ବରୀ ବ୍ଲକର: ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ

ବରୀ,୧୦।୮(ସ୍ବ.ପ୍ର.): ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲା ବରୀ ବ୍ଲକରେ ୨୧୮ ବିଦ୍ୟାଳୟରେ ୧ା୧ା୨୦୧୧ରୁ ରେଗୁଲାର ହୋଇଥିବା ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କର ସାର୍ଟିଫିକେଟ ଯାଞ୍ଚପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଯାଞ୍ଚ ପ୍ରକ୍ରିୟା ଗତ ୫ ତାରିଖରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ମଙ୍ଗଳବାର ଶେଷ ହେବ। ଶୁକ୍ରବାର ସୁଦ୍ଧା ୧୫୫ ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କର ସାର୍ଟି ଫିକେଟ ଯାଞ୍ଚ କରାଯାଇଛି। ମୋଟ ୨୪୩ ଜଣଙ୍କ ସାର୍ଟିଫିକେଟ ଯାଞ୍ଚ କରାଯିବ। ଏଥିନିମନ୍ତେ ୨ଟି ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ରେ ୨ ଜଣ ଏବିଓ ଙ୍କ ସହିତ ୨ ଜଣ କିରାଣି ରହିଛନ୍ତି। ସାର୍ଟିଫିକେଟଗୁଡିକ ଯାଞ୍ଚ ପରେ ପାସ୍‌ କରିଥିବା ଅନୁଷ୍ଠାନଗୁଡିକୁ ପ୍ରମାଣ ପାଇଁ ପଠାଇଦିଆଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ଅଭୟ କୁମାର ବେହେରା କହିଛନ୍ତି। ତେବେ ୧୯୯୧ରୁ ଘରୋଇ ବିଇଡି ଉଠିଯାଇଥିଲାବେଳେ ୧୯୯୫ପରେ ବିଏ ପାସ୍‌ କରି ଘରୋଇ ବିଇଡି ସାର୍ଟିଫିକେଟ ହାତେଇ ଥିବା ଆଲୋଚନା ହେଉଛି। ସେହିପରି ସିଟି, ବିଇଡି ମାର୍କ ଟ୍ୟାମ୍ପରିଂ କରି କେତେକ ନିଯୁକ୍ତି ପାଇଥିବା ଆଲୋଚନା ହେଉଛି। ଏ ସଂକ୍ରାନ୍ତରେ ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। କୌଣସି ତ୍ରୁଟିପୂର୍ଣ୍ଣ ଥିବା ସାର୍ଟିଫିକେଟ ହସ୍ତଗତ ହୋଇନାହିଁ ବୋଲି କହିଛନ୍ତି।


All Right Reserved By Dharitri.Com

ଟଙ୍କା ଭର୍ତ୍ତି ପର୍ସ ପାଇ ଫେରାଇଲେ ମହିଳା କନଷ୍ଟେବଳ ଲକ୍ଷ୍ମୀପ୍ରିୟା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରେ ଶନିବାର ଏକ ପ୍ରଶଂସନୀୟ ଘଟଣା ଦେଖିବାକୁ ମିଳିଛି। ଟଙ୍କା ଭର୍ତ୍ତି ପର୍ସ ପାଇ ଜଣେ ଆରପିଏଫ କନ୍‌ଷ୍ଟେବଳ ସମ୍ପୃକ୍ତ ବ୍ୟକ୍ତିଙ୍କୁ...

ଯବାନଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି, ୨୩ା୬ (ସ୍ବ.ପ୍ର.)-ସୀମାନ୍ତରେ ପୁଣି ଲାଲବାହିନୀ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ସେମାନେ ଜଣେ ଯବାନଙ୍କ ଗଳାକାଟି ହତ୍ୟା କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲା ମିରତୁରରେ...

ଆସନ୍ତା ୨୩ରେ ନିର୍ବାଚନ ଫଳାଫଳ: ଏହା ପୂର୍ବରୁ ଭଙ୍ଗ ହେବ ରାଜ୍ୟ ବିଧାନସଭା, ଆଜି ବସିବ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ୨୦୧୯ ନିର୍ବାଚନ ଫଳାଫଳ ଆସିବାକୁ ଆଉ ଅଳ୍ପ ଦିନ ବାକି ରହିଥିବାବେଳେ ଶନିବାର ଔପଚାରିକ ଭାବେ ରାଜ୍ୟ ବିଧାନସଭା ଭଙ୍ଗ ହେବ। ଏଥିସହ ରାଜ୍ୟ...

ପ୍ରକୃତିର ଉପାସନା ଚୁରାଖାଇ ଯାତ୍‌ରା

ଗୁଡ଼ଭେଲିପଦର, ୩।୧୨(ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଦହ୍ୟା, କାଦୋପଦର, ମନୁପାଲି, ମହେଶ୍ୱରପିଣ୍ଡା, ଋଷିବନ୍ଧ, ତାଳପଦର ଲେଖେଁ ପାଖାପାଖି ୧୦ ଖଁଡ଼ ଗଁାକେ ନେଇ ପଁଚ୍‌ରା...

ଆଜି ବିଜୟା ଦଶମୀ: ପାରମ୍ପରିକ ରୀତିନୀତିରେ ଚାଲିଛି ମା’ଙ୍କ ପୂଜା

ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟର ସ୍ବରୂପ ହେଉଛି ବିଜୟା ଦଶମୀ। ଆଜି ମହିଷାସୁରକୁ...

ଯାତ୍ରା ଦେଖି ଫେରୁଥିବାବେଳେ ଜୀବନ ଗଲା

ଫୁଲବାଣୀ ଅଫିସ, ଫିରିଙ୍ଗିଆ,୮ା୬- ଫିରିଙ୍ଗିଆରେ ଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣାରେ ଜଣେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ସେ ହେଲେ ପଦିଙ୍ଗିଆ ପଞ୍ଚାୟତର ପ୍ରସନ୍ନ କହଁର।...

ରାଜ୍ୟ ରକ୍ତ ସଞ୍ଚାଳନ ପରିଷଦ ପରିଚାଳନା କମିଟି ବୈଠକ: ୨୮ କୋଟି ୭୫ ଲକ୍ଷ ଟଙ୍କାର ବଜେଟ ଅନୁମୋଦିତ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ରାଜ୍ୟ ରକ୍ତ ସଞ୍ଚାଳନ ପରିଷଦ ୩୧ତମ ପରିଚାଳନା କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର...

‘ଖୁସି’ ସଚେତନତା କାର୍ଯ୍ୟକ୍ରମ

ଧର୍ମଶାଳା,୧୦।୮(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ କିଶୋରୀ ସ୍ବଚ୍ଛତା କାର୍ଯ୍ୟକ୍ରମ ‘ଖୁସି’ ଶୁକ୍ରବାର ଧର୍ମଶାଳା ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ଅଧ୍ୟାପିକା ସୁନୀତା ମହାନ୍ତି ଅଧ୍ୟକ୍ଷତା...

Leave a comment

Your email address will not be published. Required fields are marked *