ତ୍ରିଶୂଳୀ ନଦୀକୁ ଖସିଲା ବସ୍‌ ୩ ମୃତ ୨୩ ନିଖୋଜ

କାଠମାଣ୍ଡୁ,୯।୮: ମଧ୍ୟ ନେପାଳର ଧାଙ୍ଗଡିଙ୍ଗ ଜିଲାରେ ତ୍ରିଶୂଳୀ ନଦୀକୁ ଶୁକ୍ରବାର ସକାଳେ ଏକ ଯାତ୍ରୀବାହି ବସ୍‌ ଖସି ପଡିବା ଫଳରେ ଅତିକମ୍‌ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ନିଖୋଜ ଥିବା ଜଣାପଡିଛି। ଏଥିରେ ଅନ୍ୟ ୧୬ ଆହତ ମଧ୍ୟ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ସରଲାହି ଜିଲାର ମାଳଙ୍ଗାଓ୍ବାରୁ କାଠମାଣ୍ଡୁ ଯାଉଥିବା ଏହି ବସ୍‌ଟି ଭୋର ସମୟରେ ନଦୀ ମଧ୍ୟକୁ ଖସି ପଡିଥିଲା। ନଦୀର ଗଭିରତା ରାସ୍ତାଠାରୁ ଯଥେଷ୍ଟ ଅଧିକ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା କହିଛନ୍ତି ଉଦ୍ଧାରକାରୀ ଦଳ। ଉକ୍ତ ବସ୍‌ରେ ପାଖାପାଖି ୫୦ ଜଣ ଯାତ୍ରୀଥିବା ଅନୁମାନ କରିଛି ପୋଲିସ। ତେବେ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


All Right Reserved By Dharitri.Com

ଯେଉଁ ଖଣିର ହୀରା ନେଇ ପାରିବେ ସାଧାରଣ ଜନତା

ହୀର ଖଣି ସାଧାରଣତଃ କମ୍ପାନୀମାନଙ୍କ ଅଧିନରେ ଥାଏ। ଯେଉଁମାନେ ଏହାକୁ କ୍ରୟ କରିଥାଆନ୍ତି। ହେଲେ ଏମିତି ଏକ ଖଣି ଅଛି ଯେଉଁଠୁ ସାଧାରଣ ଜନତା ମଧ୍ୟ...

ଆଇଏଫ୍‌ଏଫ୍‌ଏମ୍‌ରେ ପ୍ରଦର୍ଶିତ ହେବ ‘ବୁଲ୍‌ବୁଲ୍‌ କ୍ୟାନ୍‌ ସିଙ୍ଗ୍‌’

ମେଲବୋର୍ନ,୧୧ା୭: ଅଗଷ୍ଟ ୮ରେ ହେବାକୁ ଥିବା ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅଫ ମେଲ୍‌ବୋର୍ନ (ଆଇଏଫ୍‌ଏଫ୍‌ଏମ୍‌)ର ଉଦ୍‌ଘାଟନୀ ମହୋତ୍ସବରେ ରିମା ଦାସଙ୍କ ଦ୍ୱାରା ନିର୍ମିତ ଅହମିୟା ଫିଲ୍ମ...

ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ପାଇଁ କବାଟ ନ ଖୋଲିବାରୁ ପଦରୁ ହଟିଲେ ୨୦ ଅଧିକାରୀ

ଇସ୍‌ଲାମାବାଦ,୨୪।୨: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ତୃତୀୟ ପତ୍ନୀ ବୁଶରା ବିବିଙ୍କ ପାଇଁ କବାଟ ନ ଖୋଲିବା କିଛି ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାରେ...

ଦିନେ ଭୁଟାନର ବୈଜ୍ଞାନିକ ବି ନିର୍ମାଣ କରିବେ ଉପଗ୍ରହ: ମୋଦି

ଥିମ୍ପୁ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ଗସ୍ତରେ ଯାଇ ସ୍ଥାନୀୟ ରୟାଲ ୟୁନିଭର୍ସିଟିର ଶିକ୍ଷାର୍ଥୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଦିନେ...

ଅଶାନ୍ତ ଇଥିଓପିଆ: ସେନାଧ୍ୟକ୍ଷଙ୍କୁ ହତ୍ୟାକଲେ ଅଙ୍ଗରକ୍ଷୀ

ଅଡିସ୍‌ ଅବାବା,୨୪ା୬ (ପି.ଟି./ଏ.ଏଫ୍‌.ପି): ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସାମରିକ ବିଦ୍ରୋହ ଦେଖାଦେଇଛି। ଉତ୍ତର ପ୍ରାନ୍ତର ଅମ୍‌ହାରା ରାଜ୍ୟରେ ଚାଲିଥିବା କ୍ଷମତା ଦଖଲ ଉଦ୍ୟମକୁ ପଣ୍ଡ କରିବା...

୨୦୪୦ ବେଳକୁ ପୃଥିବୀର ୩୩ଟି ଦେଶରେ ମିଳିବନି ପିଇବା ପାଣି: ୨ ଶହ ସହରରେ ସୃଷ୍ଟି ହେବ ଜଳସଙ୍କଟ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଜଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଏବଂ ପ୍ରଦୂଷଣ ଯୋଗୁ ପୃଥିବୀ ଏବେ ଜଳ ସଙ୍କଟ ଦେଖାଦେଇଛି। ଲୋକଙ୍କୁ ପିଇବା ପାଣି ମିଳୁନି। ପୃଥିବୀର ୪ ଶହରୁ...

ଭଗ୍ନାବଶେଷ ତଳେ ଜୀବନ ଗଲା

ବିନିଶ୍‌,୨୮ା୭: ଉତ୍ତର ସିରିଆରେ ଯୁଦ୍ଧବିମାନରୁ ଆକ୍ରମଣ ବେଳେ ଏକ ବିଲ୍ଡିଂ ଉପରେ ବୋମାମାଡ଼ ହୋଇଛି। ୫ ବର୍ଷର ଝିଅଟି ଝୁଲନ୍ତା ଅବସ୍ଥାରେ ଥିବା ତା’ର କୁନି...

କରୋନା ସଂକ୍ରମଣ ପାଇଁ କିଏ ଦାୟୀ: ଚାଇନା ଉପରେ ବଢ଼ିଲା ଆମେରିକା ଚାପ

ଓ୍ବାଶିଂଟନ,୨୫।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଚାଇନାର ଉହାନ ସ୍ଥିତ ଲ୍ୟାବ୍‌ରୁ ଏକ ପରୀକ୍ଷା ସମୟରେ କରୋନା ଭୂତାଣୁ ଭୁଲ୍‌...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *