Posted inଜାତୀୟ

୫ ବର୍ଷରେ ମୋଦିଙ୍କ ପ୍ରଥମ ଖବରଦାତା ସମ୍ମିଳନୀ: ପୂର୍ଣ୍ଣ ବହୁମତ ସହ ଫେରିବ ଭାଜପା

ନୂଆଦିଲ୍ଲୀ,୧୭।୫:୨୦୧୯ ସାଧାରଣ ନିର୍ବାଚନର ସପ୍ତମ ତଥା ଚୂଡାନ୍ତ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଛି। ଆସନ୍ତା ରବିବାର ୧୯ରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଲୋକ ସଭା ନିର୍ବାଚନ ପ୍ରଚାରର ଶେଷଦିନରେ ଭାଜପା କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଖବରଦାତା ସମ୍ମିଳନୀ କରିଛନ୍ତି। ପ୍ରଧାନମନ୍ତ୍ରୀ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ଦଳ ପୁଣି ପୂର୍ଣ୍ଣ ବହୁମତ ସରକାର ହୋଇ କ୍ଷମତାକୁ ଫେରୁଛି। ସେ କହିଛନ୍ତି, ଦେଶରେ ଯଦି ସକ୍ଷମ ସରକାର ରହେ ତେବେ ରମଜାନ, ଆଇପିଏଲ ଓ ଏକା ସମୟରେ ନିର୍ବାଚନ ହୋଇଥାଏ। ପିଲାଙ୍କ ପରୀକ୍ଷା ମଧ୍ୟ ସେହି ସମୟରେ ହୋଇପାରିବ। ମୋଦି କହିଛନ୍ତି ଯେ, ଆମ ସରକାରର ମୂଳ ମନ୍ତ୍ର ହେଲା ଶେଷ ଲୋକଟି ଯାଏ ଶାସନ ପହଞ୍ଚୁ। ସଂଗଠନ ନେଇ କେମିତି ନିର୍ବାଚନ ଲଢାଯାଏ, ଆମେ ଦେଖାଇଛୁ। ଆମେ ସମ୍ପୂର୍ଣ୍ଣ ଯୋଜନା କରି ସଭା ସମିତି ଓ ପ୍ରଚାର କରିଥିଲୁ। ଗତ ପାଞ୍ଚ ବର୍ଷରେ ଦେଶରେ ଯେତେ ସବୁ ନିର୍ବାଚନ ହୋଇଛି ଅଧିକାଂଶ ନିର୍ବାଚନରେ ଆମେ ବିଜୟୀ ହୋଇଛୁ। ପ୍ରଥମ ଦିନର ଉତ୍ସାହ ଆଜି ଶେଷ ଦିନରେ ମଧ୍ୟ ବଜାୟ ରହିଛି। ଗତ ଥର ନିର୍ବାଚନ ଏକ ସକାରାତ୍ମକ ବାତାବରଣ ମଧ୍ୟରେ ହୋଇଥିଲା। ଏବେ ପୂର୍ଣ୍ଣ ବହୁମତ ସରକାର ପାଞ୍ଚ ବର୍ଷ ପୂରଣ କରି ପୁନର୍ବାର ସରକାର ଗଠନ କରିବାକୁ ଯାଉଛି, ଯାହା କି ଦୀର୍ଘ ଦଶନ୍ଧି ପରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି, ଯାହା ଆମ ପାଇଁ ବହୁତ ବଡ଼ ସଫଳତାର ବିଷୟ ହେବ ବୋଲି ସେ କହିଛନ୍ତି। ଗତ ୫ ବର୍ଷ ଧରି ଦେଶବାସୀ ତାଙ୍କ ଉପରେ ବିଶାସ ପ୍ରକଟ କରିଥିବାରୁ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୧୪ ମେ’ ୧୭ ତାରିଖରେ କ୍ଷମତାଲୋଭୀଙ୍କୁ ବହୁତ ବଡ଼ ଆଘାତ ଲାଗିଥିଲା। ଚଳିତ ବର୍ଷ ମଧ୍ୟ ମେ’ ୧୭ରେ ପୁଣି କ୍ଷମତାଲୋଭୀଙ୍କୁ ଧକ୍କା ଲାଗିବାକୁ ଯାଉଛି ।


All Right Reserved By

ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ନୂଆ ମୋଟରଯାନ ନିୟମ: ମମତା

କୋଲକାତା,୧୧।୯: ସମଗ୍ର ଦେଶରେ ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ନିୟମ ଲାଗୁ ହୋଇଛି। ନୂତନ ନିୟମ ଅନୁସାରେ ଟ୍ରାଫିକ ନିୟମ ଉଲଂଘନ ଓ ଜରୁରୀ କାଗଜପତ୍ର...

ଋତୁପର୍ଣ୍ଣାଙ୍କୁ ଇଡି ସମନ

କୋଲକାତା,୧୧ା୭(ପି.ଟି.): ରୋଜଭ୍ୟାଲି ଚିଟ୍‌ଫଣ୍ଡ ନୁର୍ଦୀନି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପରଷ୍ଟାର ପ୍ରୋସେନ୍‌ଜିତ ଚାଟାର୍ଜିଙ୍କକୁ ସମନ କରିବାର ଦିନକ ପରେ ବୁଧବାର ବଙ୍ଗଳା...

ଭୋପାଳରେ ପୂଜା ହେବେନି ୬ ଫୁଟ୍‌ରୁ ଊର୍ଦ୍ଧ୍ୱ ଉଚ୍ଚତାର ଦୁର୍ଗାମୂର୍ତ୍ତି

ଭୋପାଳ,୧୬।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଖଟଲାପୁରରେ ଗତ ଗଣେଶ ପୂଜା ସମୟରେ ହୋଇଥିବା ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ସରକାର ଏବେ ଏକ ବଡ ନିଷ୍ପତ୍ତି ନେଇଛନ୍ତି।...

ଭାଜପା ୧୬୫ ଏବଂ କଂଗ୍ରେସ ୮୬ରେ ଆଗୁଆ

ନୂଆଦିଲ୍ଲୀ, ୨୩।୫: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ସକାଳ ୮ଟା ୪୫ ସୁଦ୍ଧା ଭାଜପା ୧୬୫...

ଦିଲ୍ଲୀର ପୂର୍ବତନ ଭାଜପା ଅଧ୍ୟକ୍ଷ ମାନଗେ ରାମ ଗର୍ଗଙ୍କ ପରଲୋକ

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀର ପୂର୍ବତନ ଭାଜପା ଅଧ୍ୟକ୍ଷ ଥିବା ମାନଗେ ରାମ ଗର୍ଗଙ୍କ ପରଲୋକ ହୋଇଛି। ରବିବାର ସକାଳ ୭ଟା ୩୦ରେ ତାଙ୍କର ପରଲୋକ ହୋଇଥିବା ସୂଚନା...

ରଜନୀକାନ୍ତଙ୍କ ଡାହାଣ ତର୍ଜନୀରେ କାଳିଚିହ୍ନ

ଚେନ୍ନାଇ,୨୦ା୪ : ଅଭିନେତାରୁ ରାଜନେତା ସାଜିଥିବା ରଜନୀକାନ୍ତ ଗୁରୁବାର ଚେନ୍ନାଇର ଷ୍ଟେଲା ମାରିସ୍‌ କଲେଜକୁ ଭୋଟ ଦେବାକୁ ଯାଇଥିଲେ। ନିୟମ ଅନୁସାରେ ଭୋଟ ଦେବା ପୂର୍ବରୁ...

ଏଲ୍‌ଓସିରେ ପାକ୍‌ ସେନାର ଏଫ୍‌ଏମ୍‌ ଟ୍ରାନ୍ସମିଶନ ଷ୍ଟେଶନ: ଆତଙ୍କବାଦୀଙ୍କ ସହ କୋଡ୍‌ରେ ଯୋଗସୂତ୍ର

ନୂଆଦିଲ୍ଲୀ,୧୨ା୯(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରରେ ଆକ୍ରମଣ ଘଟାଇ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ପାକିସ୍ତାନୀ ସେନା ଉପତ୍ୟକାରେ ଥିବା ଆତଙ୍କବାଦୀମାନଙ୍କୁ ଏଥିଲାଗି ଉସୁକାଉଛି। ସେମାନଙ୍କ...

କର୍ନାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ଜ୍ୱାଇଁ ନିଖୋଜ: ଥିଲା ୭ ହଜାର କୋଟି ଋଣ ବୋଝ

ବେଙ୍ଗାଲୁରୁ,୩୦।୭: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ଜ୍ୱାଇଁ କେଫ୍‌ କଫି ଡେର ମାଲିକ ଭିି.ଜି. ସିଦ୍ଧାର୍ଥ ନିଖୋଜ ହୋଇଯାଇଛନ୍ତି। ତାଙ୍କର ସନ୍ଧାନରେ ପୋଲିସ ପକ୍ଷରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *