Posted inଜାତୀୟ

ଉତ୍ତର ପ୍ରଦେଶରେ ଏବେ ଔଷଧ ଦେବ ରୋବୋ

ଲକ୍ଷ୍ନୌ,୧୦।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏବେ ଉତ୍ତର ପ୍ରଦେଶରେ ହାଇଟେକ୍‌ କ୍ଲିନିକ୍‌ର ଯୋଜନା କରୁଥିବା ସୂଚନା ମିଳିଛି। ଗୋରଖପୁରର ଚିଫ୍‌ ମେଡିକାଲ ଅଫିସର ଡ. ଶ୍ରୀକାନ୍ତ ତିଓ୍ବାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ଆଗକୁ ଡାକ୍ତର ନୁହେଁ ରୋଗୀଙ୍କୁ ରୋବୋ ଔଷଧ ଦେବ। ସେ କହିଛନ୍ତି ଓପିଡିରେ ଆଉ କେହି ଡାକ୍ତର ରହିବେ ନାହିଁ। କେବଳ ନର୍ସ, ଲ୍ୟାବ ଟେକ୍ନିସିଆନ୍‌ ଓ ସ୍ବିପର ରହିବେ। ଏଠାରେ ଲାଗିଥିବା ମେଶିନ୍‌ ରୋଗୀଙ୍କ ରକ୍ତଚାପଠାରୁ ହୃଦସ୍ପନ୍ଦନ ପର୍ଯ୍ୟନ୍ତ ସବୁକୁ ଯାଞ୍ଚ କରିବ। ଏହାପରେ ଡାକ୍ତର ଟେଲିକନଫରେନ୍ସିଂ ଜରିଆରେ ରୋଗୀଙ୍କ ସହ କଥା ହେବେ। ସେଠାରେ ଥାଇ ଡାକ୍ତର ସ୍କ୍ରିନ୍‌ ମାଧ୍ୟମରେ ରିପୋର୍ଟ ଦେଖିନେବେ। ଏହାପରେ ଡାକ୍ତର ଯେଉଁ ଔଷଧ କହିବେ ତାହା ମେଶିନ ବା ରୋବୋ ଯୋଗାଇ ଦେବ। ଏକ ମଲ୍ଟି ନ୍ୟାଶନାଲ କମ୍ପାନୀ ସହାୟତାରେ ଏହା ଆରମ୍ଭ କରାଯାଇଥିବା ବେଳେ ପ୍ରଥମେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଏହା ୧୦ଟି ପିଏଚ୍‌ସିରେ ଲାଗିବ ବୋଲି ଜଣାପଡିଛି।


All Right Reserved By Dharitri.Com

ଇତିହାସ ପାଲଟିବ ମିଗ୍‌-୨୭: ବାୟୁସେନାରୁ ନେବ ବିଦାୟ

ଯୋଧପୁର,୨୬।୧୨: ଡିସେମ୍ବର ୨୭ ପରେ ଯୁଦ୍ଧ ବିମାନ ମିଗ୍‌-୨୭ ଇତିହାସ ପାଲଟିବ। ଭାରତୀୟ ବାୟୁସେନାରୁ ମିଗ୍‌-୨୭ ଯୁଦ୍ଧ ବିମାନକୁ ବିଦାୟ ଦିଆଯିବ। ଶେଷଥର ପାଇଁ ଏହା...

ପାକିସ୍ତାନକୁ ପିଓକେ ବଦଳରେ ଟମାଟୋ ଦେବାକୁ ଅଫର୍‌ ଦେଲେ କୃଷକ

ନୂଆଦିଲ୍ଲୀ,୨୪।୧୧: ପାକିସ୍ତାନରେ ଏବେ ଟମାଟୋ ଦର ଆକାଶ ଛୁଆଁ ହୋଇଛି। ଏବେ ସେଠାରେ ଟମାଟୋ କିଲୋ ପିଛା ଦର ୪ଶହ ଟଙ୍କାରେ ପହଞ୍ଚିଛି। ଏତିକି ବେଳେ...

ମହାରାଷ୍ଟ୍ରରେ ଛିଣ୍ଡିଲା ଆସନ ଭାଗବଣ୍ଟା :ଭାଜପା ୧୪୪, ଶିବସେନା ୧୨୬

ନୂଆଦିଲ୍ଲୀ,୨୭।୯:ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ଓ ଶିବସେନା ଏକାଠି ମିଶି ନିର୍ବାଚନ ଲଢୁଥିବାବେଳେ ଗୁରୁବାର ଏମାନଙ୍କ ମଧ୍ୟରେ ଆସନ ଭାଗବଣ୍ଟା ଛିଡ଼ିଛି। ମୋଟ ୨୮୮ ଆସନ...

୨୦୧୮-୧୯ରେ ୭୧,୫୪୩ କୋଟିର ବ୍ୟାଙ୍କ ଠକେଇ

ମୁମ୍ବାଇ,୨୯-୮: ଦେଶରେ ଗତ ଆର୍ଥିକ ବର୍ଷ ବ୍ୟାଙ୍କ ଠକେଇ ମାମଲା ବାର୍ଷିକ ଆଧାରରେ ୧୫% ବୃଦ୍ଧି ପାଇଛି। ଏହି ସମୟରେ ଠକେଇ ପରିମାଣ ୭୩.୮% ବଢ଼ି...

୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ସେନା ଯବାନଙ୍କୁ ପୋଷାକ-ଖାଦ୍ୟ ସାମଗ୍ରୀ ମିଳିବାରେ ହୋଇଥିଲା ଅନିୟମିତତା: ସିଏଜି ରିପୋର୍ଟ

ନୂଆଦିଲ୍ଲୀ,୪।୨: ଦେଶର ସୁରକ୍ଷା ସେନା ଯବାନଙ୍କ ହାତରେ ରହିଛି। ତେବେ ସେମାନଙ୍କୁ ମଧ୍ୟ ୩ ବର୍ଷ ଧରି ନିୟମିତ ପୋଷାକ ଏବଂ ଆବଶ୍ୟକ ଖାଦ୍ୟ ସାମଗ୍ରୀ...

ରାମ ନବମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୪: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ନବମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ରାଷ୍ଟ୍ରପତି ରାମଙ୍କ ସଦ୍‌ଗୁଣ...

ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ,୬।୧୨: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ରାଜ୍ୟରେ କାର୍ଯ୍ୟରତ ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ୟୁନିଫର୍ମ ସଫା କରିବାକୁ...

ମହାରାଷ୍ଟ୍ରରେ ଆଦିବାସୀ ମହିଳା ଚଲାଇବେ ସରକାରୀ ବସ୍‌

ପୁଣେ,୨୪।୮: ମହାରାଷ୍ଟ୍ର ସରକାର ଏବେ ଆଦିବାସୀ ମହିଳାମାନଙ୍କୁ ସଶକ୍ତ କରିବାକୁ ଚାହୁଁଛନ୍ତି। ଆଦିବାସୀ ମହିଳାଙ୍କୁ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ(ଏମ୍‌ଏସ୍‌ଟିଆର୍‌ସି) ବସ୍‌ ଚଳାଇବାକୁ ଏଣିକି...

Leave a comment

Your email address will not be published. Required fields are marked *