ବାଇକ୍‌ ଚୋରି ର଼୍ୟାକେଟ୍‌ ଠାବ: ଶଳା, ଭିଣୋଇ ଗିରଫ: ୩ ବାଇକ୍‌ ଜବତ

ବାଲେଶ୍ୱର ଅଫିସ, ୯।୮-ବାଲେଶ୍ୱର ସହର ତଥା ଆଖପାଖ ଅଞ୍ଚଳରେ କିଛି ଦିନ ହେଲା ବାଇକ୍‌ ଚୋରି ପୋଲିସର ନିଦ ହଜାଇ ଦେଇଥିଲା। ପୋଲିସ ଏହି ଚୋରି ର଼୍ୟାକେଟକୁ ଠାବ କରିବାରେ ସଫଳ ହୋଇଛି। ଏହି ଚୋରିରେ ସମ୍ପୃକ୍ତ ଶଳା, ଭିଣୋଇଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଜୟନ୍ତ କୁମାର ବରାଳ (୨୭) ଓ ତାଙ୍କ ଭିଣୋଇ ରେମୁଣା ଥାନା ନରହରିପୁର ଗ୍ରାମର ବିଜୟ କୁମାର ମହାନ୍ତି (୩୩)। ଉଭୟଙ୍କଠାରୁ ୩ଟି ବାଇକ୍‌ ଜବତ କରାଯାଇଛି। ଏନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ମାମଲା (ନଂ. ୨୨୪/୧୯) ରୁଜୁ କରାଯାଇ ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଗତ ୫ତାରିଖରେ ସଦର ଥାନା ବୁଆଁଳ ଗ୍ରାମର କାର୍ତ୍ତିକ ଚନ୍ଦ୍ର ବିଶ୍ୱାଳ ଏକ ବାଇକ୍‌ (ନଂ. ଓଆର୍‌୦୧ଏସ୍‌-୮୩୯୬) ରଖି ଏଡ଼ିଏମ୍‌ ଛକ ନିକଟସ୍ଥ ଥିବା ଜିଲା ଶ୍ରମ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରୁ ଆସିବା ପରେ ତାଙ୍କର ବାଇକ୍‌ ନ ଥିବାର ଦେଖି ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଉକ୍ତ ମାମଲାକୁ ତଦନ୍ତ କରୁଥିବା ବେଳେ ଜୟନ୍ତଙ୍କ ଘରୁ ଚୋରି ବାଇକ୍‌ ମିଳିଥିଲା। ଜୟନ୍ତଙ୍କ କହିବାନୁସାରେ ତାଙ୍କ ଭିଣୋଇ ବିଜୟଙ୍କ ସହିତ ମିଶି ଗତ ୫ ତାରିଖରେ ଉକ୍ତ ବାଇକ୍‌କୁ ଚୋରି କରିଥିଲେ। ପୋଲିସ ବିଜୟଙ୍କ ଘର ଉପରେ ଚଢ଼ାଉ କରି ଗିରଫ କରିବା ସହ ଜିଲା ମୁଖ୍ୟଚିକିତ୍ସାଳୟ ପରିସରରୁ ଚୋରି ହୋଇଥିବା ୨ଟି ମୋଟରସାଇକେଲ ମଧ୍ୟ ଜବତ କରିଛି। ମିଳିଥିବା ସୂଚନାରୁ ଉଭୟ ଶଳା-ଭିଣୋଇ ପୂର୍ବରୁ ମିଳିତ ଭାବେ ସହରର ବହୁ ଜାଗାରୁ ଚୋରି କରି ଗାଡ଼ିଗୁଡ଼ିକର ନମ୍ବରପ୍ଲେଟ ବଦଳ କରି ଅନ୍ୟତ୍ର ବିକ୍ରି କରିଥାନ୍ତି ବୋଲି ସହଦେବଖୁଣ୍ଟା ଥାନା ଆଇଆଇସି ପରେଶ ରାଉତ କହିଛନ୍ତି।


All Right Reserved By Dharitri.Com

ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍‌ ଖୋଲିଲା

ତେନ୍ତୁଳିଖୁଣ୍ଟି,୮।୮(ଡି.ଏନ୍‌.ଏ.) : ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଇନ୍ଦ୍ରାବତୀସ୍ଥିତ ଦେଓପାଲି ବନ୍ଧର ୨ଟି ଗେଟ୍‌ ଗୁରୁବାର ଅପରାହ୍ନରେ ଖୋଲାଯାଇଛି। ଉଭୟ...

