Posted inଖେଳ

ବିସିସିଆଇ ପଦାଧିକାରୀଙ୍କ ମାଳଦ୍ୱୀପ ଗସ୍ତ

ନୂଆଦିଲ୍ଲୀ,୧୭ା୫(ପିଟି)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କ୍ରିକେଟ ଅପରେଶନ୍ସର ସାଧାରଣ ସମ୍ପାଦକ ସବା କରିମ ଓ ଭାରତ ଏ’ ଦଳର ଫିଲ୍ଡିଂ କୋଚ୍‌ ଅଭୟ ଶର୍ମା ଚଳିତ ମାସର ପରବର୍ତ୍ତୀ ଭାଗରେ ମାଳଦ୍ୱୀପ ଗସ୍ତ କରିବେ। ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି ଗତ ମାସରେ ଆଇପିଏଲ ଦେଖିବାକୁ ବେଙ୍ଗାଲୁରୁ ଆସିଥିଲେ। ଏଣୁ ଦୁଇ ଦେଶ ମଧ୍ୟରେ କ୍ରିକେଟ ସମ୍ପର୍କ ବୃଦ୍ଧି କରିବା ଲାଗି ବିସିସିଆଇ ଦକ୍ଷିଣ ଏସୀୟ ଦେଶକୁ ଏକ ଦଳ ପଠାଇବାକୁ ଯୋଜନା କରିଛି। କେନ୍ଦ୍ର ସରକାର ବିସିସିଆଇ ପଦାଧିକାରୀଙ୍କ ଗସ୍ତ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରିଛି। ଅନ୍ୟ ଦେଶରେ କ୍ରିକେଟର ଉନ୍ନତି ଲାଗି ବିସିସିଆଇ ସହାୟତାର ହାତ ବଢ଼ାଇବା କିଛି ନୂଆ କଥା ନୁହେଁ। ପୂର୍ବରୁ ଆଫଗାନିସ୍ତାନ ଓ ନେପାଳ ଭଳି ଦେଶକୁ ସହାୟତା କରିଆସିଛି। ଆଫଗାନିସ୍ତାନ ଏବେ ଏକ ପ୍ରତିଷ୍ଠିତ କ୍ରିକେଟ ଦେଶ ହୋଇସାରିଛି। ସେମାନଙ୍କୁ ଡେରାଡୁନଠାରେ ଏକ ଘରୋଇ ଗ୍ରାଉଣ୍ଡ ମଧ୍ୟ ଦିଆଯାଇଛି। ମାଳଦ୍ୱୀପ କ୍ରିକେଟକୁ ସହାୟତା କରିବା ଲାଗି ସରକାର ପ୍ରସ୍ତାବ ଦେଇଥିଲେ। ଆମେ ଏଥିରେ ଖୁସି। ବିସିସିଆଇ ଅଫିସିଆଲ ଗସ୍ତ କରି କେଉଁଭଳି ତାଙ୍କ କ୍ରିକେଟର ଉନ୍ନତିରେ ଯୋଗଦାନ କରାଯାଇ ପାରିବ ତାହା ପରଖିବେ ବୋଲି ବିସିସିଆଇ ଅଫିସିଆଲ କହିଛନ୍ତି। ଉଲ୍ଲେଖଥାଉ କି, ଆଇପିଏଲ ମ୍ୟାଚ୍‌ ଅବସରରେ ଭାରତୀୟ କ୍ରିକେଟ ଆଇକନ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀ ଦଳୀୟ ଜର୍ସି ପ୍ରଦାନ କରିଥିଲେ।


All Right Reserved By

Posted inଖେଳ

କର ବା ମର ସ୍ଥିତିରେ ବାଙ୍ଗାଲୋର

କୋଲକାତା,୧୯।୪(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୫ତମ ମୁକାବିଲାରେ ଶୁକ୍ରବାର ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ...

ସିନ୍ଧୁ, ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ

ଜାକର୍ତ୍ତା,୧୭।୭- ଦେଶର ଷ୍ଟାର ଶଟଲର ପି. ଭି. ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ସୁପର ୧୦୦୦...

ଫିଫା ର଼୍ୟାଙ୍କିଙ୍ଗ: ଭାରତକୁ ୧୦୧ତମ ସ୍ଥାନ

ନୂଆଦିଲ୍ଲୀ, ୧୪।୬ (ପି.ଟି.)-ଶୁକ୍ରବାର ଫିଫା (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ) ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତ ୧୦୧ତମ ସ୍ଥାନ ବଜାୟ ରଖିଛି।...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

ଦୁବାଇ,୨୪।୭(ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଗ୍ରୀଷ୍ମପ୍ରବାହ ଯୋଗୁ ଅତିରିକ୍ତ ବିରତି

ଭୁବନେଶ୍ୱର,୧୨।୬(ପିଟି): ଅତ୍ୟନ୍ତ ଗ୍ରୀଷ୍ମପ୍ରବାହ ଯୋଗୁ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସରେ ଖେଳାଳିଙ୍କୁ ଅତିରିକ୍ତ ବିରତି ମିଳିଛି। ପ୍ରବଳ ଖରା ପାଇଁ ଆୟୋଜକ କମିଟି...

ଓ୍ବାଦେ, ମାର୍ଶଙ୍କୁ ଡକାରା

ମାଞ୍ଚେଷ୍ଟର,୭।୭(ପିଟି)- ଉଇକେଟକିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ଓ୍ବାଦେ ଓ ମିଚେଲ ମାର୍ଶଙ୍କୁ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଦଳରେ ଯୋଗଦେବାକୁ ଡାକରା ଦିଆଯାଇଛି। ଏମାନେ ଅଷ୍ଟ୍ରେଲିଆ ଦଳର ଉସ୍ମାନ ଖ୍ବାଜା...

ଦକ୍ଷିଣ ଆଫ୍ରିକା କୋଚ୍‌ ପଦରୁ ଗିବସନ ବିଦା

ଜୋହାନ୍ସବର୍ଗ,୫ା୮- ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ କୋଚ୍‌ ଓଟିସ ଗିବସନଙ୍କ ସମେତ ପୂରା କୋଚିଂ ଟିମ୍‌ ଓ ମ୍ୟାନେଜମେଣ୍ଟ ଷ୍ଟାଫଙ୍କୁ ବିଦା କରିଥିବା କ୍ରିକେଟ ଦକ୍ଷିଣ...

ଆଇସିସି ବିଶ୍ୱକପ୍‌: ଶୀର୍ଷରେ ଅଷ୍ଟ୍ରେଲିଆ

ଲଣ୍ଡନ,୧୬।୬(ପି.ଟି.)- ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପର ୨୦ତମ ମ୍ୟାଚ୍‌ରେ ୮୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ସ୍ଥାନୀୟ କେନିଂଟନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *