ତଳିଆ ଅଞ୍ଚଳରେ ପହଞ୍ଚୁନି କେନାଲ ପାଣି : ବିଲ ମୁଣ୍ଡରେ ବସି ଫେରୁଛନ୍ତି ଚାଷୀ

କୁଜଙ୍ଗ,୧୦ା୮(ସ୍ବ.ପ୍ର.): ଶ୍ରାବଣ ମାସ ସରିବାକୁ ବସିଲାଣି, ମାତ୍ର ଚାଷୀଙ୍କ ଜଳସେଚନ ଚିନ୍ତା ଦୂର ହେଉନାହିଁ। ଆବଶ୍ୟକ ଅନୁଯାୟୀ ବର୍ଷା ହୋଇ ନ ଥିବାରୁ ଚାଷକାର୍ଯ୍ୟ ଠିକ୍‌ ଭାବେ ହୋଇପାରୁନି। ସେପଟେ କେନାଲ ତଳମୁଣ୍ଡକୁ ପାଣି ଆସୁନାହିଁ। ଚାଷୀ ଜଳ ନ ପାଇ ମଧ୍ୟ ଜଳକର ଦେଉଛନ୍ତି। ଏଭଳି ସମସ୍ୟା ଦେଖାଦେଇଛି ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ଅଞ୍ଚଳରେ। ଏହି ବ୍ଲକର ପ୍ରାୟ ଅଧିକାଂଶ ଅଞ୍ଚଳରେ ସାରଦ ଧାନ ଚାଷ ଆରମ୍ଭ ହୋଇନି କହିଲେ ଚଳେ। ପ୍ରତିବର୍ଷ ଅଗଷ୍ଟ ପ୍ରଥମ ସପ୍ତାହକୁ ଚାଷ ଅର୍ଥାତ ଧାନ ରୁଆ ବେଉଷଣ ୮୦ ପ୍ରତିଶତ ସରିଥାଏ। କିନ୍ତୁ ଚଳିତ ବର୍ଷ ୧୦ ପ୍ରତିଶତ ଜମିରେ ମଧ୍ୟ ଧାନ ଚାଷ ଆରମ୍ଭ ହୋଇ ନ ଥିବା କହିଛନ୍ତି ପାଟପୁରର ପୂର୍ବତନ ସରପଞ୍ଚ ରସାନନ୍ଦ ଜେନା। କୁଜଙ୍ଗ ବ୍ଲକ୍‌ରେ ମୋଟ ୧୩୫୭୦ ହେକ୍ଟର ଚାଷଜମିରୁ ୯୫୮୪ ହେକ୍ଟର ଜମିକୁ ଜଳସେଚନ ସୁବିଧା ରହିଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବାକଥା ନୁହେଁ। ମାତ୍ର କେନାଲରେ ତଳମୁଣ୍ଡକୁ ପାଣି ଆସୁ ନ ଥିବାରୁ ଚାଷୀ ବିଲ ମୁଣ୍ଡରେ ବସି ବସି ଘରକୁ ଫେରୁଛନ୍ତି ବୋଲି କହିଛନ୍ତି ସାମାଜିକ କର୍ମୀ ପ୍ରହଲ୍ଲାଦ ସ୍ବାଇଁ, କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରମୁଖ। ବ୍ଲକ୍‌ରେ ୭୦.୬୨ ପ୍ରତିଶତରୁ ଊର୍ଦ୍ଧ୍ୱ ଜମିକୁ ଜଳସେଚନ ସୁବିଧା ରହିଥିଲେ ମଧ୍ୟ ଜଳର ସୁଷମ ବଣ୍ଟନ ହୋଇପାରୁନି। ଏଥିଯୋଗୁ ପାଟପୁର ପଞ୍ଚାୟତରେ ଚାଷ କାର୍ଯ୍ୟ ବିଶେଷ ଭାବେ ବାଧାପ୍ରାପ୍ତ ହୋଇଛି। ଏହି ପଞ୍ଚାୟତର ଚାଷଜମିକୁ ୧୪ ନଂ. କେନାଲରେ ପାଣି ଆସିଥାଏ। କିନ୍ତୁ ଏବେ କେନାଲ ତଳମୁଣ୍ଡକୁ ପାଣି ଆସିପାରୁନି ବୋଲି କହିଛନ୍ତି ପାଟପୁରର ଚାଷୀ ପର୍ଶୁରାମ ସ୍ବାଇଁ, ଆର୍ତ୍ତବନ୍ଧୁ ସାହୁ, ଧ୍ରୁବଚରଣ ମହାନ୍ତି, ବିଦ୍ୟାଧର ଜେନା, ସୁରେଶ ଦଳାଇ, ରମେଶ ମହାନ୍ତି ପ୍ରମୁଖ। ଏ ସମ୍ପର୍କରେ କୁଜଙ୍ଗ କୃଷି ଅଧିକାରୀ ପ୍ରଦୋଶ ବେହେରାଙ୍କୁ ପଚାରିବାରୁ ସେ କହିଲେ ଯେ, ଏଭଳି କେତେକ ଅଭିଯୋଗ ଆସିଥିଲା। ମାତ୍ର ଏକ ମିଳିତ ଟିମ୍‌ ଏହାର ଅନୁଧ୍ୟାନ କରିଛନ୍ତି। କେତେକ ଅଞ୍ଚଳକୁ ପାଣି ମାଡୁ ନ ଥିବା ଜଣାଯାଇଛି। ସମ୍ପୃକ୍ତ ଚାଷୀମାନଙ୍କଠାରୁ ଜଳକର ନିଆଯାଉନାହିଁ। ଅନ୍ୟପକ୍ଷରେ ବହୁ ସ୍ଥାନରେ ଚାଷୀ ନିଜ ଉଦ୍ୟମରେ ପୋଖରୀ, ନଦୀ ଓ ସଫେଇ ଆଦିରୁ ପାଣି ନେଉଥିବା ଦେଖିବାକୁ ମିଳିଛି।


All Right Reserved By Dharitri.Com

ତୃତୀୟ ଦିନରେ ୭୬ ଅନୁପସ୍ଥିତ

କଣିହାଁ, ୨୫ା୨(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକର ବିଜିଗୋଳ ପଞ୍ଚାୟତ ହାଇସ୍କୁଲରେ ସୋମବାର ତୃତୀୟ ଦିନ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ତୃତୀୟ ଭାଷା ପରୀକ୍ଷାରେ...

ଅବ୍ୟବସ୍ଥାରେ ଚାଲିଛି ଖଜୁରିମୁଣ୍ଡି ପ୍ରାଥମିକ ବିଦ୍ୟାଳୟ: ୩୮୦ ଜଣ ବିଦ୍ୟାର୍ଥୀଙ୍କୁ ୬ ଶିକ୍ଷୟିତ୍ରୀଶିକ୍ଷକ, ୪ ବର୍ଷ ହେଲା ଆକାଉଣ୍ଟାଣ୍ଟ ପଦବୀ ଖାଲି

କେନ୍ଦୁଝର, ୨୧ା୫(ସ୍ବ.ପ୍ର.)-ବାଂଶପାଳ ଭଳି ଆଦିବାସୀ ଅଧ୍ୟୁଷିତ ବ୍ଲକରେ ଶିକ୍ଷାର ଆଲୋକ ଶିଖା ଜାଳିବା ପାଇଁ ୧୯୭୨ ମସିହାରେ ଖଜୁରିମୁଣ୍ଡିଠାରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପରେ...

ମୁମ୍ବାଇ ପଶ୍ଚିମ ଓଡ଼ିଶା ପରିବାରର ନୂଆଖାଇଁ ଭେଟ୍‌ଘାଟ୍‌

ଭୁବନେଶ୍ୱର, ୧୭-୯(ବ୍ୟୁରୋ):ମୁମ୍ବାଇ ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ରବିବାର ମୁମ୍ବାଇର ସ୍ବତନ୍ତ୍ରବୀର ସାବରକର ଅଡିଟୋରିୟମଠାରେ ୧୩ତମ ନୂଆଖାଇଁ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପରିଚାଳନା କମିଟିର...

ରାଜଧାନୀରେ ଚାଞ୍ଚଲ୍ୟ:ଯୁବକଙ୍କୁ ଗୋଡ଼ାଇ ହାଣି ହତ୍ୟା

ଭୁବନେଶ୍ୱର, ୧୧-୯(ବ୍ୟୁରୋ):ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମଞ୍ଚେଶ୍ୱର ଥାନା ରଙ୍ଗମାଟିଆ ଅଞ୍ଚଳରେ ମଙ୍ଗଳବାର ରାତିରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଅତି ବୀଭତ୍ସଭାବେ ହତ୍ୟା କରାଯାଇଛି। ଯୁବକ ଜଣକ ରଙ୍ଗମାଟିଆ...

ଚାଲିଛି ବେଆଇନ ପଥର ଫୁଟା: ଦୁର୍ଘଟଣା ପରେ ଚଢ଼ାଉ, ୬ ଗିରଫ

ଭଞ୍ଜନଗର,୩୦।୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଅନେକ ପଥର କ୍ୱାରୀ ବିଭିନ୍ନ କାରଣ ଯୋଗୁ ନିଲାମ ହୋଇପାରୁନାହିଁ। ଏହାର ସୁଯୋଗ ନେଇ ପଥର ମାଫିଆ ବେନିୟମ ଭାବେ ପାହାଡ଼ରୁ ପଥର...

ଭୁବନେଶ୍ୱର ବିମାନବନ୍ଦର ହେବ ନନ୍‌-ଟଚ୍‌ ବିମାନବନ୍ଦର

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ଲକ୍‌ଡାଉନ୍‌ ହଟିବା ପରେ ବିମାନ ସେବା ସ୍ବାଭାବିକ ହୋଇପାରେ। ତେଣୁ ବିମାନ ସେବା ଆରମ୍ଭ ହେଲେ ଯାତ୍ରୀ ଓ କର୍ମଚାରୀଙ୍କୁ କିପରି ସୁରକ୍ଷା...

ବାଲିଯାତ୍ରା ବିବାଦକୁ ନେଇ ପରସ୍ପର ଦୋଷ ଲଦାଲଦି

ପାରାଦୀପ, ୫ା୧୧(ସ୍ବ.ପ୍ର.): କଳିଙ୍ଗ ବାଲିଯାତ୍ରାକୁ ନେଇ ଭାଜପା-ବିଜେଡି ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ପରସ୍ପରର ଦୋଷ ଲଦାଲଦି ହୋଇଥିଲେ। ଭାଜପା ନେତା ବିଭୁପ୍ରସାଦ ତରାଇ, ସମ୍ପଦ...

ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବ ନାହିଁ: ଅବକାରୀ ସଚିବ

ଭୁବନେଶ୍ୱର,୧୯୧୧(ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ଚାଷ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଅବକାରୀ ସଚିବ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି। ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା...

Leave a comment

Your email address will not be published. Required fields are marked *