ପାହାଡ଼ରେ ବେଆଇନ ବିସ୍ଫୋରଣ, ୧୨ ଜେଲ ଗଲେ

ଦିଗପହଣ୍ଡି,୧୦ା୮(ଡି.ଏନ.ଏ.)-ଦିଗପହଣ୍ଡି ପୋଲିସ କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା ପାହାଡ଼ର ୨ଟି ପଥର ଖାଦାନରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଦୀର୍ଘଦିନ ଧରି ପାହାଡ଼ରେ ବେଆଇନ ବିସ୍ଫୋରଣ କରୁଥିବା ଅଭିଯୋଗରେ ୧୨ ଜଣଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ରେଡ଼ିକା ସାହିର ବି. ବାଲାଜୀ ରେଡ୍ଡୀ, ଚନ୍ଦ୍ରଶେଖର ମନ୍ଦିର ସାହିର ଟୁକୁନା ବେହେରା, ବ୍ରହ୍ମପୁର ସଦର ଥାନା ଗୌତମୀ ଗ୍ରାମର ନିରଞ୍ଜନ ଜେନା, ଏନ. ବୁଲୁ ରେଡ୍ଡୀ, ବି. କୃଷ୍ଣ ରେଡ୍ଡୀ, ରମ୍ଭା ଥାନା ମଧୁରଚୁଆ ଗ୍ରାମର ଲକ୍ଷ୍ମଣ ନାହାକ, ଗୋପାଳପୁର ଥାନା ବସନ୍ତ ବିହାର ୪ର୍ଥ ଲେନର କୋରା ସେଠୀ, ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମର ପୁରୁଷୋତ୍ତମ ଚେଣ୍ଟି, ରାଜୁ ଦାସ, ହୀନ ଦଳେଇ, କେ. ସାମନ୍ତରାପୁର ଗ୍ରାମର ଏମ. ରାଘବ ରେଡ୍ଡୀ ଓ ଜି. ସନ୍ତୋଷ ରେଡ୍ଡୀ। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ନଂ. ୧୪୪ ଓ ୧୪୫/୧୯ରେ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତମାନଙ୍କୁ ବ୍ରହ୍ମପୁର ସଦର କୋର୍ଟରେ ହଜାର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ପାହାଡ ଓ ଅଭିଯୁକ୍ତଙ୍କ ଘରୁ ଡ୍ରିଲିଂ, କମ୍ପ୍ରେସର ମେଶିନ, ୫୦ଟି ଜିଲୋଟିନ, ୮୫ ଡିଟୋନେଟର, ଫ୍ୟୁଜ୍‌ ତାର, ୩ ବାଇକ ସମେତ ବିସ୍ଫୋରଣରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ଦିଗପହଣ୍ଡି ଆଇଆଇସି ଗୌରାଙ୍ଗ ଚରଣ ସାହୁ କହିଛନ୍ତି।
କୁକୁଡ଼ାଖଣ୍ଡି ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ସୁବାସ ଚନ୍ଦ୍ର ରଇତଙ୍କ ଉପସ୍ଥିତିରେ ଗୁରୁବାର ପୂର୍ବାହ୍ନରେ ମହୁଡ଼ା ଗ୍ରାମ ନିକଟ ବାଲାଜୀ ରେଡ୍ଡୀଙ୍କ ନାଁରେ ଥିବା ପଥରକ୍ବାରି ଉପରେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ଜିଲୋଟିନ, ଡିଟୋନେଟର, ୩ ବାଇକ, ୫ ଟ୍ରାକ୍ଟର ଜବତ କରାଯାଇଥିଲା। ପରେ ପ୍ରାପ୍ତ ସୂଚନାକୁ ଭିତ୍ତିକରି ଗୋପାଳପୁର ଥାନା ବଡ଼ଗୁମୁଳା ଗ୍ରାମସ୍ଥିତ କୋରା ସେଠୀଙ୍କ ଘରୁ ମଧ୍ୟ ପାହାଡ଼ ଫୁଟାଯିବା ପାଇଁ ଥିବା ବିସ୍ଫୋରକ ଜବତ କରାଯାଇଥିଲା। ପରେ ମହୁଡ଼ା ପାହାଡ଼ରେ ସନ୍ତୋଷ କୁମାର ବେହେରାଙ୍କ ନାଁରେ ଥିବା ପଥରକ୍ବାରିରେ ଚଢ଼ାଉ କରାଯାଇ ବିସ୍ଫୋରକ ଓ ଟ୍ରାକ୍ଟରରେ ଖଞ୍ଜା ଯାଇଥିବା ଡ୍ରିଲିଂ, କମ୍ପ୍ରେଶର ମେଶିନ ଜବତ କରାଯାଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌ଆଇ ମଧୁସ୍ମିତା ପ୍ରଧାନ ଓ ମାଧବ ଚନ୍ଦ୍ର ଟାକରୀ କହିଛନ୍ତି। ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ମିଶ୍ର, ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ଦିଗପହଣ୍ଡି ଥାନାରେ ପହଞ୍ଚତ୍ ସରଜମିନ ତଦନ୍ତ କରିଛନ୍ତି।


All Right Reserved By Dharitri.Com

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ: ସ୍ବାମୀ, ସମ୍ପର୍କୀୟ ଗିରଫ

ଫୁଲବାଣୀ ଅଫିସ/ତୁମୁଡିବନ୍ଧ, ୧୨ା୭(ଡି.ଏନ.ଏ.)-କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ସ୍ବାମୀ ଏବଂ ତାଙ୍କର ଜଣେ...

ଜିଲାସ୍ତରୀୟ ଆଥଲେଟିକ୍‌ ମିଟ୍‌ ଉଦ୍‌ଯାପିତ

ଛତ୍ରପୁର,୨୬ା୧୨(ଡି.ଏନ.ଏ)- ଗଞ୍ଜାମ ଓ ଛତ୍ରପୁର ଆଥଲେଟିକ୍‌ ଆସୋସିଏଶନ ପକ୍ଷରୁ ଛତ୍ରପୁର ଷ୍ଟାଡିୟମରେ ୨ ଦିନ ଧରି ଚାଲିଥିବା ଜିଲା ଆଥଲେଟିକ୍‌ ମିଟ୍‌ ବୁଧବାର ଉଦଯାପିତ ହୋଇଯାଇଛି...

ବାଇକ୍‌ ଲୁଟ୍‌ ମାମଲାରେ ୪ ଗିରଫ

ଆସିକା,୧୪ା୮(ଡି.ଏନ୍‌.ଏ.): ଆସିକା – ଭନଗର ମୁଖ୍ୟ ରାସ୍ତାରେ ବାଲିସିରା ଛକ ନିକଟରୁ ଗତ ରବିବାର ପୂର୍ବାହ୍ନରେ ଜଣେ ବାଇକ୍‌ ଆରୋହୀଙ୍କୁ ମାଡ ମାରି ଦୁର୍ବୁ ବାଇକ୍‌...

ସହରରେ ସୀମିତ ବରିଷ୍ଠ ନାଗରିକ ସୁରକ୍ଷା ସେଲ୍‌: ଗ୍ରାମାଞ୍ଚଳ ଥାନା ଇଲାକାରେ ହୋଇନି କାର୍ଯ୍ୟକ୍ଷମ

ବ୍ରହ୍ମପୁର ଅଫିସ,୩ା୭-ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ଥାନାରେ ବରିଷ୍ଠ ନାଗରିକ ସେଲ ଗଠନ କରାଯାଇଛି। ଏକୁଟିଆ ରହୁଥିବା...

କାଜୁ ଫ୍ୟାକ୍ଟ୍ରି, ପେଟ୍ରୋଲ ପମ୍ପ୍‌, ଦୋକାନରେ ଯାଞ୍ଚ: ଜରିମାନା ଆଦାୟ

ଛତ୍ରପୁର,୨୬ା୬(ଡି.ଏନ.ଏ)-ଛତ୍ରପୁର ଏନ୍‌ଏସି ରେ ଥିବା ବିଭିନ୍ନ ଦୋକାନ, ପେଟ୍ରୋଲ ପମ୍ପ ଓ କାଜୁ ଫ୍ୟାକ୍ଟ୍ରିରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଛି। ଜିଲାପାଳ ବିଜୟ ଅମୃତା...

ମା’-ବାପାଙ୍କୁ ଆକ୍ରମଣ କରି ପୁଅ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୧।୯: ବୃଦ୍ଧା ମା’-ବାପାଙ୍କୁ ଆକ୍ରମଣ କରିବା ସହ ତାଙ୍କ ପେନ୍‌ସନ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଗଞ୍ଜାମ ଜିଲା ସଦର ଥାନା ପୋଲିସ ପୁଅଙ୍କୁ...

୩ ବିଦେଶ ଫେରନ୍ତାଙ୍କୁ ଆଇସୋଲେଶନରେ ରହିବାକୁ ପରାମର୍ଶ ଦେଲା ପ୍ରଶାସନ

ଭଞ୍ଜନଗର,୨୨।୩(ଡି.ଏନ୍‌.ଏ.): ଇଂଲଣ୍ଡ ଓ କୁଏତ୍‌ରୁ ୨ ଜଣ ଭଞ୍ଜନଗର ବାସିନ୍ଦା ଗତ ସପ୍ତାହରେ ଘରକୁ ଫେରିଥିବା ବେଳେ ଶନିବାର ଦୁବାଇରୁ ଆଉ ଜଣେ ଘରକୁ ଫେରିଛନ୍ତି।...

ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଖଲିକୋଟ କନିଷ୍ଠ ମହାବିଦ୍ୟାଳୟ ପରିଦର୍ଶନ

ବ୍ରହ୍ମପୁର ଅଫିସ,୧୬।୧: ଗଞ୍ଜାମ ଜିଲା ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଖଲିକୋଟ କନିଷ୍ଠ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମୀକ୍ଷା କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା...

Leave a comment

Your email address will not be published. Required fields are marked *