Posted inଖେଳ

ଗେଲ୍‌ଙ୍କ ପ୍ରତି ନାହିଁ ସହାନୁଭୂତି

ପୋର୍ଟ ଅଫ୍‌ ସ୍ପେନ,୧୦।୮- ଗତ ବିଶ୍ୱକପ୍‌ରେ ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ଅବସର ନେବେ ବୋଲି ଘୋଷଣା କରିଥିଲେ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌। ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଗେଲ୍‌ଙ୍କ ଜନ୍ମସ୍ଥାନ ଜାମାଇକାର ସାବିନା ପାର୍କଠାରେ ଖେଳାଯିବା କାର୍ଯ୍ୟକ୍ରମ ଅଛି। ଏହାସତ୍ତ୍ୱେ ୩୯ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କୁ ଟେଷ୍ଟ ଦଳରେ ସ୍ଥାନ ଦିଆଯାଇ ନାହିଁ। ଏହା ଦର୍ଶାଉଛି, ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ଗେଲ୍‌ଙ୍କ ପ୍ରତି କୌଣସି ସହାନୁଭୂତି ନାହିଁ। ପୋର୍ଟ ଅଫ୍‌ ସ୍ପେନ୍‌ଠାରେ ବୁଧବାର ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଦିନିକିଆ ସିରିଜ୍‌ର ଅନ୍ତିମ ତଥା ୩ୟ ମ୍ୟାଚ୍‌ ଖେଳାଯିବ। ଏହା ବାମହାତୀ ବ୍ୟାଟ୍ସମ୍ୟାନଙ୍କ କ୍ୟାରିୟରର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ହୋଇପାରେ। ୨୦୧୪ ସେପ୍ଟେମ୍ବରରେ ଅନ୍ତିମ ଟେଷ୍ଟ ଖେଳିଥିବା ବାମହାତୀ ଓପନର କ୍ୟାରିୟରରେ ୧୦୩ ଟେଷ୍ଟ ଖେଳିଛନ୍ତି। ୧୫ ଶତକ ସହ ୭,୨୧୪ ରନ୍‌ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୩୩୩।


All Right Reserved By Dharitri.Com

Posted inଖେଳ View All

ଗୋଥାମ୍‌ଙ୍କ ହ୍ୟାଟ୍ରିକ: ଓ୍ବେଷ୍ଟଇଣ୍ଡିଜ-ଏ ୧୯୪ରେ ସୀମିତ

ତରୌବା (ତ୍ରିନିଦାଦ ଆଣ୍ଡ୍‌ ଟବାଗୋ), ୮।୮ (ପି.ଟି.)- ଅଫ୍‌-ସ୍ପିନର କ୍ରିଷ୍ଣାପ୍ପା ଗୋଥାମଙ୍କ ହ୍ୟାଟ୍ରିକ ଉଇକେଟ୍‌ ସଫଳତା ବଳରେ ଭାରତ-ଏ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ...

ଅଷ୍ଟ୍ରେଲିଆ ଦଳକୁ ବାନକ୍ରଫ୍ଟ,ବ୍ରୁନ୍ସଙ୍କ ପ୍ରତ୍ୟାବର୍ତ୍ତନ

ସିଡ୍‌ନୀ, ୧୪।୧୧ (ଏଏଫ୍‌ପି)- ପାକିସ୍ତାନ ବିପକ୍ଷ ଆଗାମୀ ୨ ମ୍ୟାଚ୍‌ବିଶିଷ୍ଟ ସିରିଜ ଲାଗି ଗୁରୁବାର ଘରୋଇ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ଗତ ଆଶେସ ସିରିଜରେ...

ରାଜସ୍ଥାନ ରୟାଲ୍ସରୁ ଭଲ ଲାଭ ମିଳିବ: ଓ୍ବର୍ନ

ମେଲବୋର୍ନ,୮।୧୨(ପି.ଟି.)-ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସ୍ପିନର ଶେନ୍‌ ଓ୍ବାର୍ନଙ୍କ ୦.୭୫ ପ୍ରତିଶତ ମାଲିକାନା ରହିଛି। ୨୦୦୮ପରେ ଅବସର ନେବା ପରେ ତାଙ୍କୁ...

ଫାଙ୍କା ଷ୍ଟାଡିୟମରେ ମଜା ଆସିବନି: କୋହଲି

ନୂଆଦିଲ୍ଲୀ,୮।୫(ପି.ଟି.): କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଦର୍ଶକଙ୍କ ଉପସ୍ଥିତି ବିନା ଷ୍ଟାଡିୟମରେ କ୍ରିକେଟ ଖେଳାଯାଇ ପାରିବ। କିନ୍ତୁ ଏଥିରେ ମଜା ରହିବ...

ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ଭୁବନେଶ୍ୱର, ୧।୧୦ (କ୍ରୀଡ଼ା ପ୍ରତିନିଧି)- ବଲାଙ୍ଗୀର ଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ବଲାଙ୍ଗୀରର ମନୋହରପୁରସ୍ଥିତ ରିଜର୍ଭ ପୋଲିସ ଇନ୍‌ଡୋର ହଲ୍‌ରେ ୪ର୍ଥ ଆର.ଏନ. ସିଂ...

ଫନ୍‌ ଫିଟ୍‌ନେସ ଚ୍ୟାଲେଞ୍ଜ

ବେଙ୍ଗାଲୁରୁ, ୨୨।୪ – କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଥିବା ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଭାରତୀୟ ମହିଳା...

ରାଜ୍ୟ ଆଥଲେଟିକ୍‌ ମିଟ୍‌ କଟକ ଚାମ୍ପିୟନ, ସୁନ୍ଦରଗଡ଼ ରନର୍ସଅପ୍‌

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)- କଟକ ବାରବାଟୀ ଷ୍ଟାଡିୟମରେ ରାଜ୍ୟ ଆଥଲେଟିକ୍‌ ମିଟ୍‌ର ୬୭ତମ ସଂସ୍କରଣ ସୋମବାର ଉଦ୍‌ଯାପିତ ହୋଇଛି। ଏଥିରେ କଟକ ଦଳ ୫୫୭ ପଏଣ୍ଟ...

କରୋନା ଆତଙ୍କ: ପ୍ରଭାବିତ ହୋଇଥିବା କ୍ରୀଡ଼ା ଇଭେଣ୍ଟ ତାଲିକା

ନୂଆଦିଲ୍ଲୀ, ୧୫।୩ (ପି.ଟି.)- ଭାରତ ତଥା ସାରା ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣ ଯୋଗୁ କ୍ରୀଡ଼ା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ଭାଇରସ୍‌...

Leave a comment

Your email address will not be published. Required fields are marked *