Posted inଖେଳ

ଦୂତୀଙ୍କୁ ମିଳିଲା ଭିଜା

ନୂଆଦିଲ୍ଲୀ,୧୦।୮(ପି.ଟି.)- ଦେଶର ଦ୍ରୁତତମ ମହିଳା ଧାବିକା ଦୂତୀ ଚାନ୍ଦଙ୍କୁ ୟୁରୋପ୍‌ ଗସ୍ତ ପାଇଁ ଶେଷରେ ଭିଜା ମିଳିଛି। ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଯୋଗ୍ୟତା ହାସଲ ପାଇଁ ସେ ୟୁରୋପ୍‌ ଗସ୍ତରେ ଯାଇ ଦୁଇଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିଲା। ଗୁରୁବାର ଦୂତୀ ଭିଜା ପାଇଁ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହାୟତା ଲୋଡିଥିଲେ। ଏଥିରେ କିଛି ସମସ୍ୟା ଥିଲେ ମଧ୍ୟ ଶେଷରେ ଏହାର ସମାଧାନ ହୋଇଛି ଓ ୟୁରୋପ୍‌ ଗସ୍ତ ପାଇଁ ଦୂତୀଙ୍କ ରାସ୍ତା ସଫା ହୋଇଛି। ଭିଜା ମିଳିବା ପରେ ଦୂତୀ ଟୁଇଟି କରି ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୂତୀ କିଛିଦିନ ତଳେ ବିଶ୍ୱ ୟୁନିଭର୍ସିଟି ଗେମ୍ସରେ ଅଂଶଗ୍ରହଣ କରି ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ।
ଦୂତୀ ଆସନ୍ତା ୧୩ ତାରିଖରେ ଆୟର୍ଲାଣ୍ଡ ଓ ୧୯ ତାରିଖରେ ଜର୍ମାନୀରେ ଆୟୋଜନ ହେବାକୁଥିବା ରେସ୍‌ରେ ଅଂଶଗ୍ରହଣ କରିବେ। ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ ଫେଡେରେଶନ (ଆଇଏଏଏଫ) ଏହି ଦୁଇଟି ପ୍ରତିଯୋଗିତାକୁ ଅନୁମୋଦନ ଦେଇଛି। ତେବେ ଏହି ପ୍ରତିଯୋଗିତା ପାଇଁ ଭିଜା ମିଳି ନ ଥିବାରୁ ସେ ଟୁଇଟ୍‌ କରି ଜୟଶଙ୍କରଙ୍କୁ ସାହାଯ୍ୟ ମାଗିଥିଲେ। ଗତ ସପ୍ତାହରେ ସେ ଭିଜା ପାଇଁ ଆବେଦନ କରିଥିଲେ ଓ ଶୁକ୍ରବାର ୟୁରୋପ ଗସ୍ତ ଆରମ୍ଭ କରିବା କାର୍ଯ୍ୟକ୍ରମ ଥିଲା। ଉଲ୍ଲେଖଥାଉ କି, ବିଶ୍ୱ ଚାମ୍ପିୟନଶିପ୍‌ କ୍ୱାଲିଫାଇଙ୍ଗ୍‌ ଟାଇମିଙ୍ଗ ହେଉଛି ୧୧.୨୪ ସେକେଣ୍ଡ। ସେହିପରି ୨୦୨୦ ଅଲିମ୍ପିକ୍ସ ଗେମ୍ସ ପାଇଁ କଟ-ଅଫ୍‌ ୧୧.୧୫ ସେକେଣ୍ଡ ରହିଛି। ତେବେ ଦୂତୀ ଗତ ଏପ୍ରିଲ୍‌ରେ ଦୋହାରେ ଅନୁଷ୍ଠିତ ହୋଇଥିବା ଏସିଆନ ଚାମ୍ପିୟନଶିପ୍‌ରେ ୧୧.୨୬ ସେକେଣ୍ଡ ନେଇ ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏବେ ଏଥିରେ ଉନ୍ନତି ଆଣି ସେ ବିଶ୍ୱ ଚାମ୍ପିୟନଶିପ ଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ଲକ୍ଷ୍ୟରେ ରହିଛନ୍ତି।


All Right Reserved By Dharitri.Com

Posted inଖେଳ View All

ରୋହିତ, ଧାଓ୍ବନ ଆହତ

ରାଜକୋଟ,୧୮।୧(ପି.ଟି.)- ଦୁଇ ଭାରତୀୟ ଓପନର ଶିଖର ଧାଓ୍ବନ ଓ ରୋହିତ ଶର୍ମା ଆହତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳିବା ଅବସରରେ ଏହି...

ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଥିବା ବିରାଟ କୋହଲି କେତେ ପାଠ ପଢିଛନ୍ତି ଜାଣନ୍ତି

ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟ ପଡିଆରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛନ୍ତି। ଖୁବ୍‌ଶୀଘ୍ର ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି...

ବ୍ୟାଡ୍‌ମିଣ୍ଟନ ଏସିଆନ ଟିମ୍‌ ଚାମ୍ପିୟନଶିପ୍‌: ମାଲେସିଆଠାରୁ ହାରିଲା ଭାରତ

ମାନିଲା (ଫିଲିପାଇନ୍ସ), ୧୩ା୨ (ପି.ଟି.)- ବ୍ୟାଡ୍‌ମିଣ୍ଟନ ଏସିଆନ ଟିମ୍‌ ଚାମ୍ପିୟନଶିପ୍‌ ଗ୍ରୁପ୍‌ ‘ବି’ରେ ଭାରତୀୟ ପୁରୁଷ ଦଳ ଏହାର ଦ୍ୱିତୀୟ ମୁକାବିଲାରେ ମାଲେସିଆଠାରୁ ୧-୪ ହାରିଯାଇଛି।...

ସେଦିନ କୋହଲିଙ୍କ ପରିବାର ନେଇଥିଲେ ବଡ ନିଷ୍ପତ୍ତି, ନହେଲେ ଆଜି ପାକିସ୍ତାନ ପାଇଁ ଖେଳୁଥାନ୍ତେ ବିରାଟ

ନୂଆଦିଲ୍ଲୀ,୫।୧୧: ବିରାଟ କୋହଲି, ବିଶ୍ୱକ୍ରିକେଟର ଏକ ଜଣାଶୁଣା ନାଁ। ଆଜି ସେ ନିଜର ୩୧ତମ ଜନ୍ମଦିବସ ପାଳନ କରୁଛନ୍ତି। କେବଳ ଭାରତରେ ନୁହେଁ, ବିଶ୍ୱ କ୍ରିକେଟରେ...

ପୁଣି ଚମକିଲେ ପୃଥ୍ବୀ, ଭାରତ ଏ’ ବିଜୟୀ

ଲିଙ୍କନ(ନ୍ୟୁଜିଲାଣ୍ଡ),୨୨।୧- ଫର୍ମରେ ଥିବା ଯୁବ ଓପନର ପୃଥ୍ବୀ ଶ’ଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଯୋଗୁ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ଭାରତ ଏ’...

ଜୋନାଥନ ହଲ୍‌ ଆଇସିସିର ଜେନେରାଲ କନସେଲ୍‌

ଦୁବାଇ, ୨୨ା୮ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଗୁରୁବାର ଜେନାଥନ ହଲ୍‌ଙ୍କୁ ଏହାର ଜେନେରଲ କନ୍‌ସଲ ଏବଂ କମ୍ପାନୀ ସେକ୍ରେଟାରୀ ଭାବେ ମନୋନୀତ କରିଛି।...

ବର୍ଷାରେ ଭିଜିଲେ, ମ୍ୟାଚ ଉପଭୋଗ କଲେ

ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି)- ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଶନିବାର ଭାରତ ଓ ବେଲଜିୟମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି। ଥଣ୍ଡା କୋହଲା ପାଗ...

ୟୁଏସ୍‌ ଓପନ: ସେମିରୁ ସୌରଭ ବାଦ୍‌

ଫୁଲର୍ଟନ(ଆମେରିକା),୧୪।୭(ପିଟି)- ଚଳିତ ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ଅନ୍ତିମ ଭାରତୀୟ ଖେଳାଳି ଭାବେ ସୌରଭ ବର୍ମା ପୁରୁଷ ସିଙ୍ଗଲ୍ସ ବର୍ଗର...

Leave a comment

Your email address will not be published. Required fields are marked *