Posted inଭଦ୍ରକ

ଏଟିଏମ୍‌ରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗାଏବ

ବାସୁଦେବପୁର, ୧୦।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବେତଡ଼ା ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଶାଖା ଏଟିଏମ୍‌ରୁ ହଠାତ୍‌ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗାଏବ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏ ସମ୍ପର୍କରେ ଶୁକ୍ରବାର ଅପରାହ୍ନରେ ଜଣାପଡ଼ିବା ପରେ ଉକ୍ତ ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଟିଏମ୍‌ରେ ଟଙ୍କା ଭର୍ତ୍ତି ଦାୟିତ୍ୱରେ ଥିବା କମ୍ପାନୀର ଦୁଇ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଭଦ୍ରକ ଏସ୍‌ଡିପିଓ ଜଳନ୍ଧର ଜାଲି ଥାନାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏଟିଏମ୍‌ ନିକଟସ୍ଥ ଏକ ଦୋକାନର ସିସିଟିଭିକୁ ଏସ୍‌ଡିପିଓ ସଂଗ୍ରହ କରି ଯାଞ୍ଚ କରୁଥିବା ଆଇଆଇସି ଉମାଶଙ୍କର ନାଏକ କହିଛନ୍ତି। ତଦନ୍ତ ଜାରି ରହିଥିବା ବେଳେ ଏ ନେଇ ଅଦ୍ୟାବଧି ଥାନାରେ ମାମଲା ରୁଜୁ ହୋଇ ନ ଥିବା ପୋଲିସ ସୂତ୍ରରୁ ପ୍ରକାଶ।


All Right Reserved By Dharitri.Com

ଫନୀ ସହାୟତାରୁ ବଞ୍ଚିତ ଚାଷୀ ଘେରିଲେ ତହସିଲ କାର୍ଯ୍ୟାଳୟ

ତିହିଡ଼ି,୪।୧୦(ଡି.ଏନ୍‌.ଏ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କାଁପଡ଼ା ପଞ୍ଚାୟତର ଚାଷୀମାନେ ଶୁକ୍ରବାର ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଫନୀ ସହାୟତାରୁ ବଞ୍ଚିତ ହୋଇଥିବାରୁ ସେମାନେ...

କାଗଜକଲମରେ ସଚେତନତା କାର୍ଯ୍ୟକ୍ରମ: ଏଡ୍‌ସ ରୋଗୀଙ୍କ ସଂଖ୍ୟା ବଢୁଛି

ଭଦ୍ରକ ଅଫିସ, ୧।୧୨- ଭଦ୍ରକ ଜିଲାରେ ଏଡ୍‌ସ ନିରାକରଣ ପାଇଁ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ଠିକ୍‌ ଭାବେ ରୂପାୟନ ହୋଇପାରୁ ନାହିଁ। ରୋଗୀଙ୍କ ଥଇଥାନ ପାଇଁ...

‘ନୃତ୍ୟକଳାରେ ଲୁଚିଛି ଆମ ପରିଚୟ’: ଶାସ୍ତ୍ରୀୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲକ୍ଷ୍ୟରେ ଶୁଭେନ୍ଦୁ

ଭଦ୍ରକ ଅଫିସ, ୨୧।୮- ଭଦ୍ରକ ଜିଲାରେ ଲୋକକଳା ଓ ସଂସ୍କୃତି ଅନନ୍ୟ। ଏ ମାଟିରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ସମେତ ମୋଗଲ ତାମସା, ଚଢେୟା ଚଢେୟାଣୀ...

ମଠଡିହ ବଜାରରୁ ଚୋରି ଘଟଣା : ଠାବ ହୋଇପାରୁନି ସାମଗ୍ରୀ

ଆରଡ଼ି,୧୦ା୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ଅନ୍ତର୍ଗତ ମଠଡିହ ବଜାରରେ ରବିବାର ରାତିରେ ଏକ ମୋବାଇଲ ଦୋକାନରୁ ଚୋରି ହୋଇଥିଲା। ଓଳଗ ଗାଁର ଜଣେ ଯୁବକ...

୧୭ ଦିନରେ ମୋଦି ସେନାର ଅନଶନ

ଚାନ୍ଦବାଲି, ୨୬।୭ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲିର କେତେକ ସମସ୍ୟାର ସମାଧାନ ପାଇଁ ୫ଟି ଦାବି ନେଇ ମୋଦି ସେନା ସେବା ସଂଘ ପକ୍ଷରୁ ତହସିଲ...

ଭୁଲ ତଥ୍ୟ ଦେଇ ବ୍ୟାଙ୍କରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଋଣ ଉଠାଣ: ଜଣେ ଅଟକ

ବାସୁଦେବପୁର,୮।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଗୁଆଗଡ଼ିଆ ଗ୍ରାମର ଜଣେ ଏରୋନେଟିକ୍‌ ଇଞ୍ଜିନିୟର ଦୁଇଟି ବ୍ୟାଙ୍କରେ ଭୁଲ କାଗଜପତ୍ର ଦେଇ ଅନ୍ୟ ଜଣେ...

ମେଲାଣି ନେଲେ ଟୋକା ଗଣେଶ

ଭଦ୍ରକ ଅଫିସ, ୩।୧୦ – ଭଦ୍ରକରେ କ୍ରମାନ୍ବୟରେ ବୁଢା, ଛୁଆ, କାଞ୍ଚନ ଓ ପିଲା ଗଣେଶଙ୍କ ଭସାଣି ସରିଥିବା ବେଳେ ବୁଧବାର ସନ୍ଧ୍ୟାରେ ଟୋକା ଗଣେଶ...

ବାଣ ସାମଗ୍ରୀ ପ୍ରସ୍ତୁତ ବେଳେ ଦୁର୍ଘଟଣା: ବାରୁଦରେ ନିଆଁ ଲାଗି ୨ ଶିଶୁ ଗୁରୁତର

ଚାନ୍ଦବାଲି,୧୮ା୯(ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ଥାନା ମତୋ ପଞ୍ଚାୟତର ଦକ୍ଷିଣ ସାହି ଗ୍ରାମରେ ବାଣ ସାମଗ୍ରୀ ପ୍ରସ୍ତୁତ ବେଳେ ସୋମବାର ସନ୍ଧ୍ୟା ସମୟରେ ମଶା ଧୂପରୁ...

Leave a comment

Your email address will not be published. Required fields are marked *