କ.ନୂଆଗାଁ ବ୍ଲକରେ ଅର୍ଥ ହେର୍‌ଫେର୍‌

ଫୁଲବାଣୀ ଅଫିସ, ୧୬ା୯-କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକରେ ୭୫ଲକ୍ଷ ଟଙ୍କାର ଦୁର୍ନୀତିକୁ ଏବେ ସବୁ କ୍ଷେତ୍ରରେ ଚପାଇ ଦିଆଯାଇଛି। ଯେଉଁମାନେ ଟଙ୍କା ହଡପ କରିଥିଲେ ସେମାନଙ୍କ...

ନୃଶଂସ ପୁଅଙ୍କ ଅମାନବୀୟ କାଣ୍ଡ: ବାପାଙ୍କୁ ଠେଙ୍ଗାରେ ପିଟି ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ପାଟଣାଗଡ଼, ୬।୭ (ଡି.ଏନ୍‌.ଏ.): ସାମାନ୍ୟ ବଚସାକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ମାଡ଼ମାରିବା ପରେ ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ ପୁଅ। ଏଭଳି ଏକ ସ୍ପର୍ଶକାତର ଘଟଣା...

ଦିବ୍ୟାଙ୍ଗ ନାବାଳିକାଙ୍କୁ ସମ୍ପର୍କୀୟ ମାମୁଙ୍କ ବଳାତ୍କାର ଅଭିଯୋଗ

ନୟାଗଡ଼ ଅଫିସ, ୨୧।୮ : ନୟାଗଡ଼ ଜିଲା ଇଟାଭାଟି ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ବୁଧବାର ଇଟାମାଟି...

ଆଜିଠାରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆରମ୍ଭ: ଏହାର ସୁବିଧାନେବାକୁ ଯାଜପୁର ଜିଲାପାଳଙ୍କ ଅନୁରୋଧ

ଯାଜପୁର ଟାଉନ,୧ା୯(ଡିଏନଏ)- ସେପ୍ଟେମ୍ବର ୧ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ହେବ। ଏହି ଜିଲାର ସମସ୍ତ ୧୬୧୯ଟି ଭୋଟ କେନ୍ଦ୍ର...

ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଲା ଡମ୍ପର: ୬ ବର୍ଷ ନାବାଳିକାଙ୍କ ମୃତ୍ୟୁ

ବସ୍ତା, ୩୧।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ. ଜାତୀୟ ରାଜପଥ ଅମର୍ଦାରୋଡ ଛକ ନିକଟରେ ବୁଧବାର ସକାଳେ ଡମ୍ପର ଧକ୍କାରେ ଜଣେ...

ଚାଷୀଙ୍କୁ ପାତରଅନ୍ତର ନେଇ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ

କୁଚିଣ୍ଡା,୧୧।୯(ଡି.ଏନ୍‌.ଏ.): ସମ୍ବଲପୁର ଜିଲ କୁଚିଣ୍ଡା ଉପଖଣ୍ଡସ୍ଥରୀୟ ମିଳିତ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦଡାକରା ଦିଆଯାଇଛି। ୨୦୧୮/୧୯ ବର୍ଷର ବାକିଥିବା ବୀମାରାଶି...

ପୋଖରୀରେ ବୁଡ଼ି ବାଳକ ମୃତ, ନନ୍ଦିକା ଗ୍ରାମରେ ଶୋକାକୁଳ ପରିବେଶ

ଜଳେଶ୍ୱର, ୩ା୯-ଜଳେଶ୍ୱର ପୌରାଞ୍ଚଳର ୧୩ ନଂ. ୱାର୍ଡ଼ ନନ୍ଦିକା ଗ୍ରାମର ୯ବର୍ଷର ବାଳକ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ...

Leave a comment

Your email address will not be published. Required fields are marked *