Posted inଜାତୀୟ

ନୋଟିସ୍‌ର ଜବାବ ପରେ ସାଧ୍ୱୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଅମିତ ଶାହା

ନୂଆଦିଲ୍ଲୀ,୧୭।୫: ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସାଧ୍ୱୀ ପ୍ରଜ୍ଞାଙ୍କ ବୟାନକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଅମିତ ଶାହା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୋଡସେ-ଗାନ୍ଧୀଙ୍କ ବୟାନ ଦେଇଥିବା ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଅନନ୍ତ କୁମାର ହେଗଡେ, ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବଂ ନଳୀନ କଟିଲଙ୍କୁ ନୋଟିସ ଜାରି କରାଯାଇଛି। ଶାହା କହିଛନ୍ତି ଯେ, ଭାଜପାର ଏହି ନେତାମାନେ ସେମାନଙ୍କ ବୟାନ ଫେରାଇ ନେବା ସହ ଏଭଳି ଅପ୍ରୀତିକର ବୟାନ ଉପରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ସତ୍ୱେ ଭାଜପାର ଗରିମା ଓ ବିଚାରଧାରା ବିପରୀତ ବୟାନକୁ ଦଳ ଗମ୍ଭୀରତାର ସହ ନେଇଛି। ସାଧ୍ୱୀଙ୍କ ବୟାନ ବିରୋଧରେ ନିର୍ଣ୍ଣୟ ନେବା ପାଇଁ ବୟାନ ଗୁଡିକୁ ଦଳର ଅନୁଶାସନ ସମିତିକୁ ପଠାଇ ଦିଆଯାଇଛି। ଅନୁଶାସନ ସମିତି ୩ ନେତାଙ୍କୁ ଜବାବ ତଲବ କରି ୧୦ ଦିନ ମଧ୍ୟରେ ରିପୋର୍ଟ ଦଳକୁ ଦେବ। ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶାହା ସୂଚନା ଦେଇଛନ୍ତି ।


All Right Reserved By

ମୁଖ୍ୟମନ୍ତ୍ରୀ ପଦ ପ୍ରତ୍ୟେକ ଦିନ ମୋ ପାଇଁ ଶେଷଦିନ, ଏମିତି କହି କାନ୍ଦିଲେ କୁମାରସ୍ବାମୀ

ମାଣ୍ଡ୍ୟା,୧୬।୪: ନିର୍ବାଚନ ପ୍ରଚାର ସମୟରେ ନେତାମାନେ ଭାବୁକ ହୋଇ ଭୋଟରଙ୍କ ସମର୍ଥନ ଲୋଡ଼ିବା କୌଣସି ବଡ଼ କଥା ନୁହେଁ। ବହୁଥର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦି...

ମୋଦିଙ୍କ ପାଇଁ ନିଆରା ଉପହାର

ନୂଆଦିଲ୍ଲୀ, ୨।୬: ୨୦୧୪ ଲୋକ ସଭା ନିର୍ବାଚନଠାରୁ ଚା’ରେ ଚର୍ଚ୍ଚା ଏତେ ମାତ୍ରାରେ ବ୍ୟାପିଛି ଯେ, ଯାହା ଆଜି ପର୍ଯ୍ୟନ୍ତ ଥମିନି। ଚା’କୁ ନେଇ ଚର୍ଚ୍ଚା,...

ମହଙ୍ଗା ପଡିଲା ମନ୍ତବ୍ୟ: ସିଦ୍ଧୁଙ୍କ ବିରୋଧରେ ବାହାରିଲେ ୬ ମନ୍ତ୍ରୀ

ଜଳନ୍ଧର, ୨୨।୫:  ଭାଜପା ଛାଡି କଂଗ୍ରେସ ଯୋଗଦେବା ପରେ ବି ନବଜୋତ ସିଂହ ସିଦ୍ଧୁଙ୍କ ପିଛା ଛାଡୁନି ବିବାଦ। ଏହି ପୂର୍ବତନ କ୍ରିକେଟର ତଥା ପଞ୍ଜାବ...

କର୍ନାଟକରେ ଖୁବ୍‌ଶୀଘ୍ର ହେବ ନିର୍ବାଚନ: କୁମାରସ୍ବାମୀ

ବେଙ୍ଗାଲୁରୁ,୪।୮: କର୍ନାଟକରେ ଭାଜପା ଶାସନ କ୍ଷମତା ହାତକୁ ନେଇଥିବା ବେଳେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍‌) ନେତା ଏଚ୍‌ଡି କୁମାରସ୍ବାମୀ କହିଛନ୍ତି କର୍ନାଟକରେ ଭାଜପା...

ରାଜନୈତିକ ଫାଇଦା ପାଇଁ ନିଜକୁ ପଛୁଆ ବର୍ଗରେ ସାମିଲ କରିଛନ୍ତି ମୋଦି: ମାୟାବତୀ

ଲକ୍ଷ୍ନୌ,୨୮।୪: ଅଦର୍‌ ବ୍ୟାକ୍‌ଓ୍ବାର୍ଡ କ୍ଲାସ(ଓବିସି)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ସାମିଲ କରିବା ପରେ ଏବେ ଏହାକୁ ନେଇ ଉଠିଛି ଝଡ଼। ତେବେ ରାଜନୈତିକ ଫାଇଦା...

ହରିୟାଣାରେ ମୃଦୁ ଭୂକମ୍ପ

ସୋନିପତ,୨୦।୭: ହରିୟାଣାର ସୋନିପତରେ ଶନିବାର ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୭ଟା ୪୫ରେ ଭୂକମ୍ପ ହୋଇଥିବା ବେଳେ ସେଠାକାର ଲୋକେ ଭୟଭୀତ ହୋଇ...

ପ୍ରାର୍ଥୀପତ୍ର ଦାଖଲ କଲେ ଗୃହମନ୍ତ୍ରୀ

ଲକ୍ଷ୍ନୌ,୧୬।୪: କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଲକ୍ଷ୍ନୌ ଲୋକସଭା ଆସନର ଭାଜପାର ଆଶାୟୀ ପ୍ରାର୍ଥୀ ରାଜନାଥ ସିଂହ ମଙ୍ଗଳବାର ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାଜନାଥ ସିଂହ...

୩୭୦ ଉଚ୍ଛେଦକୁ ସମର୍ଥନ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୮।୮:ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ଦୁଇ ଫାଳ ହୋଇଯାଇଛି। କିଛି ନେତା ଏହାକୁ ସମର୍ଥନ କରୁଥିଲାବେଳେ ଆଉ କିଛି ନେତା ଏହାକୁ ବିରୋଧ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *