Posted inଜାତୀୟ

ଲୋପ ପାଇବାକୁ ବସିଛି ଭାରତର ୧୯୭ ଭାଷା

ନୂଆଦିଲ୍ଲୀ,୧୦।୮: ଭାରତର ୧୯୭ ଭାଷା ଲୋପ ପାଇବାକୁ ବସିଛି। ସେଥିମଧ୍ୟରୁ ୧୦ଟି ବିଭିନ୍ନ ଭାଷା ସମ୍ପର୍କରେ ମାତ୍ର ଶହେ ଜଣେ ସୂଚନା ପ୍ରଦାନକାରୀ ରହିଛନ୍ତି। ଏସବୁ ଭାଷା ଆଉ ବ୍ୟବହାର କରାଯାଉନି। ଏନେଇ ୟୁନେକ୍ସୋ ଭାଷା ଆଟଲାସ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ସମ୍ପ୍ରତି ପୃଥିବୀରେ ପ୍ରାୟ ୭ ହଜାର ଭାଷା ରହିଛି। ସେହିପରି ଭାରତରେ ଏବେ ୪୫୦ ଭାଷା ରହିଛି। ତେବେ ସେଥିମଧ୍ୟରୁ ୧୯୭ଟି ଭାଷାର ବ୍ୟବହାର ଆଉ ଲୋକେ କରୁ ନାହାନ୍ତି। ଏସବୁ ଭାଷାରେ କଥାବାର୍ତ୍ତା ଧୀରେଧୀରେ କମିବାରେ ଲାଗିଛି। ଭୌଗୋଳିକ ସ୍ଥିତି ଆଧାରରେ ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାଷାରେ କଥାବାର୍ତ୍ତା କରାଯାଇଥାଏ। ଏହାକୁ ନେଇ ସମ୍ପୃକ୍ତ ସ୍ଥାନର ଚାଲିଚଳଣ ମଧ୍ୟରେ ବି ତୁଳନାତ୍ମକ ପାର୍ଥକ୍ୟ ଦେଖିବାକୁ ମିଳିଥାଏ। ମାତ୍ର ଭାଷା ଲୋପ ପାଇଲେ ଚାଲିଚଳଣି ମଧ୍ୟ ହଜିଯାଇଥାଏ। ଲୋପ ପାଇବାକୁ ବସିଥିବା ଭାରତୀୟ ଭାଷା ମଧ୍ୟରେ ଅହୋମ, ଏଣ୍ଡ୍ରୋ, ରଙ୍ଗକାସ, ସେଙ୍ଗମଇ, ତୋଲଚା ଆଦି ରହିଛି। ଏସବୁ ଭାଷା ହିମାଳୟ ପାର୍ବତ୍ୟାଞ୍ଚଳରେ ଲୋକମାନେ ବ୍ୟବହାର କରିଥାନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


All Right Reserved By Dharitri.Com

ସମସ୍ତ ସରକାରୀ ସ୍କୁଲରେ ଶନିବାର ହେବ ନୋ ବ୍ୟାଗ୍‌ ଡେ’: ଗେହଲଟ

ଜୟପୁର,୨୦।୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁରୁବାର ତାଙ୍କ କାର୍ଯ୍ୟକାଳର ଦ୍ୱିତୀୟ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଥମେ ସେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ କଥା...

ଧରାପଡିଲେ ୪ ଆତଙ୍କବାଦୀ

ଶ୍ରୀନଗର, ୭।୧୧: ଜମ୍ମୁ-କଶ୍ମୀରର ସୋପାରରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଗୁରୁବାର ୪ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସୋପାରରେ ସେମାନେ ବଡ ଆକ୍ରମଣ ଯୋଜନା...

ଥାନା ବାହାରେ ୪ଘଣ୍ଟା ଧାରଣାରେ ବସିଲେ ମୋଦିଙ୍କ ଭାଇ

ଜୟପୁର, ୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଥାନା ଆଗରେ ପାଖାପାଖି ୪ଘଣ୍ଟା ଧାରଣାରେ ବସିଛନ୍ତି। ପୋଲିସ ସୁରକ୍ଷା ଯୋଗାଇ ନ ଦିଆଯିବାରୁ...

ଟ୍ରଷ୍ଟରୁ ବାଦ୍‌ ପଡ଼ିବାରୁ ନୃତ୍ୟଗୋପାଳ କ୍ଷୁବ୍ଧ

ଅଯୋଧ୍ୟା,୮ା୨(ପି.ଟି.): ରାମ ଜନ୍ମଭୂମି ନ୍ୟାସ ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ନବଗଠିତ ରାମମନ୍ଦିର ଟ୍ରଷ୍ଟରୁ ବାଦ୍‌ ପଡ଼ିବା ପରେ କ୍ଷୁବ୍ଧ ହୋଇଛନ୍ତି। ତାଙ୍କୁ ମନାଇବା ପାଇଁ...

କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷ ହେବାକୁ ସୋନିଆ ମନାକଲେ

ନୂଆଦିଲ୍ଲୀ,୧୨।୭:ଲୋକ ସଭା ନିର୍ବାଚନରେ ପରାଜୟ ପାଇଁ ନିଜକୁ ଦାୟୀ କରି ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ କେତେଜଣ ବରିଷ୍ଠ ନେତା...

୫୯ ନୂଆ ଜିଲା ଅଧ୍ୟକ୍ଷ ନିଯୁକ୍ତ କଲା ଭାଜପା

ଲକ୍ଷ୍ନୌ,୨୮।୧୧: ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ୫୯ ନୂଆ ଜିଲା ଅଧ୍ୟକ୍ଷଙ୍କୁ ନିଯୁକ୍ତ କରିଥିବା ସୂଚନା ମିଳିଛି। ଏଥିରେ ନୂଆ ତଥା ଯୁବ ଚେହେରାଙ୍କୁ...

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ, ଠିକ୍‌ ସମୟରେ ନିଷ୍ପତ୍ତି ନେବ କଂଗ୍ରେସ: ଅଶୋକ ଚୌହାନ

ମୁମ୍ବାଇ,୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ବହୁମତରେ ବିଜୟ ଲାଭ କଲେ ସତ। ହେଲେ ଏପର୍ଯ୍ୟନ୍ତ ସରକାର ଗଠନ କରିପାରୁ...

‘ରିସାଟ୍‌-୨ବି’ ଉତ୍‌କ୍ଷେପଣ ସଫଳ

ଶ୍ରୀହରିକୋଟା(ଆନ୍ଧ୍ରପ୍ରଦେଶ),୨୩ା୫: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଏଠାରେ ବୁଧବାର ରିସାଟ୍‌-୨ବି ଉପଗ୍ରହର ସଫଳ ଉତ୍‌କ୍ଷେପଣ କରାଯାଇଛି। ପୃଥିବୀ ପର୍ଯ୍ୟବେକ୍ଷଣକାରୀ ଏହି ଉପଗ୍ରହ ଲଞ୍ଚ୍‌...

Leave a comment

Your email address will not be published. Required fields are marked *