇଛନ୍ତି। ଦୁର୍ଘଟଣା ପରେ ହାଇଓ୍ବା ଡ୍ରାଇଭର ନଦୀକୁ ଡେଇଁ ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି।


All Right Reserved By

ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ପାଟଣା,୮।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣି ଘାଟି ପଞ୍ଚାୟତ ଗୁଧିରାମପଡ଼ା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ବୃଦ୍ଧ ଦମ୍ପତି...

ସେପ୍ଟେମ୍ବର ୧୩ରେ ଭାଜପାର ୨ ଘଣ୍ଟିଆ ରାସ୍ତାରୋକୋ

ଆନନ୍ଦପୁର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ ନଂ. ଜାତୀୟ ରାଜପଥର ଶାଳପଡାଠାରୁ ସୁଡୁସୁଡ଼ିଆ ବାଇପାସ୍‌ ଛକ ପର୍ଯ୍ୟନ୍ତ ସର୍ଭିସ ରୋଡର ଅବସ୍ଥା ଶୋଚନୀୟ ହୋଇପଡ଼ିଛି।...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଉତ୍କଳ ବିଶ୍ୱବିଦ୍ୟାଳୟ ଗସ୍ତ,ଭିତ୍ତିଭୂମି ପରଖିବା ପରେ ସମାଧାନର ପ୍ରତିଶ୍ରୁତି

ଭୁବନେଶ୍ୱର, ୨୦-୯(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ କୋଟି କୋଟି ଟଙ୍କା ଆସୁଛି ହେଲେ ତାର ଉଚିତ୍‌ ବ୍ୟବହାର ହେଉଥିବା ପରିଲକ୍ଷିତ ହେଉନି। ବିଶ୍ୱବିଦ୍ୟାଳୟର ବିକାଶରେ ସେ...

ମଣ୍ଡିରୁ ଉଠୁନି ଧାନ, ଚାଷୀଙ୍କ ଧାରଣା

ସରଣ୍ଡା,୪।୬(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ପୂରିବାକୁ ବସିଲାଣି। ହେଲେ ଧାନ କିଣାବିକାରେ ସୁଧାର ଆସୁନାହିଁ। ମଣ୍ଡିକୁ ଧାନ ଆସୁଛି, ମାତ୍ର...

ଆକ୍ସନ ମୋଡ୍‌ରେ ଗଣଶିକ୍ଷା ମନ୍ତ୍ରୀ: ବାଲିଅନ୍ତା ବିଇଓ ଅଫିସ, ସ୍କୁଲକୁ ଅଚାନକ ଗସ୍ତ; ଅନୁପସ୍ଥିତ କର୍ମଚାରୀଙ୍କ ଗୋଟିଏ ଦିନର ଦରମା ବନ୍ଦ

ବାଳକାଟି,୧୮।୯(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର ଦାସ। ଏହା ପରଠାରୁ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ...

ଖୁଣ୍ଟାରେ ଚାଷୀ ସମାବେଶ

ଖୁଣ୍ଟା,୨୦ା୯(ଡି.ଏନ୍‌.ଏ.)- ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସ୍ଥାନୀୟ ଖୁଣ୍ଟା କଲ୍ୟାଣମଣ୍ଡପଠାରେ ଗୁରୁବାର ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଖୁଣ୍ଟା ଓ...

୩ ପ୍ରମୁଖ ଦଳର ପ୍ରଚାର ଜୋର୍‌ଦାର: ମୁଖ୍ୟ ପ୍ରସଙ୍ଗ ମେଡିକାଲ କଲେଜ

ଭଦ୍ରକ ଅଫିସ, ୨୫।୪ – ଭଦ୍ରକ ଲୋକ ସଭା ଓ ବିଧାନସଭା ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାର ଜୋର୍‌ଦାର ଚାଲିଛି। ଏଥିରୁ ବାଦ୍‌...

ଏସ୍‌ଏଚଜିରୁ ୫ ଲକ୍ଷ ଟଙ୍କା ଠକେଇ

ବାଲେଶ୍ୱର ଅଫିସ,୧୬।୭-ବାଲେଶ୍ୱର ରୂପ୍‌ସା ଥାନା ବାଖରାବାଦ ଅଞ୍ଚଳର ଶିବବାବା ଏସ୍‌ଏଚ୍‌ଜି(ସ୍ବୟଂ ସହାୟକ ଗୋଷ୍ଠୀ) ଏବଂ ଲକ୍ଷ୍ମୀନାରାୟଣ ଏସ୍‌ଏଚଜିର ସଦସ୍ୟା ଥିବା ଜଣେ ମହିଳା ୫ ଲକ୍ଷରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *