୩୭୦ ଉଚ୍ଛେଦ ପରେ ଭାରତ-ପାକ୍‌ ବିବାଦ :ମୁଣ୍ଡ ଖେଳାଇବନି ଜାତିସଂଘ

ଜାତିସଂଘ,୧୦ା୮(ପି.ଟି./ଆଇଏଏନ୍‌ଏସ୍‌): ସମ୍ବିଧାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦରେ ଜାତିସଂଘ ମୁଣ୍ଡ ଖେଳାଇବ ନାହିଁ। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଦୁଇଦେଶ କୌଣସି ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନ ନେଇ ସର୍ବାଧିକ ସଂଯମ ଅବଲମ୍ବନ କରନ୍ତୁ। ଏଥିସହ ଶିମ୍‌ଲା ରାଜିନାମାକୁ ଅନୁସରଣ କରି ବିବାଦର ସମାଧାନ କରନ୍ତୁ ବୋଲି ଶୁକ୍ରବାର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଭାରତ ଓ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି।
ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦କୁ ହଟାଯାଇ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏଥିରେ ଛାନିଆ ହୋଇ ଭାରତକୁ ଯୁଦ୍ଧଭୟ ଦେଖାଇବା ସହ ପୁଲଓ୍ବାମା ଭଳି ଆକ୍ରମଣ ପୁଣି ଘଟିବ ବୋଲି ଚେତାବନୀ ଦେଇଛନ୍ତି। ଭାରତର ନିଷ୍ପତ୍ତିକୁ ଇସ୍‌ଲାମାବାଦ ଏକତରଫା ଏବଂ ବେଆଇନ ବୋଲି ଦର୍ଶାଇ କୂଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିଛି। ଏହାସହ ଦୁଇଦେଶ ମଧ୍ୟରେ ଚାଲିଥିବା ସମ୍‌ଝୌତା ଏକ୍ସପ୍ରେସ୍‌କୁ ବନ୍ଦ କରିଦେଇଥିବାବେଳେ ଥର୍‌ ଏକ୍ସପ୍ରେସ୍‌କୁ ମଧ୍ୟ ବନ୍ଦକରିବା ପାଇଁ ଚିନ୍ତା କରୁଛି। ସେହିପରି ସମସ୍ତ ପ୍ରକାର ଦ୍ୱିପାକ୍ଷିକ ସାଂସ୍କୃତିକ ସମ୍ପର୍କକୁ ମଧ୍ୟ ବାତିଲ କରିଦେଇଛି। ପାକିସ୍ତାନର ଏଭଳି ନିଷ୍ପତ୍ତିକୁ ଭାରତ ପକ୍ଷରୁ ନିନ୍ଦା କରାଯାଇ ପୁନର୍ବିଚାର ପାଇଁ କୁହାଯାଇଥିବାବେଳେ ଜାତିସଂଘର ଦ୍ୱାରସ୍ଥ ହୋଇଛି ଇସ୍‌ଲାମାବାଦ। ହେଲେ ଜାତିସଂଘ ଏହି ବ୍ୟାପାରରେ ମୁଣ୍ଡ ଖେଳାଇବା ପାଇଁ ମନାକରିଦେଇଥିବାରୁ ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି। ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି, ଜମ୍ମୁ-କଶ୍ମୀର ସ୍ଥିତି ଉପରେ ଜାତିସଂଘ ନଜର ରଖିଛି। ଉଭୟ ପକ୍ଷ ଯଥାସମ୍ଭବ ସଂଯମ ରହିବା ଉଚିତ। ଭାରତ-ପାକିସ୍ତାନ ୧୯୭୨ ଶିମ୍‌ଲା ରାଜିନାମା ଅନୁସାରେ କାମ କରନ୍ତୁ। ତେବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ ବା ମଧ୍ୟସ୍ଥତା କରିବାକୁ ଗୁଟେରେସ୍‌ ମନା କରିଦେଇଥିତ୍ବା ତାଙ୍କ ମୁଖପାତ୍ର ଷ୍ଟିଫେନ୍‌ ଡୁଜାରିକ୍‌ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ସ୍ଥିତିରେ ଏହି ବିବାଦରେ କୌଣସି ଦେଶ ଛନ୍ଦି ହେବାକୁ ଚାହୁଁ ନ ଥିବା ଜଣାପଡ଼ିଛି। ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଦୁଇଦେଶକୁ ଚାଇନା ପରାମର୍ଶ ଦେଇଥିବାବେଳେ ପାକିସ୍ତାନର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ବେଜିଂ ଧାଇଁଛନ୍ତି। ଇତିମଧ୍ୟରେ ଏହି ପ୍ରସଙ୍ଗରେ ଆମେରିକା ତା’ର ପୂର୍ବ ନୀତି ବଜାୟ ରଖିଥିବା ଓ୍ବାଶିଂଟନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫଳରେ ଅନ୍ତର୍ଜାତୀୟ ସମୁଦାୟ ନିକଟରେ ଭାରତ ବିରୋଧରେ ଫେରାଦ ହୋଇଥିବା ପାକିସ୍ତାନକୁ ନିରାଶ ହେବାକୁ ପଡ଼ିଛି।


All Right Reserved By Dharitri.Com

ଆମେରିକାର ଏଫ୍‌-୧୬ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

କାଲିଫର୍ନିଆ,୧୭।୫: ଆମେରିକା ବାୟୁସେନାର ଏଫ୍‌-୧୬ ଯୁଦ୍ଧ ବିମାନ ଏକ ବ୍ୟବସାୟ ପ୍ରତିଷ୍ଠାନ ଉପରେ ପଡିଯିବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣା ପୂର୍ବରୁ ପାଇଲଟ ସୁରକ୍ଷିତ...

ପୁଣି ହୃଦୟ ଜିତିଲେ ମୋଦି: ବିମାନବନ୍ଦରରେ ତଳୁ ଉଠାଇଲେ ଫୁଲ

ହ୍ୟୁଷ୍ଟନ,୨୨।୯: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଧାରଣ ଜୀବନଯାପନ ଶୈଳୀ ଚର୍ଚ୍ଚାକୁ ଆସିଛି। ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପାଇଁ ଶନିବାର ଆମେରିକାର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ...

୧୫୦ ଫୁଟ ଉଚ୍ଚ ରୋପ୍‌ଓ୍ବେ କେବୁଲ୍‌ରେ ଝୁଲି ରହିଲା ବିମାନ: ଦେଢ଼ଘଣ୍ଟା ଡେଣାରେ ବସି ରହିଲେ ଚାଳକ ଓ ଯାତ୍ରୀ

ରୋମ୍‌,୧୩।୧୦: ଇଟାଲୀର ଆଲ୍ପସ୍‌ ପର୍ବତ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ୧୫୦ ଫୁଟ ଉଚ୍ଚ ରୋପ୍‌ଓ୍ବେ କେବୁଲ୍‌ରେ ଏକ ଛୋଟ ବିମାନ...

ଟୋକିଓରେ ଟାଇଫୁନ୍‌ ଆତଙ୍କ: ନାରିତା ବିମାନ ବନ୍ଦରରେ ସାରାରାତି ଅଟକି ରହିଲେ ୧୭ ହଜାର ଯାତ୍ରୀ

ଟୋକିଓ,୧୦।୯: ଜାପାନରେ ଦେଖାଦେଇଥିବା ଝଡ଼ ଟାଇଫୁନ୍‌ ଯୋଗୁ ସାଧାରଣ ଯୋଗାଯୋଗ ତଥା ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଟୋକିଓର ନାରିତା ବିମାନବନ୍ଦରରେ ଶହେଟି ବିମାନର ଉଡ଼ାଣକୁ...

ଭାରତ ଉପରେ ରାଗି ପିଆଜ ଖାଇବା ଛାଡି ଦଲେ ଶେଖ୍‌ ହସିନା

ବାଂଲାଦେଶ,୪।୧୦: ପିଆଜର ଦର ବୃଦ୍ଧି ଏବେ ଭାରତର କେନ୍ଦ୍ର ସରକାରଙ୍କ ଆଗରେ ଯେ ସମସ୍ୟା ହୋଇ ଛିଡା ହୋଇଛି ତା’ ନୁହେଁ। ବରଂ ପଡୋଶୀ ଦେଶ...

ଆଇଏସ୍‌ ଆକ୍ରମଣରେ ୫୦ ସିରିଆ ସୈନ୍ୟ ମୃତ

ଦାମାସ୍‌କସ୍‌,୨୧।୪: ଆଇଏସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ୫୦ ଜଣ ସିରିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏନେଇ ମାନବାଧିକାର ପର୍ଯ୍ୟବେଷକଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଆଇଏସ୍‌ ତଥା...

ଯେଉଁଠି ଫୁଲ ତୋଡା ଧରିଲେ ଖୁବ୍‌ଶୀଘ୍ର ହୁଏ ବିବାହ

ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ଚାଇନାରେ ଥିବା ଏକ ଅଜବ ପରମ୍ପରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ଏମିତି ପରମ୍ପରାରେ ଲୋକେ ଭାଗ...

ସାମ୍ନାକୁ ଆସିଲା କରୋନା ଭାଇରସ୍‌ ସଂକ୍ରମଣର ୬ଟି ନୂଆ ଲକ୍ଷଣ

ଓ୍ବାଶିଂଟନ୍‌,୨୭।୪: କରୋନା ଭାଇରସ୍‌ ସଂକ୍ରମଣ ପ୍ରାରମ୍ଭରୁ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ସୁଖା କାଶ, ଭୀଷଣ ଜ୍ୱର ଓ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଲା ଭଳି ଲକ୍ଷଣ...

Leave a comment

Your email address will not be published. Required fields are marked *