ଚାଷ ଦେଇଛି ପୁରସ୍କାର

ବଅଁରପାଳ, ୧୦।୮(ଡି.ଏନ୍‌.ଏ.) – ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ବି ଚାଷକୁ କରିହେବ ପେସା। ଭଲ ଲାଭ ମିଳିପାରିବ ଏଥିରୁ। ଏହାକୁ ପ୍ରମାଣିତ କରିଛନ୍ତି ବଅଁରପାଳ ବ୍ଲକ କୁରୁଡୁଲୁ ଗ୍ରାମର ଦମ୍ପତି କୁମର ସାହୁ ଓ ତାଙ୍କ ସ୍ତ୍ରୀ ବିନୋଦିନୀ ସାହୁ। ବର୍ଷ ବର୍ଷ ଧରି ଏମାନେ ଧାନ ସହ ପରିବା ଚାଷ କରି ବେଶ୍‌ ସମୃଦ୍ଧ ହୋଇପାରିବା ସହ ଅନ୍ୟ ବ୍ୟବସାୟ ପାଇଁ ମଧ୍ୟ ଅର୍ଥ ବାହାର କରିପାରିଛନ୍ତି। କେବଳ ଏତିକି ନୁହେଁ, ଚାଷରେ ଅର୍ଜନ କରିଥିବା ସଫଳତା ପାଇଁ ସେମାନଙ୍କୁ ଅନେକ ସ୍ଥାନରୁ ପୁରସ୍କାର ମଧ୍ୟ ମିଳିଛି।
କୁମରଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକ ନୁହେଁ। ଗଁା ସ୍କୁଲରେ ୫ମ ଶ୍ରେଣୀ ଯାଏ ପଢ଼ିଛନ୍ତି। ବାପା ନାରାୟଣ ସାହୁ ଚାଷ କାର୍ଯ୍ୟ କରୁଥିଲେ। ତାଙ୍କ ପରେ କୁମର ଚାଷ ସମ୍ଭାଳିଛନ୍ତି। ବର୍ତ୍ତମାନ ସେ ୪ ଏକର ଜମିରେ ଧାନ ଓ ୨ ଏକରରେ ଭେଣ୍ଡି, କଦଳୀ, ବାଇଗଣ, କାକୁଡି, ଟମାଟୋ, କଖାରୁ, ଅମୃତଭଣ୍ଡା, ଆଳୁ ଆଦି ପରିବା ଲଗାଇଛନ୍ତି। ସକାଳୁ ସନ୍ଧ୍ୟା ଯାଏ ଉଭୟ ବିନୋଦିନୀ ଓ କୁମାର ଚାଷ କାର୍ଯ୍ୟ କରନ୍ତି। ବର୍ଷ ତମାମ ପରିବା ଫସଲ ଅମଲ କରୁଥିବାରୁ ଦୈନିକ ଆଖପାଖ ଅଞ୍ଚଳର ବ୍ୟବସାୟୀମାନେ ତାଙ୍କ ଘରକୁ ଆସି ତାଜା ପରିବା କିଣି ନେଇଥାନ୍ତି। ଅନେକ ସମୟରେ ନିଜେ କୁମର ମଧ୍ୟ ବାଡି ପରିବା ବିଭିନ୍ନ ହାଟ ବଜାରରେ ବିକ୍ରି କରିଥାନ୍ତି। ଜଣେ ଭଲ ପରିବା ଚାଷୀ ହୋଇଥିବାରୁ ତାଙ୍କୁ ଅନେକ ସ୍ଥାନରୁ ପୁରସ୍କାର ମିଳିଛି। ଏପରି କି ବିଭିନ୍ନ ଜିଲାରେ ଅନୁଷ୍ଠିତ ପ୍ରଦର୍ଶନୀରେ ଓ ପଶ୍ଚିମବଙ୍ଗରୁ ମଧ୍ୟ ପୁରସ୍କାର ପାଇଛନ୍ତି। ଏହି ପରିବା ଚାଷରୁ ମିଳୁଥିବା ଅର୍ଥରେ କୁମର ଏକ ଟେଣ୍ଟ ହାଉସ କରିଛନ୍ତି। ବିବାହ, ବ୍ରତ ସମେତ ଗ୍ରାମରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସେ ଟେଣ୍ଟ ହାଉସ ସାମଗ୍ରୀ ଭଡାରେ ଲଗାଇ ଅଧିକ ଅର୍ଥ ରୋଜଗାର କରିପାରୁଛନ୍ତି। ଗୋଟିଏ ଝିଅ ଓ ୨ ପୁଅଙ୍କୁ ନେଇ ପରିବାର କରିଥିବା ବିନୋଦିନୀ ଓ କୁମର ଠିକା ଶ୍ରମିକ ଭାବେ କେଉଁ କମ୍ପାନୀରେ ଖଟିବା ଅପେକ୍ଷା ଚାଷକୁ ପେଶା କରି ବେଶ୍‌ ଭଲରେ ଚଳୁଥିବା ପ୍ରକାଶ କରିଛନ୍ତି।


All Right Reserved By

ମଦ୍ୟପ ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀ ମୃତ

ତାଳଚେର,୧୦।୯(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଅନ୍ତର୍ଗତ ବଲଣ୍ଡା ଗୁରୁଦ୍ୱାର ଅଞ୍ଚଳରେ ଏକ ଅଭାନୀୟ ଘଟଣା ଘଟିଛି। ଜଣେ ମଦ୍ୟପ ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା...

ଟ୍ରକ-ପିକ୍‌ଅପ ଭ୍ୟାନ ମଧ୍ୟରେ ଧକ୍କା: ୨ ମୃତ

ଛେଣ୍ତିପଦା,୧୬।୧୦(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡା ଥାନା ଅନୁଗୋଳ-ସମ୍ବଲପୁର ୫୫ ନଂମ୍ବର ଜାତୀୟ ରାଜପଥର ମୁଣ୍ତା ସାହି ନିକଟରେ ବୁଧବାର ସକାଳ ୫ଟା ବେଳେ ଟ୍ରକ-ପିକ୍‌ଅପ ଭ୍ୟାନ...

ବିଦ୍ୟାଳୟରୁ ତାଲାଭାଙ୍ଗି ଟଙ୍କା, ମଧ୍ୟାହ୍ନଭୋଜନ ଚାଉଳ ଚୋରିକଲେ ଦୁର୍ବୃତ୍ତ

ଛେଣ୍ଡିପଦା,୩୧।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଟାଙ୍ଗିର ପଞ୍ଚାୟତର ସରପାଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ବିଦ୍ୟାଳୟ...

ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବିରେ ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୨୩।୯(ନି.ପ୍ର.) : ଭାରତୀୟ ମଜଦୂର ସଂଘ ପକ୍ଷରୁ କୋଇଲା ଉଦ୍ୟୋଗରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହର ଦାବିରେ ସୋମବାର ଖଣି ବନ୍ଦ ଆନ୍ଦୋଳନ...

ବିଦ୍ୟାଳୟରେ ମଦ୍ୟପାନ କଲେ ଶିକ୍ଷକ: ଭିଡ଼ିଓ ହେଲା ଭାଇରାଲ

ବଇଣ୍ଡା,୨୫।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଇମୁରା ସର୍କଲ କେଞ୍ଚୁଆନାଳୀ ପ୍ରାଥମିକ ବିଦ୍ୟାଳୟର ଜୈନେକ ଶିକ୍ଷକ ଶନିବାର ବିଦ୍ୟାଳୟ ଶ୍ରେଣୀଗୃହ ପ୍ରକୋଷ୍ଠରେ ମଦ୍ୟପାନ କରୁଥିବା ବିଡ଼ିଓ ରବିବାର...

ପଶିଆସିଛନ୍ତି ୧୫ ହାତୀ, ଲୋକେ ଆତଙ୍କିତ

ବଅଁରପାଳ, ୩୧।୭ (ଡି.ଏନ୍‌.ଏ.)-ବଅଁରପାଳ ବ୍ଲକ ମହୀଧରପୁର ଅଞ୍ଚଳକୁ ପଶି ଆସିଥିବା ଏକ ହାତୀପଲକୁ ନେଇ ମହୀଧରପୁର, ତଳମୂଳ, କାଳିହୁଣ୍ଡି, କୁରୁମିଠା, ମାଧିଆପଶି ଆଦି ଅଞ୍ଚଳର ଲୋକେ...

ଫି ବୃଦ୍ଧିକୁ ଜୋରଦାର ବିରୋଧ: କଲେଜ ଗେଟ୍‌ରେ ତାଲା

ତାଳଚେର,୨୧ା୯(ନି.ପ୍ର.) – ରି ଆଡମିଶନ ଫି ବୃଦ୍ଧି ପ୍ରତିବାଦରେ ଶୁକ୍ରବାର ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୨ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ ଦୀର୍ଘ ସମୟ...

ରେଙ୍ଗାଳି ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

କଣିହାଁ,୮।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ରେଙ୍ଗାଳି ଡ୍ୟାମ୍‌ରୁ ରବିବାର ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌ର ୭ ନଂ ଗେଟ୍‌ ପୂର୍ବାହ୍ନ ୯ଟାରେ ଖୋଲାଯାଇଛି। ଡ୍ୟାମ୍‌ର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *